ଭୂକମ୍ପ ପୂର୍ବରୁ ଅନୁମାନ କରିପାରେ ବିଲେଇ, ଦିଏ ଏପରି କିଛି ସଂକେତ

ଭୂକମ୍ପ ହେଉଛି ଏକ ପ୍ରାକୃତିକ ବିପର୍ଯ୍ୟୟ ଯାହା ମାନବ ଜୀବନ ଉପରେ ସମ୍ପୂର୍ଣ୍ଣ ପ୍ରଭାବ ପକାଇଥାଏ । ତଥାପି, ଭୂକମ୍ପ ଘଟିବାର ପୂର୍ବାନୁମାନ କରିବା ସହଜ ନୁହେଁ ଏବଂ ଏହା ଉପରେ ଅନୁସନ୍ଧାନ କରିବାବେଳେ ବୈଜ୍ଞାନିକମାନେ ଅନେକ ପ୍ରକାର ପରୀକ୍ଷା କରିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏପରି ଏକ ପ୍ରାଣୀ ଅଛି ଯାହା ଭୂକମ୍ପ ଘଟିବାର ସଠକ ପୂର୍ବାନୁମାନ କରିପାରେ । ସେହି ଜୀବଟିର ନାମ ହେଲା ‘ବିଲେଇ’ । ଭୂକମ୍ପ ପୂର୍ବରୁ କେବଳ ବିଲେଇମାନେ ସେମାନଙ୍କର ଆଚରଣ ପରିବର୍ତ୍ତନ କରଥାନ୍ତି, କିନ୍ତୁ ଅନେକ ଛୋଟ ପ୍ରାଣୀ ମଧ୍ୟ ଭୂକମ୍ପ ହେବା ପୂର୍ବରୁ ସଙ୍କେତ ଦେବାର ସକ୍ଷମ ହୋଇଥାନ୍ତି ।
ବାସ୍ତବରେ, ବିଲେଇ ଏକ ପ୍ରାକୃତିକ ଭାବରେ ସଚେତନ ଏବଂ ସମ୍ବେଦନଶୀଳ ପ୍ରାଣୀ । ସେମାନେ ପ୍ରାୟତ ଦୁର୍ଗନ୍ଧ ବାରିବାରେ ଏବଂ ଶୁଣିବାରେ ପାରଙ୍ଗମ ହୋଇଥାନ୍ତି । ଭୂକମ୍ପ ପୂର୍ବରୁ ବିଲେଇମାନେ ଏକ ଭିନ୍ନ ପ୍ରକାରର ଆଚରଣ ପ୍ରଦର୍ଶନ କରନ୍ତି । ସେ ହିଂସ୍ର ଏବଂ ଭୟଭୀତ ଦେଖାଯାଆନ୍ତି, ଘରର କୋଣରେ ଲୁଚିବାକୁ ଚେଷ୍ଟା କରନ୍ତି , କିମ୍ବା ଘରର ବାହାରେ ଦୈଡିବାକୁ ଆରମ୍ଭ କରନ୍ତି । ବେଳେବେଳେ ବିଲେଇମାନେ କାନ୍ଦିବା ସହ ଉଚ୍ଚ ସ୍ୱରରେ ଚିତ୍କାର କରନ୍ତି । ଏହି ସବୁ ଆଚରଣକୁ ଦେଖି ଜଣାପଡେ ଯେ ଭୂକମ୍ପ ହେବାର ସମ୍ଭାବନା ରହିଛି ।
ଶ୍ରବଣ କ୍ଷମତା: ବିଲେଇମାନଙ୍କର ଶ୍ରବଣ କ୍ଷମତା ମଣିଷ ଅପେକ୍ଷା ବହୁତ ଭଲ ହୋଇଥାଏ । ସେମାନେ କମ ସାଉଣ୍ଡରେ ବି ଶୁଣିପାରନ୍ତି, ଯାହା ମଣିଷ ଶୁଣିପାରେ ନାହିଁ । ଭୂକମ୍ପ ଘଟିବା ପୂର୍ବରୁ ପୃଥିବୀରେ ହଲଚଲ ହୋଇଥାଏ, ଯାହା ଅତ୍ୟଧିକ କମ୍ ଫ୍ରିକ୍ୱେନ୍ସିର ଶବ୍ଦ ସୃଷ୍ଟି କରେ । ଏହି ଶବ୍ଦଗୁଡିକ ବିଲେଇମାନଙ୍କ କାନରେ ପହଞ୍ଚେ ଏବଂ ସେ ଭୂକମ୍ପର ସଙ୍କେତ ବୋଲି ଜାଣିଥାନ୍ତି ।
ଭୂତଳ ଗ୍ୟାସର ଉପସ୍ଥିତ : ଭୂକମ୍ପ ପ୍ରାୟତ କିଛି ଗ୍ୟାସରେ ଲିକ୍ ହୁଏ, ଯେପରି ରେଡନ୍ ଗ୍ୟାସ୍ । ଏହି ଗ୍ୟାସକୁ କେବଳ ବିଲେଇମାନେ ହିଁ ଶୁଂଘିବାରେ ସକ୍ଷମ ହୋଇଥାନ୍ତି । ଯେତେବେଳେ ଏହି ଗ୍ୟାସର ସ୍ତର ବଢ଼େ ବିଲେଇମାନେ ଭୟଭୀତ ଅନୁଭବ କରନ୍ତି ଏବଂ ସେମାନଙ୍କର ଆଚରଣରେ ପରିବର୍ତ୍ତନ ଦେଖା ଦେଇଥାଏ ।
ପୃଥିବୀରେ ଚାପ : ଭୂକମ୍ପ ଘଟିବା ପୂର୍ବରୁ ପୃଥିବୀ ଉପରେ ଅତ୍ୟାଧିକ ଚାପ ପଡିଥାଏ । ଯାହା ଛୋଟ ଛୋଟ କମ୍ପନ ସୃଷ୍ଟି କରେ । ବିଲେଇମାନେ ଏହି କମ୍ପନ ଅନୁଭବ କରିଥାନ୍ତି , ଯାହାକି ସାଧାରଣ ମଣିଷ ଏହାକୁ ଅନୁଭବ କରିପାରନ୍ତି ନାହିଁ ।