ନିଜର ଇତିହାସ ପାଇଁ ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇଛି ଏହି ହୋଟେଲ, ଯାହାକୁ ଦୀର୍ଘ ୧୩୦୦ ବର୍ଷ ଧରି ପରିଚାଳିତ କରୁଛନ୍ତି ଗୋଟିଏ ପରିବାର

ଦୁନିଆରେ ଅନେକ ହୋଟେଲ ରହିଛି, ଯେଉଁଠିକୁ ଆପଣମାନେ ନିଶ୍ଚିତ ଭାବେ ଯାଇଥିବେ ଆଉ ରହିଥିବେ। ଯୁଗ ବଦଳିବା ସହିତ ଲୋକମାନଙ୍କର ପସନ୍ଦ ବଦଳୁଛି। ଏଥିପାଇଁ ଅନେକ ହୋଟେଲରେ ଭିନ୍ନ ଭିନ୍ନ ଷ୍ଟାଇଲ ମଧ୍ୟ ଆପଣାଉଛନ୍ତି। କିନ୍ତୁ ଜାପାନରେ ଏପରି ଏକ ହୋଟେଲ ରହିଛି, ଯାହା ଆଜି ମଧ୍ୟ ତା’ ଇତିହାସ ପାଇଁ ପରିଚିତ। ଏହା ଦୁନିଆର ସବୁଠାରୁ ପୁରୁଣା ହୋଟେଲ ରହିଛି, ଯାହାର ନାମ ‘ଗିନିଜ ବୁକ ଅଫ୍‌ ଓ୍ଵାଲର୍ଡ ରେକର୍ଡ’ରେ ସ୍ଥାନ ପାଇଛି।

hotel 1

ଏହି ହୋଟେଲର ନାମ ‘ନିଶିୟାମା ଓନସେନ କିୟୁନକନ’। ଏହାକୁ ଫୁଜିବାରା ମହିତୋ ନାମକ ଜଣେ ବ୍ୟକ୍ତି ୭୦୫ ମସିହାରେ ନିର୍ମାଣ କରିଥିଲେ। ପାଖାପାଖି ୧୩୦୦ ବର୍ଷ ପୁରୁଣା ଏହି ହୋଟେଲକୁ ଆଜି ତାଙ୍କର ୫୨ ତମ ପିଢି ଦେଖାଶୁଣା କରୁଛନ୍ତି। ଏହି ହୋଟେଲକୁ ସମଗ୍ର ବିଶ୍ୱରୁ ଲୋକମାନେ ଆସୁଛନ୍ତି। ଏହି ହୋଟେଲରେ ଥିବା ଗରମ ଝରଣା ଏହାକୁ ପ୍ରସିଦ୍ଧ କରିପାରିଛି। ଯାହା ଏଠିକାର ଅନ୍ୟ ହୋଟେଲର ଠାରୁ ସ୍ୱତନ୍ତ୍ର କରିଥାଏ।

spring

ଏହି ହୋଟେଲର ଗୋଟେ କଡରେ ସୁନ୍ଦର ନଦୀ ବୋହୁଥିବା ବେଳେ ଅନ୍ୟ ପଟରେ ଘନ ଜଙ୍ଗଲ ରହିଛି। ଏହି ହୋଟେଲର ଝରକା ଖୋଲିଲେ ଆପଣଙ୍କୁ ସବୁଜିମା ଭରା ଦୃଶ୍ୟ ସବୁ ଦେଖିବାକୁ ମିଳିବ। ଏହା ଦେଖିବା ପରେ ଆପଣଙ୍କୁ ଏଠାରୁ ଯିବାକୁ ମନ ହିଁ ହେବ ନାହିଁ।

99

 

ଏହି ହୋଟେଲରେ ପାଖାପାଖି ୩୭ଟି ରୁମ୍‌ ଅଛି। ଏଠାରେ ଗୋଟେ ରାତି ରହିବାକୁ ହେଲେ ୩୩ ହଜାର ଟଙ୍କା ଦେବାକୁ ପଡିଥାଏ। ସମୟ ସମୟରେ ଏହି ହୋଟେଲର ନବୀକରଣ ମଧ୍ୟ ହୋଇଥାଏ। ଶେଷ ଥର ପାଇଁ ୧୯୯୭ରେ ଏହାର ନବୀକରଣ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.