ମାତ୍ର ୨ଟି ସିଲେଇ ମେସିନରୁ ଆରମ୍ଭ କରିଥିଲେ କାମ, ଆଜି ସେ କୋଟିପତି

ନିଜ ଲକ୍ଷ ସ୍ଥିର ରଖି ନିରନ୍ତର ପରିଶ୍ରମ କରିଚାଲିଲେ ନିଶ୍ଚିତ ରୂପେ ଦିନେ ନା ଦିନେ ସଫଳତା ହାସଲ ହୋଇଥାଏ । ନିଜ ନିରନ୍ତର ପ୍ରୟା ସ ଓ ଅଦମ୍ୟ ପରିଶ୍ରମ ବଳରେ ହିଁ ଏହି ଉକ୍ତିକୁ ବାସ୍ତବତାର ରୂପ ଦେଇଛନ୍ତି ମୁମ୍ବାଇ ଜନ୍ମିତ ଫେସନ ଡିଜାଇନର ଅନିତା ଡୋଙ୍ଗରେ । ଖାଲି ଭାରତ ନୁହେଁ ବରଂ ସାରା ବିଶ୍ୱରେ ସେ ଆଜି ଏକ ଚର୍ଚ୍ଚିତ ଚେହେରା ପାଲଟି ପାରିଛନ୍ତି । ତାଙ୍କର ଫେସନ ଡିଜାଇନରେ ପ୍ରାୟ ୩୦ ବର୍ଷର ଅଭିଜ୍ଞତା ଥିବା ବେଳେ ତାଙ୍କ ନିଜ ବ୍ରାଣ୍ଡ ପୋଷାକର ବଜାର ପ୍ରବେଶକୁ ୨୦ ବର୍ଷ ପୁରିଛି । ପ୍ରାୟ ଦୁଇ ଶତକ ଧରି ସେ ନିଜ ବ୍ୟବସାୟ ଆରମ୍ଭ କରି ସେଥିରେ କାମ କରିସାରିଲେଣି । ଏବେକା ସମୟରେ ତାଙ୍କ ଡିଜାଇନ ପୋଷାକ ଏଣ୍ଡ, ଗ୍ଲୋବାଲ ଦେଶୀ, ଅନିତା ଡୋଙ୍ଗରେ, ଅନିତା ଡୋଙ୍ଗରେ ଗ୍ରାସରୁଟ ନାମରେ ଭାରତୀୟ ତଥା ବିଦେଶ ବଜାରରେ ବେଶ ଭଲ ଚାହିଦା ଅଛି ।

anita

ଏମିତିକି ତାଙ୍କ ଡିଜାଇନ ପୋଷାକ ପାଇଁ ଲୋକଙ୍କୁ ଦିନ ଦିନ ଧରି ଅପେକ୍ଷା କରିବାକୁ ମଧ୍ୟ ପଡିଥାଏ । ଖାଲି ସେତିକି ନୁହେଁ ଅନିତା ନିଜେ ଫେସନ ଡିଜାଇନ କ୍ଷେତ୍ରରେ ଏକ ଚର୍ଚ୍ଚିତ ଚେହେରା ପାଲଟିଥିବା ବେଳେ ଦେଶର ଅନ୍ୟ ମହିଳା ମାନଙ୍କୁ ମଧ୍ୟ ରୋଜଗାର କ୍ଷମ କରିପାରିଛନ୍ତି । କିନ୍ତୁ ଅନିତାଙ୍କ ଏହି ଯାତ୍ରା ଏତେଟା ସହଜ ନଥିଲା । ୨୦ ବର୍ଷ ଭିତରେ ଅନିତାଙ୍କୁ ବହୁ ଘାତ ପ୍ରତିଘାତର ସାମ୍ନା କରିବାକୁ ମଧ୍ୟ ପଡିଛି । ପ୍ରଥମେ ମାତ୍ର ୨ଟି ସିଲେଇ ମେସିନ ଓ ମାତ୍ର ୨ଜଣ ମାଷ୍ଟରଙ୍କୁ ନେଇ କାମ ଆରମ୍ଭ କରିଥିଲେ ଅନିତା । କର୍ମଜୀବି ମହିଳାଙ୍କ ଚାହିଦାକୁ ପୂରଣ କରିବା ହିଁ ଥିଲା ଅନିତାଙ୍କ ଲକ୍ଷ | ତେଣୁ ସେ ପ୍ରଥମେ ଢିଲା ଶାଲବାର କାମିଜ ହିଁ ପ୍ରସ୍ତୁତ କରୁଥିଲେ । ଯାହା କର୍ମଜୀବି ମହିଳାଙ୍କୁ ଆରାମ ଦେବା ସହ ଏକ ନୂଆ ଲୁକ ଦେଇପାରିବ । ଏହା ସହ ଭିନ୍ନ ଭିନ୍ନ ଧରଣର ଡ଼ିଜାଇନିଂ କରିବାର କୌଶଳ ଆରମ୍ଭ କରିବାର ଚେଷ୍ଟା କରିଥିଲେ ।

ଏହା ସହ ପଢନ୍ତୁ: ଆସିଛି ପର୍ଯ୍ୟଟନ ଋତୁ, ପର୍ଯ୍ୟଟକଙ୍କ ମନମୋହୁଛି ଘଟଗାଁ ନିକଟରେ ଥିବା ଗୁଣ୍ଡିଚାଘାଗୀ ଜଳପ୍ରପାତ

ଟଙ୍କା ଅଭାବରୁ ଅଭାବରେ ଥିଲେ ମଧ୍ୟ କାହାପାଖରେ କେବେ ହାତ ପତେଇ ନାହାନ୍ତି ଅନିତା । କେବଳ ନିଜ ପ୍ରତିଭା ଓ ନିରନ୍ତର ପରିଶ୍ରମ ବଳରେ ହିଁ ସେ ନିଜ ବିଜନେସକୁ ପ୍ରତିଷ୍ଠା କରିପାରିଛନ୍ତି । ୧୯୯୯ ମସିହାରେ ତାଙ୍କ ଦ୍ୱାରା ଡ଼ିଜାଇନିଂ ହୋଇଥିବା ପ୍ରଥମ ବ୍ରାଣ୍ଡ ଲଞ୍ଚ ହୋଇଥିଲା । ଯାହାର ନାମ ରଖାଯାଇଥିଲା ‘ମାସ’ । ଯାହାକୁ ସେ ନିଜ ସାନ ଭଉଣୀ ନାମରେ ହିଁ ରଖିଥିଲେ । ଏକ ସାକ୍ଷାତ୍କାର ସମୟରେ ଅନିତା କହିଥିଲେ କି ୨୦ ବର୍ଷ ତଳେ ସେ ନିଜର ବ୍ୟବସାୟ ଆରମ୍ଭ କରିଥିବା ବେଳେ କିନ୍ତୁ ପ୍ରାୟ ୩୦ ବର୍ଷ ଧରି ଫେସନ ଡ଼ିଜାଇନିଂ କ୍ଷେତ୍ରରେ ସକ୍ରିୟ ଅଛନ୍ତି । ଏମିତିକି ପ୍ରଥମେ ପ୍ରଥମେ କୌଣସି ଷ୍ଟୋର ତାଙ୍କ ବ୍ରାଣ୍ଡର ପୋଷାକ ବିକ୍ରି କରିବା ପାଇଁ ରାଜି ନ ଥିଲେ । ତାଙ୍କ ଅନୁଯାୟୀ ସର୍ବ ପ୍ରଥମେ ସେ ନିଜ ଘରୁ ଅତି ଛୋଟ ଆକାରରେ ହିଁ ସେ ନିଜ ବିଜନେସ ଆରମ୍ଭ କରିଥିଲେ ।

ନିଜ ସାନ ଭଉଣୀଙ୍କ ସହ ନିଜ ଘରର ବାଲକୋନୀରୁ ହିଁ ଏହି କାମ ଆରମ୍ଭ କରିଥିଲେ । ନିଜ ପିଲା ବେଳରୁ ଏକ ଡିଜାଇନର ହେବା ଅନିତା ଙ୍କର ଲକ୍ଷ ଥିଲା । ଯାହାକୁ ସେ ଆଜି ସତ୍ୟରେ ପରିଣତ କରି ଦେଖେଇ ପାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.