ଯାହାର ସ୍ତ୍ରୀ ଲମ୍ବା, ସେ ବି ରହିଲା ଚର୍ଚ୍ଚାରେ! ଯୁବକ ବନାଇଲେ ଜବରଦସ୍ତ ଓ୍ଵାର୍ଲ୍ଡ ରେକର୍ଡ, ଜାଣନ୍ତୁ କ୍ୟୁଟ୍‌ ଲଭ୍‌ ଷ୍ଟୋରୀ

ଇଂଲଣ୍ଡର କପଲ ଜେମ୍ସ ଓ କ୍ଲୋ ଲଷ୍ଟେଡ୍‌ଙ୍କ ଲଭ୍‌ ଷ୍ଟୋରୀ ଜାଣିଲେ ଆପଣ ପ୍ରଶଂସା ନ କରି ରହିପାରିବେ ନାହିଁ। କୁହାଯାଏ, ପ୍ରେମ କୌଣସି ଜାତି, ଧର୍ମ, ବର୍ଣ୍ଣ ଦେଖେନି। ଅର୍ଥାତ୍‌ ଆପଣ ଯାହାକୁ ବି ପ୍ରେମ କରୁଛନ୍ତି, ତାଙ୍କଠାରେ କୌଣସି ଅଭାବକୁ ଦେଖିବେ ନାହିଁ। ଠିକ୍‌ ଏମିତି ହିଁ ଜେମ୍ସ ଓ କ୍ଲୋଙ୍କ ଲଭ୍‌ ଷ୍ଟୋରୀ।

ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ ମୁତାବକ, ୩୩ ବର୍ଷୀୟ ଆକ୍ଟର ଜେମ୍ସ ଲଷ୍ଟେଡ୍‌, ଶିକ୍ଷକତା କରୁଥିବା ୨୭ ବର୍ଷୀୟା କ୍ଲୋଙ୍କୁ ୨୦୧୬ରେ ବିବାହ କରିଥିଲେ। ଦୁଇଜଣ ଗୋଟିଏ ସହରର ହୋଇଥିବା ବେଳେ ସେମାନଙ୍କ ଲଭ୍‌ ଷ୍ଟୋରୀ ଥିଲା ଏକଦମ୍‌ ନିଆରା।

ଚଳିତବର୍ଷ ଜୁନ୍‌ ୨ରେ ଏହି କପଲ ଏକ ବିବାହିତ ଦମ୍ପତିଙ୍କ ଉଚ୍ଚତା ମାମଲାରେ ଅଧିକ ଅନ୍ତରର ରେକର୍ଡ ଭାଙ୍ଗିଛନ୍ତି। ଜେମ୍ସଙ୍କ ଉଚ୍ଚତା ୧୦୯.୩ ସେମି ଅର୍ଥାତ୍‌ ୩ ଫୁଟ ୭ ଇଞ୍ଚ ହୋଇଥିବା ବେଳେ ସ୍ତ୍ରୀ କ୍ଲୋ ୧୬୬.୧ ସେମି ଅର୍ଥାତ୍‌ ୫ ଫୁଟ ୪ ଇଞ୍ଚ। ଦମ୍ପତିଙ୍କ ମଧ୍ୟରେ ୫୬.୮ ସେମି ଅର୍ଥାତ୍‌ ୨ ଫୁଟର ଅନ୍ତର ରହିଛି।

ଜେନେଟିକ୍‌ ଡିସ୍‌ଅର୍ଡର ଯୋଗୁ ଜେମ୍ସଙ୍କ ଉଚ୍ଚତା ବହୁତ କମ୍‌ ରହିଛି। dystrophic dysplasia କାରଣରୁ ତାଙ୍କ ଉଚ୍ଚତା ଆଉ ବଢ଼ିପାରି ନ ଥିଲା। ଜେମ୍ସ ନିଜ ହୋମ୍‌ ଟାଉନରେ ଅଲିମ୍ପିକ୍‌ ମଶାଲ ନେଇ ଯିବା ପରେ ତାଙ୍କର କିଛି ସାଙ୍ଗ ତାଙ୍କୁ କ୍ଲୋଙ୍କ ସହିତ ଭେଟ କରେଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.