କି ନିଦରେ ବାବା! ୧୧ ବର୍ଷରେ ଶୋଇଥିଲେ, ଏବେ ଉଠିଲା ବେଳକୁ ବୟସ ହେଲାଣି ୨୧

ସାଧାରଣତଃ ଲୋକମାନଙ୍କୁ ନିଦ ସହିତ ଜଡିତ ଅନେକ ରୋଗ ହୋଇଥାଏ । କିଏ କିଏ ନିଦରେ ଚାଲନ୍ତି ତ କିଏ କିଏ ଜୋର ଜୋରସେ ଘୁଙ୍ଗୁଡ଼ି ମାରନ୍ତି । ଏକ ସୁସ୍ଥ ନିଦରୁ ହିଁ ଆମ ମସ୍ତିସ୍କକୁ ଶକ୍ତି ମିଳିଥାଏ । ଯେବେ ଆମେ ଶୋଇ କରି ଉଠିଥାଉ ତେବେ ଆମ ମସ୍ତିସ୍କକୁ ନୂଆ ନୂଆ ଚିନ୍ତାଧାରା, ନୂଆ ଉର୍ଜା ଆଦି ଆସିଥାଏ ଯାହା ଆମକୁ ଆମକୁ ଏକ ଭଲ ମଣିଷ ଭାବରେ ଗଢି ତୋଳିବା ସହିତ ସମାଜରେ ମଧ୍ୟ ଏକ ପ୍ରକାର ସୁସ୍ଥ ବାତାବରଣ ସୃଷ୍ଟି ହୋଇଥାଏ । ଏହି ନିଦକୁ ନେଇ ଅନେକ ଅଜବ ଅଜବ ଘଟଣାମାନ ବି ସାମ୍ନାକୁ ଆସିଛି । ଆଜି ଆମେ ଆପଣଙ୍କୁ ସେମିତି ହିଁ ଏକ ଅଜବ ଘଟଣା ବିଷୟରେ କହିବାକୁ ଯାଉଛୁ । ଏକ ଛୋଟ ଝିଅ ଯାହାର ବୟସ ସେସମୟରେ ୧୧ ବର୍ଷ ଥିଲା ସେ ସମୟରେ ସେ ଶୋଇପଡ଼ିଥିଲେ । ଆଉ ଯେବେ ସେ ଉଠିଥିଲେ ତାଙ୍କୁ ସେ ସମୟରେ ୨୧ ବର୍ଷ ହୋଇଯାଇଥିଲା । ହଁ ଆପଣ ଠିକ ଶୁଣିଛନ୍ତି ଆଉ ଠିକ ଅନୁମାନ ଲଗାଇଛନ୍ତି ଝିଅଟି ଦୀର୍ଘ ୯ ବର୍ଷ ଯାଏଁ ଲଗାତାର ଭାବେ ଶୋଇଥିଲା ।

mysterious girl
pic credit: Navbharat times

ଆଜକୁ ପ୍ରାୟ ୧୫୦ ବର୍ଷ ତଳର ଘଟଣା । ବ୍ରିଟେନ ନିବାସୀ ଏଲେନ ସେଡଲାର ନାମକ ଏକ ଝିଅକୁ ଏମିତି ଏକ ରୋଗ ଥିଲା ଯାହା ବିଶ୍ଵବ୍ୟାପୀ ଡାକ୍ତର ମାନଙ୍କୁ ବି ଚକିତ କରିଦେଇଥିଲା । ଏଲେନଙ୍କ ଜନ୍ମ ୧୮୫୯ ମସିହା ମେ ୧୫ ତାରିଖରେ ହୋଇଥିଲା । ସେମାନେ ୧୨ ଜଣ ଭାଇ ଭଉଣୀ ଥିଲେ । ବ୍ରିଟେନର ଟର୍ବିଲେ ନାମକ ଏକ ଗାଁରେ ପୁରା ପରିବାର ବାସ କରୁଥିଲେ । ଏଲେନ ଛୋଟ ଥିବାବେଳେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା । ଆଉ ତାଙ୍କ ମା’ଅନ୍ୟ ଜଣଙ୍କୁ ବିବାହ କରିନେଇଥିଲେ । କିନ୍ତୁ ସେହି ବ୍ୟକ୍ତି ଜଣଙ୍କ ଏଲେନ ତଥା ତାଙ୍କ ଭାଇ ଭଉଣୀଙ୍କର ଧ୍ୟାନ ନିଜ ପିଲା ପରି ହିଁ ରଖୁଥିଲେ । ୧୮୭୧
ମସିହା ମାର୍ଚ୍ଚ ୨୯ ତାରିଖରେ ଏଲେନ ନିଜ ଭାଇଭଉଣୀଙ୍କ ସହିତ ଶୋଇବାକୁ ଚାଲିଗଲେ । କିନ୍ତୁ ଏହା ପରେ ସେ ଜମା ବି ଉଠିନଥିଲେ ।

ପରଦିନ ସକାଳେ ଘର ଲୋକେ ମଧ୍ୟ ବ୍ୟସ୍ତ ହୋଇଗଲେ । ଜୋର ଜୋରସେ ଚିତ୍କାର କରି, ପାଣି ପକାଇ, ହଲେଇ ହଲେଇ ତାଙ୍କୁ ଉଠାଇବାକୁ ଚେଷ୍ଟା କଲେ । ସମସ୍ତେ ଭାବିଥିଲେକି ଏଲେନ ବୋଧେ ଆଉ ଏ ଦୁନିଆରେ ନାହାନ୍ତି । କିନ୍ତୁ ସେ ସମୟରେ ତାଙ୍କ ନିଶ୍ୱାସ ଠିକ ଭାବେ ଚାଲିଥାଏ । ପରେ ଘର ଲୋକେ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଯାଇଥିଲେ । ଏଲେନଙ୍କ ଏମିତି ଅବସ୍ଥା ଦେଖି ଡାକ୍ତର ବି ତାଯୁବ ହୋଇଯାଇଥିଲେ । ଏମିତି ଏକ କେଶ ପୂର୍ବରୁ କେବେ ବି ଦେଖିନାହାନ୍ତି ବୋଲି କହିଥିଲେ ଡାକ୍ତର । ତାଙ୍କୁ କିପ୍ରକାର ରୋଗ ହୋଇଛି କେହି ବି ବୁଝିପାରି ନଥିଲେ । ଏ ଘଟଣା ପୁରା ବ୍ରିଟେନରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ବେଡ଼ରେ ଶୋଇ ଶୋଇ ଫେମସ ହୋଇଗଲେ ଏଲେନ । ଏମିତିକି ଦେଶବିଦେଶରୁ ତାଙ୍କ ନିକଟକୁ ଆର୍ଥିକ ସହାୟତା ଛୁଟିଥିଲା । ଧୀରେ ଧୀରେ ପରିବାରର ଅବସ୍ଥା ବି ସୁଧୁରିବାକୁ ଲାଗିଲା ।
ଅନେକ ଚେଷ୍ଟା କରି ତାଙ୍କ ମା’ ତାଙ୍କୁ ଖାଦ୍ୟ ଦେଉଥିଲେ । କାଳେ ଭୋକ ଉପାସରେ ତାଙ୍କ ମୃତ୍ୟୁ ହୋଇଯିବ ସେଥିପାଇଁ ଭଙ୍ଗା ଦାନ୍ତର ସନ୍ଧିରେ ବି ତାଙ୍କୁ ଖାଦ୍ୟ ଦେଉଥିଲେ । ସୂଚନା ଦେବା ଉଚିତ ହେବକି ୧୮୮୦ ମସିହାରେ ଏଲେନଙ୍କ ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ଏହାର ୫ ମାସ ପରେ ନିଦରୁ ଉଠିଥିଲେ ଏଲେନ । ଆଉ ଉଠିବା ବେଳକୁ ତାଙ୍କୁ ୨୧ ବର୍ଷ ବୟସ ହୋଇଯାଇଥିଲା ।

Leave A Reply

Your email address will not be published.