ଏହି ଦେଶରେ ଭୋଟ ନ ଦେଲେ ମିଳିଥାଏ କଠୋର ଦଣ୍ଡ, ୧୨ ବର୍ଷରେ ବଦଳିଲେଣି ୬ ପ୍ରଧାନମନ୍ତ୍ରୀ

ଅଷ୍ଟ୍ରେଲିୟାରେ ଶନିବାର ଦିନ ସାଧାରଣ ନିର୍ବାଚନ ଶେଷ ହୋଇଛି। ଦୁନିଆର ସବୁଠାରୁ ବଡ ଲୋକତାନ୍ତ୍ରିକ ଦେଶ ଭାରତରେ ଭୋଟିଂ ପ୍ରକ୍ରୀୟାରେ ଜନତାଙ୍କର ଅଂଶଗ୍ରହଣ ଉପରେ ନିର୍ଭର କରିବାକୁ ପଡିଥାଏ। ସେହିଭଳି ବିଶ୍ବରେ କିଛି ଏମିତି ଦେଶ ଅଛି, ଯେଉଁଠି ଜନତାଙ୍କର ଭୋଟ ଦେବା ଅନିବାର‌୍ୟ୍ୟ ଅଟେ। ଏହାର ଅର୍ଥ ହେଉଛି ଏହି ଦେଶରେ ନାଗରିକଙ୍କ ପାଇଁ ଭୋଟିଂ କରିବା ବହୁତ ଆବଶ୍ୟକ ଅଟେ ନଚେତ ତାଙ୍କ ଉପରେ ଜରିମାନା ମଧ୍ୟ ଲାଗିପାରେ।

ଏହି ଆଇନକୁ ଅଷ୍ଟ୍ରେଲିୟା ୧୯୨୪ରେ ଆପଣେଇ ଥିଲେ। ଯାହାପରେ କେବେବି ଏହି ଦେଶରେ ଭୋଟର ଟର୍ଣ୍ଣଆଉଟ୍ ୯୧% ରୁ କମ୍ ହୋଇ ନାହାନ୍ତି। ଏହି ଆଇନ ଦ୍ବାରା ଲୋକମାନେ ବହୁତ ସଂଖ୍ୟାରେ ଦେଶର ରାଜନୀତିରେ ଅଂଶଗ୍ରହଣ କରିବା ଆରମ୍ଭ କରିଛନ୍ତି।

ଅଷ୍ଟ୍ରେଲିୟାରେ ସବୁ ନାଗରିକ ନିଜର ଏହି ଅଧିକାରକୁ ବହୁତ ଭଲଭାବରେ ପାଳନ କରିଥାନ୍ତି। ଏହି ଦେଶରେ ଭୋଟିଂ ପାଇଁ ରେଜଷ୍ଟ୍ରେସନ ଏବଂ ଭୋଟିଂ କରିବା ଦୁଇଟି ହିଁ ଜନତାଙ୍କ ପାଇଁ ଆଇନଗତ କର୍ତ୍ତବ୍ୟ ଅଟେ। ଯାହାର ଅର୍ଥ ହେଉଛି ୧୮ ବର୍ଷରୁ ଊର୍ଦ୍ଧ୍ବ କୌଣସି ବି ବ୍ୟକ୍ତିଙ୍କ ପାଇଁ ଭୋଟ କରିବା ଜରୁରି ଅଟେ।

electionଭୋଟ ନ କରିବା ଦ୍ବାରା ଏଠାକାର ସରକାର ଜନତାଙ୍କ ପାଖରୁ ଜବାବ ମାଗିଥାଏ। ଯଦି ଜନତାଙ୍କ ପକ୍ଷରୁ ସନ୍ତୋଷଜନକ ଜବାବ କିମ୍ବା କାରଣ ନ ମିଳିଲେ ତାଙ୍କ ଉପରେ ୨୦ ଅଷ୍ଟ୍ରେଲିୟାଇ ଡଲାର ( ପ୍ରାୟ ୧୦୦୦ ଟଙ୍କା ) ଜରିମାନା ଭରିବାକୁ ପଡିଥାଏ। ଏହାସହିତ ଭୋଟ ନଦେବା ବ୍ୟକ୍ତି କୋର୍ଟଙ୍କ ଚକ୍କର କାଟିବାକୁ ପଡିଥାଏ।

ଏହି କାରଣରୁ ୯୫ ବର୍ଷର ଇତିହାସରେ ଅଷ୍ଟ୍ରେଲିୟାରେ ଭୋଟର ଟର୍ଣ୍ଣଆଉଟ୍ କେବେବି ୯୧% ତଳକୁ ହୋଇନାହିଁ ଏବଂ ୧୨ ବର୍ଷରେ ଏଠାରେ ୬ ପ୍ରଧାନମନ୍ତ୍ରୀ ବଦଳି ସାରିଲେଣି। ଅଷ୍ଟ୍ରେଲିୟାରେ ଅନିବାର୍ଯ୍ୟ ଭୋଟିଂର ମାନ୍ୟତାକୁ ଦେଖି ଅଲଗା-ଅଲଗା ସରକାର ମଧ୍ୟ ସମୟ ଭିତରେ ମତଦାତାଙ୍କ ପାଇଁ ସୁବିଧା ଗୁଡିକ ମଧ୍ୟ ବ୍ରୁଦ୍ଧି କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.