ସ୍ପେଶାଲ

ବଡ଼ କାମରେ ଆସିଥାଏ ଏହି ମାଳା, ମିଳିଥାଏ ଧନ,ଲକ୍ଷ୍ମୀ ଓ ସମ୍ମାନ

ବୈଜୟନ୍ତୀ ମାଳା ଭଗବାନ ବିଷ୍ଣୁ ଓ କୃଷ୍ଣଙ୍କ ପ୍ରିୟ ହୋଇଥାଏ । ବୈଜୟନ୍ତିର ପୁଷ୍ପ ସଫା ରଂଗ ସହ କିଛି ନୀଳ ରଂଗ ମିଶିକରି ଥାଏ । ଏହାକୁ ଧାରଣ କଲେ ବହୁତ ସୁନ୍ଦର ଲାଗିଥାଏ । ଏହାର ଛୋଟ ଛୋଟ ମଂଜି ବହୁତ କାମିକା ହୋଇଥାଏ । ଏହି ମଂଜିରେ ମାଳା ତିଆରି କରାଯାଇଥାଏ । ଜ୍ୟୋତିଷରେ ବୈଜୟନ୍ତୀ ମାଳାକୁ ନେଇ ବହୁତ କିଛି କୁହାଯାଇଛି । ଜାଣନ୍ତୁ ବୈଜୟନ୍ତୀ ମାଳାକୁ ନେଇ କ’ଣ ସବୁ ଲାଭକାରୀ ଉପାୟ ରହିଛି ।

 

ବୈଜୟନ୍ତ ମାଳା ମନକୁ ଶାନ୍ତି ଦେଇଥାଏ । ଏହାକୁ ଧାରଣ କରିଥିବା ବ୍ୟକ୍ତି ଶାନ୍ତ ହୋଇଯାଇଥାଏ । ଯଦି ମନରେ ନକରାତ୍ମକ ଭାବ ଆସେ ତେବେ ଏହି ମାଳାକୁ ଭଗବାନ ବିଷ୍ଣୁଙ୍କ ମନ୍ତ୍ର ‘ଓଁ ନମଃ ଭଗବତେ ବାସୁଦେବାୟଃ’ ରେ ଅଭିମନ୍ତ୍ରିତ କରି ସୋମବାର ବା ମଙ୍ଗଳବାର ଧାରଣ କରିବା ଉଚିତ୍‌ ।

ଏହି ମାଳାକୁ ମା’ ଲକ୍ଷ୍ମୀଙ୍କ କାରକ ବୋଲି ମନାଯାଇଥାଏ । ଯେଉଁ ବ୍ୟକ୍ତିଙ୍କ ଜୀବନରେ ସର୍ବଦା ଧନର ଅଭାବ ଆସିଥାଏ ସେମାନେ ବୈଜୟନ୍ତୀ ମାଳାକୁ ଧାରଣ କରିବା ଉଚିତ୍‌ । ଏହାଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

ବୈଜୟନ୍ତୀ ମାଳା କ୍ରୋଧ ଶାନ୍ତ କରିଥାଏ । ଯେଉଁ ବ୍ୟକ୍ତିଙ୍କୁ ଶୀଘ୍ର କ୍ରୋଧ ଆସିଥାଏ ବା ଚିଡଚିଡା ଆସିଥାଏ । ଏପରି ଲୋକ ଏହି ମାଳା ଧାରଣ କରିନେବା ଉଚିତ୍‌ । ଏହା ବ୍ୟକ୍ତିର ଶାନ୍ତ ଚିତ୍ତ ଓ ସନ୍ତୁଷ୍ଟ ପ୍ରଦାନ କରିଥାଏ ।

ଯେଉଁ ମହିଳା ଆଜୀବନ ଅଧ୍ୟାପନା କାର୍ଯ୍ୟ କରିଥାନ୍ତି । ସେମାନେ ବୈଜୟନ୍ତୀ ମାଳା ପିନ୍ଧିବା ଦରକାର । ଫଳରେ ହୃଦୟରେ ସକରାତ୍ମକ ଭାବ ସୃଷ୍ଟି ହୋଇଥାଏ । ଛାତ୍ରଙ୍କ ପ୍ରତି ସ୍ନେହଁ ଭାବ ଆସିଥାଏ ।

ଯେଉଁ ଯୁବକ ବା ଯୁବତୀଙ୍କ ବିବାହ ବିଳମ୍ବ ହୋଇଥାଏ । ଏମାନେ ଗୁରବାର ଅଥବା ଶୁକ୍ରବାରକୁ ବିଶେଷ ମନ୍ତ୍ରରେ ଅଭିମନ୍ତ୍ରିତ କରି ଏହି ମାଳାକୁ ପିନ୍ଧିବା ଦରକାର । ଫଳରେ ଶୀଘ୍ର ବିବାହ ହୋଇଥାଏ ।

ଲେଖକ ଓ କବିଙ୍କୁ ମଧ୍ୟ ବୈଜୟନ୍ତୀ ମାଳା ପିନ୍ଧିବା ଦରକାର । ଫଳରେ ମନରେ ବିଭିନ୍ନ ପ୍ରକାର ଭାବନା ସ୍ୱତଃ ଆସିଥାଏ ।

ବୈଜୟନ୍ତୀ ମଂଜିର କିଛି ଦାନାକୁ ମା’ ଲକ୍ଷ୍ମୀଙ୍କ ମନ୍ତ୍ରରେ ଅଭିମନ୍ତ୍ରୀତ କରି ଦୋକାନରେ କିମ୍ବା ପୂଜା ଘରେ ରଖିଲେ ଘରେ ଅଭିବୃଦ୍ଧଇ ବନାଇ ରହିଥାଏ । ବୈଜୟନ୍ତୀ ମାଳାକୁ ପ୍ରୟୋଗ କରିବା ପୂର୍ବରୁ ଶ୍ରୀ ବିଷ୍ଣୁଙ୍କ ବିଶିଷ୍ଟ ମନ୍ତ୍ରରେ ଅଭିମନ୍ତ୍ରୀତ କରି ପିନ୍ଧିବା ଦରକାର । ତେବେ ଯାଇ ଏହାର ପୂର୍ଣ୍ଣ ଫଳ ମିଳିଥାଏ ।

କେବେ ବି ଭୁଲ କରି ବୈଜୟନ୍ତୀ ମାଳାକୁ ଅପମାନ କରନ୍ତୁ ନାହିଁ । ଏହାକୁ ସର୍ବଦା ହାତ ଧୋଇ କରି ସ୍ପର୍ଶ କରନ୍ତୁ ।

Niharanjan

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

22 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

40 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

49 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago