ଏବେ ଏହି ଗ୍ୟାସ କରାଇବ କ୍ୟାନସର, ବୈଜ୍ଞାନିକ ଦେଲେ ଚେତାବନୀ

ବୈଜ୍ଞାନିକମାନେ କହିଛନ୍ତି କି ଫୁସଫୁସ କର୍କଟ ସୃଷ୍ଟି କରୁଥିବା ଏକ ଗ୍ୟାସ ଆର୍କଟିକ ପର୍ମାଫ୍ରୋଷ୍ଟ ଦ୍ୱାରା ବାହାରିପାରେ । ଯାହା ଜଳବାୟୁ ସଂକଟ କାରଣରୁ ହୋଇଥାଏ । ଉତ୍ତାପ ତାପମାତ୍ରାରେ ଏହି ପ୍ରଭାବ ରେଡନର ବହୁ ଉଚ୍ଚସ୍ତରକୁ ନେଇପାରେ । ଅର୍ଥାତ ଅଧିକ ଉତ୍ତାପ ଏକ ବଡ କାରଣ ହୋଇ ବାହାରିପାରେ । ନୂତନ ବିଶ୍ୱବିଦ୍ୟାଳୟର ଅଧ୍ୟୟନ ଅନୁଯାୟୀ ଏକ ବିରଳ ରେଡିଓ ଆକ୍ଟିଭ ଗ୍ୟାସ ଏକ୍ସପୋଜର ହୋଇପାରେ ।

ଅନୁସନ୍ଧାନକାରୀମାନେ କହିଛନ୍ତି କି ପର୍ମାଫ୍ରୋଷ୍ଟ ଅର୍ଥାତ ଏକ ମାଟିର ସୋପାନ ଯାହା ଲଗାତାର ଅତିକମରେ ଦୁଇବର୍ଷ ପର୍ଯ୍ୟନ୍ତ ଫ୍ରିଜ ହୋଇ ରହିଥିବା ଜମି କର୍କିନୋଜେନକୁ ଭୂପୃଷ୍ଠକୁ ଯିବା ଓ ଅଟ୍ଟାଳିକା ଭିତରକୁ ଯିବା ବନ୍ଦ କରିଦେଇଛି । ଯାହା ଏକ କ୍ୟାନସର ପାର୍ଟିକିଲ ଅଟେ । ଯାହା ଜଳବାୟୁ ସଂକଟ କାରଣରୁ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଅଧ୍ୟୟନ ରେଡନର ପ୍ରବାହକୁ ମଡେଲ କରିଥିଲା । ଯାହା ଫୁସଫୁସ କର୍କଟ ରୋଗରେ ୧୦ଜଣଙ୍କ ମୃତ୍ୟୁ ପାଇଁ ଦାୟୀ ହୋଇଥିଲା ।

ଦେଖିବାକୁ ମିଳିଥିଲା କି ପାରମ୍ପରିକ ଘର ଉପରେ ଥ୍ରୋଇଙ୍ଗ ପ୍ରଭାବ ପକାଇବ ନାହିଁ କିନ୍ତୁ ବେସମେଣ୍ଟ ସହ ଘର ଗୁଡିକରେ ରେଡନ ଏକ୍ସପୋଜର ଏହାର ପ୍ରାରମ୍ଭିକ ମୂଲ୍ୟଠାରୁ ୧୦୦ଗୁଣ ଅଧିକ ରହିବ । ସାତବର୍ଷ ପର୍ଯ୍ୟନ୍ତ ଏହା ହୋଇଥିଲା ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି । ଲିଡ୍ସ ୟୁନିଭରସିଟି ଅଫ ଆର୍ଥ ଆଣ୍ଡ ଏନଭାଇରନମେଣ୍ଟର ପ୍ରଫେସର ପଲ ଗ୍ଲୋଭର କହିଛନ୍ତି କି ଧୂମପାନ ପରେ ଫୁସଫୁସ କର୍କଟ ରୋଗର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ରେଡନ । ଧୂମପାନ ମଧ୍ୟ ରେଡନ ପ୍ରାପ୍ତ ଫୁସଫୁସ କର୍କଟ ହାରକୁ ପ୍ରାୟ ୨୬ଗୁଣ ବଢାଇଥାଏ । ଏବଂ ଆର୍କଟିକରେ ଧୂମପାନ ୪.୪ଗୁଣ ଅଧିକ ହୋଇଥାଏ ।

ସେ ଆହୁରି ମଧ୍ୟ କହିଛନ୍ତି ଫଳସ୍ୱରୁପ ଯଦି ଏକ ଯୋଜନାବଦ୍ଧ ଭାବରେ ଯୋଜନା ନହୁଏ ତେବେ ଏକ ଅପ୍ରତ୍ୟାଶିତ ଘଟଣା କେ ବଡରୋଗକୁ ଅତି ଦୟନୀୟ ଭାବରେ ଆମନ୍ତ୍ରଣ କରିବ । ପୂର୍ବ ଅଧ୍ୟୟନ ଗୁଡିକ ତାପମାତ୍ରା ଉତ୍ତାପ ହେତୁ ଆର୍କଟିକରେ ପର୍ମାଫ୍ରୋଷ୍ଟ ଥୋଇବାର ବିପଦ ବିଷୟରେ ଚେତାବନୀ ଦେଇଛି । ସଂରକ୍ଷିତ ଅଙ୍ଗାରକାମ୍ଳକୁ ବାୟୁମଣ୍ଡଳକୁ ଫେରାଇାଣିବା ସହ ଗତମାସରେ ଅନ୍ୟ ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ଆର୍କଟିକ ପର୍ମାଫୋଷ୍ଟର ଦ୍ରୁତ ଗତିରେ ଅନ୍ୟାନ୍ୟ ବିପଜ୍ଜନକ ପଦାର୍ଥ ମୁକ୍ତ ହୋଇପାରେ ଏମିତିକି ଶୀତଳ ଯୁଦ୍ଧର ଆଣବିକ ବୁଡାଜାହାଜରୁ ରେଡିଓ ଆକ୍ଟିଭ ବର୍ଜ୍ୟବସ୍ତୁ ଏବଂ ଆଣ୍ଚିବାୟୋଟିକ ପ୍ରତିରୋଧକ ଜୀବାଣୁ ଭଳି ଅନେକ କିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.