ଅଜବ ଏହି ବୁଲା କୁକୁର: ଦେଖନ୍ତୁ, କିଭଳି ଆକ୍ଟିଂ କରି ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଛି
ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କିନ୍ତୁ ଏବେ ଏକ କୁକୁରର ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ଦେଖାଯାଉଛି କି, କୁକୁରଟି ବେଶ୍ ଭଲ ଆକ୍ଟିଙ୍ଗ୍ କରୁଛି। ସବୁଠାରୁ ବଡ଼ ଖାସିୟତ୍ ହେଉଛି, ଏଥିରେ ନଜର ଆସୁଥିବା କୁକୁର ବହୁତ ଚାଲାଖ ଭାବେ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଛି। ଆସନ୍ତୁ ଜାଣିବା, ପ୍ରକୃତରେ କ’ଣ ଅଛି ଏହି ଭିଡିଓରେ, ଯାହାକୁ ଦେଖି ଲୋକେ ଏତେ ପସନ୍ଦ କରୁଛନ୍ତି।
ଭିଡିଓରେ କୁକୁରଟି ବହୁତ ଖାସ୍ ଅନ୍ଦାଜରେ ନିଜ ଭଙ୍ଗା ଗୋଡ଼ ଦେଖାଇ ଆକ୍ଟିଙ୍ଗ୍ କରୁଛି। କିନ୍ତୁ ବାସ୍ତବରେ, ଏହାର କୌଣସି ବି ଗୋଡ଼ ଭାଙ୍ଗିନାହିଁ। ଏହି କଥାର ଖୁଲାସା ଭିଡିଓ ମାଧ୍ୟମରେ ହୋଇଛି। ତେବେ ସେ ଯେଉଁଭଳି ଭାବେ ଚାଲୁଛି, କାହାକୁ ବି ଏହା ବିଶ୍ୱାସ ହେବନାହିଁ କି, କୁକୁର ଆକ୍ଟିଙ୍ଗ୍ କରୁଛି। କୁହାଯାଉଛି, ଏମିତି କରି କୁକୁରଟି ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଛି, କାହିଁକି ନା ତାକୁ କିଛି ଖାଇବାକୁ ମିଳୁ।
ଏହାସହ ପଢନ୍ତୁ: ଦୁନିଆର ସବୁଠାରୁ ରହସ୍ୟମୟ ମଣିଷ, ଯାହାଙ୍କର ଥିଲା ଦୁଇଟି ଚେହେରା, ଗୋଟିଏ ଶୋଉଥିଲା ତ ଆଉ ଗୋଟିଏ ଜାଗ୍ରତ ରହୁଥିଲା
ଏହି ଭିଡିଓ ଥାଇଲ୍ୟାଣ୍ଡର ବ୍ୟାଙ୍କଙ୍ଗ ସହରର ବୋଲି କୁହାଯାଉଛି। Mad eagle ( @notavulture ) ନାମକ ଟୁଇଟର ଆକାଉଣ୍ଟରୁ ଏହାକୁ ସେୟାର କରାଯାଇଛି। ୨୮ ଅଗଷ୍ଟରେ ସେୟାର ହୋଇଥିବା ଏହି ଭିଡିଓ ଖୁବ୍ ଭାଇରାଲ ହେଉଛି। ଏ ପଯ୍ୟର୍ନ୍ତ ପାଖାପାଖି ୨ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖି ସାରିଲେଣି।
କୁକୁର ବିଷୟରେ ବ୍ୟାଙ୍କଙ୍ଗର ଜଣେ ବ୍ୟକ୍ତି କହିଛନ୍ତି, ଏହି ବୁଢ଼ା କୁକୁର ଅନେକ ବର୍ଷ ହେବ ଆମ କାଯ୍ୟର୍ସ୍ଥଳରେ ରହି ଆସୁଛି। ସେ ସବୁବେଳେ ଲୋକଙ୍କୁ ଏଭଳି ଆକ୍ଟିଂ ଦେଖାଇ ଧୋକା ଦେଇଥାଏ। ମୁଁ ତା’ର ଗୋଡ଼କୁ ଭଲ ଭାବେ ଯାଞ୍ଚ କରିଛି ଏବଂ ଏହା ବିଲକୁଲ୍ ଠିକ୍ ଅଛି। ମୁଁ ଅନେକ ସମୟରେ ତାକୁ ଖାଇବାକୁ ଭାତ ଦେଇଥାଏ। ତଥାପି ସେ ଏଭଳି ଆକ୍ଟିଂ କରିବାରେ ପୂରାପୂରି ଅଭ୍ୟସ୍ତ ହୋଇଯାଇଛି।