ରାମକୃଷ୍ଣ ଯାଦବରୁ ବାବା ରାମଦେବ ହେଲେ କେମିତି, କେଉଁଠି ରୁହନ୍ତି କଣ କରନ୍ତି ତାଙ୍କ ପରିବାର ଲୋକେ ? ଜାଣନ୍ତୁ ତାଙ୍କ ସମ୍ପର୍କରେ

ଯୋଗଗୁରୁ ବାବା ରାମଦେବ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଯୋଗ ପାଇଁ ବାବା ରାମଦେବ ଯେତିକି ଲୋକପ୍ରିୟ, ପତଞ୍ଜଳୀ ଆୟୁର୍ବେଦ ଉତ୍ପାଦନ ପାଇଁ ପାଇଁ ମଧ୍ୟ ସେତିକି ଜଣାଶୁଣା। କିନ୍ତୁ ତାଙ୍କ ଘର ଓ ପରିବାର ବିଷୟରେ ହୁଏତ ବହୁତ କମ୍‌ ଲୋକ ଜାଣିଥିବେ। ବାବା ରାମଦେବଙ୍କ ପରିବାରରେ କିଏ କିଏ ଅଛନ୍ତି, କେଉଁଠି ରହୁଛନ୍ତି, ସେମାନେ ସବୁ କ’ଣ କରନ୍ତି ?

ହରିଆଣାର ମହେନ୍ଦ୍ରଗଢ ଜିଲ୍ଲାର ସୈୟଦ ଅଲ୍ଲୀପୁର ଗାଁରେ ରୁହନ୍ତି ବାବା ରାମଦେବଙ୍କ ପରିବାର। ତାଙ୍କ ବଡ ଭାଇ ଦେବଦତ୍ତ ଯାଦବ ଗାଁରେ ରହି ଚାଷ କରନ୍ତି। ପୂର୍ବରୁ ସିଆରପିଏଫରେ ଚାକିରି କରୁଥିଲେ। ଚାକିରିରୁ ଅବସର ନେଲା ପରେ ଗାଁରେ ରହି ଚାଷ କରୁଛନ୍ତି। ଦେବଦତ୍ତ ତାଙ୍କ ପତ୍ନୀଙ୍କ ସହିତ ମିଶି ଅଲୀପୁରରେ ରୁହନ୍ତି। ୧୯୬୫ରେ ବାବା ରାମଦେବଙ୍କ ଜନ୍ମ ହୋଇଥିଲା। ପ୍ରକୃତରେ ବାବା ରାମଦେବଙ୍କ ନାମ ରାମକୃଷ୍ଣ ଯାଦବ ଥିଲା କିନ୍ତୁ ସନ୍ନ୍ୟାସ ନେବା ପରେ ସେ ନିଜର ନାମ ବଦଳାଇ ଦେଇଥିଲେ।

baba

ବାବା ରାମଦେବଙ୍କର ତିନି ଭାଇ ଏବଂ ଜଣେ ଭଉଣୀ ରହିଛନ୍ତି। ଏମାନଙ୍କ ମଧ୍ୟରେ ବାବା ରାମଦେବ ହେଉଛନ୍ତି ଦ୍ୱିତୀୟ। ରାମଦେବ ଏବେ ହରିଦ୍ୱାରରେ ରହୁଛନ୍ତି। ଏହା ସହିତ ତାଙ୍କ ଭାଇ ରାମଭରତ ମଧ୍ୟ ପତଞ୍ଜଳୀ ଆୟୁର୍ବେଦର ଦୈନନ୍ଦିନ କାର୍ଯ୍ୟ ସମ୍ଭାଳୁଛନ୍ତି। ରାମଭରତ ହରିଦ୍ୱାରା ଟ୍ରକ ୟୁନିଅନ ଏବଂ ପତଞ୍ଜଳି ଫୁଡ ଆଣ୍ଡ ହର୍ବାଲ ପାର୍କ ଗାର୍ଡସଙ୍କ ମଧ୍ୟରେ ହୋଇଥିବା ବିବାଦ ମାମଲାରେ ଗିରଫ ହୋଇ ଚର୍ଚ୍ଚାକୁ ଆସିଥିଲେ। ରାମଭରତ ପତଞ୍ଜଳୀର ହାୟରିଂ, ପ୍ରଡକ୍ସନ ଏବଂ କ୍ୱାଲିଟି ମ୍ୟାନେଜମେଣ୍ଟ କାମର ଦେଖାଶୁଣା କରୁଛନ୍ତି। ବାବା ରାମଦେବଙ୍କ ବାପା ରାମନିବାସ ଏବଂ ମା ଗୁଲାବ ଦେବୀ ହରିଦ୍ୱାରରେ ବହୁତ ସାଧାରଣ ଜୀବନ ଯାପନ ଅତିବାହିତ କରୁଛନ୍ତି।

rr

ବାବା ରାମଦେବଙ୍କ ସନ୍ନ୍ୟାସୀ ହେବାର କାହାଣୀ ବହୁତ ରୋମାଞ୍ଚକର। କୁହାଯାଏ କି, ସୟଦ ଅଲ୍ଲୀପୁର ଗାଁକୁ ଜଣେ ସନ୍ଥ ଆସୁଥିଲେ। ତାଙ୍କ ସଂସ୍ପର୍ଶରେ ଆସିବା ପରେ ବାବା ରାମଦେବ ଯୋଗ ଏବଂ ବୈଦିକ ଶିକ୍ଷା ପ୍ରାପ୍ତି ପ୍ରତି ଆଗ୍ରହୀ ହେଲେ । ସେତେବେଳେ ରାମଦେବଙ୍କ ବୟସ ମାତ୍ର ୪ ବର୍ଷ ଥିଲା। ସେବେଠାରୁ ରାମଦେବ ସନ୍ନ୍ୟାସୀ ହେବା ପାଇଁ ପ୍ରତିଜ୍ଞା କରିଥିଲେ।

family

ପତଞ୍ଜଳୀର ସିଇଓ ଆଚାର୍ଯ୍ୟ ବାଲକୃଷ୍ଣଙ୍କ ସହିତ ବାବା ରାମଦେବଙ୍କ ପରିଚୟ୧୯୯୦ରେ ଗୁରୁକୁଳରେ ହୋଇଥିଲେ। ଏହାପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ବଢିଥିଲା। ଏବେ ଦୁହେଁ ମିଶି ପତଞ୍ଜଳୀ ଚଳାଉଛନ୍ତି। ପତଞ୍ଜଳୀର ବାର୍ଷିକ ଟର୍ଣ୍ଣ ଓଭର୍‌ ୧୦ କୋଟି ଟଙ୍କା ରହିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.