ଡାଳଚୀନ କିଣୁଥିଲେ ସାବଧାନ, କିଣିବା ପୂର୍ବରୁ ମନେ ରଖନ୍ତୁ ଏହି କଥା

ଡାଳଚୀନ ହେଉଛି ଏକ ମସଲା ଜାତୀୟ ଦ୍ରବ୍ୟ, ଯାହା ଘରେ ଘରେ ବ୍ୟବହୃତ ହୁଏ । ଏହାକୁ ରୋଷେଇରେ ସାମିଲ କରିବା ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଉପକାରରେ ମଧ୍ୟ ଲାଗିଥାଏ । ଏହାର ସୁଗନ୍ଧ ବହୁତ ଭଲ ହୋଇଥାଏ । ଏହି ମସଲା ବ୍ଲଡ ଶୁଗାରକୁ ନିୟନ୍ତ୍ରଣ କରିବା ସହ ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ଆଣିଥାଏ । ଏହା ସହ ଏଥିରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଥାଏ । ଗତ କିଛି ବର୍ଷ ହେବ ଡାଲଚିନ୍‌ ନାମରେ ଠକେଇ ଚାଲିଛି । ଭାରତର ପ୍ରାୟ କୋଟି କୋଟି ଲୋକ ପ୍ରତିଦିନ ଏହି ଠକେଇରେ ଶିକାର ହୋଇଛନ୍ତି ।

ବାସ୍ତବରେ ଆପଣ ଯେଉଁ ସାମଗ୍ରୀକୁ ବର୍ଷ ବର୍ଷ ଧରି ଡାଳଚୀନ ଭାବି ଖାଉଛନ୍ତି, ସେହି ସାମଗ୍ରୀ କିଛି ଅଲଗା ହୋଇଥାଏ । ଏହାକୁ ‘କାଷ୍ଟର ସେଲ’ କୁହାଯାଏ । ଏହା ଦେଖିବାକୁ, ବାସ୍ନା ଏବଂ ସ୍ୱାଦରେ ଡାଳଚୀନ ସହିତ କିଛି ମାତ୍ରାରେ ସମାନ ହୋଇଥାଏ । କିନ୍ତୁ ଏହା ଡାଳଚୀନ ନୁହେଁ । ଏହାକୁ ଖାଇବା ଦ୍ୱାରା ଆପଣଙ୍କୁ ଗମ୍ଭୀର ରୋଗ ହୋଇପାରେ । ବଜାରରେ ଏହାର ମୂଲ୍ୟ ଡାଲଚିନ୍‌ ଠାରୁ ବହୁିତ କମ୍‌ ହୋଇଥାଏ । ଡାଲଚିନର ପ୍ୟାକେଟ୍‌ ଉପରେ ଯେଉଁ ଚିତ୍ର ଅଛି ତାହାକୁ ଦେଖି ଉଭୟଙ୍କ ମଧ୍ୟରେ ପାର୍ଥକ୍ୟକୁ ସ୍ପଷ୍ଟ ଭାବରେ ଜାଣିପାରିବେ ।

କାଷ୍ଟର ସେଲ ଏବଂ ଡାଳଚୀନ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି । ସବୁଠାରୁ ବଡ ପାର୍ଥକ୍ୟ ହେଉଛି ଯେ ଏହା ଅଲଗା ଅଲଗା ଗଛରୁ ମିଳିଥାଏ । ଉଭୟରେ ରାସାୟନିକ ଗୁଣରେ ଖାସ୍‌ କରି କୁମାରିନ୍‌’ ର ମାତ୍ରାରେ ବହୁତ ପାର୍ଥକ୍ୟ ରହିଛି । କାଷ୍ଟର ସେଲରେ କୁମାରିନ ମାତ୍ରା ବହୁତ ଅଧିକ ଅଛି । କିନ୍ତୁ ପ୍ରକୃତରେ ଡାଲଚିନରେ କୁମାରିନର ମାତ୍ରା କମ୍‌ ରହିଥାଏ ।

ଆପଣଙ୍କୁ କହି ରଖୁଛୁ ଯେ, କୁମାରିନ୍‌ ଏକ ପ୍ରକାରର ରାସାୟନିକ ଯୌଗିକ ହୋଇଥାଏ । ଯାହା ସାଧାରଣ ଭାବରେ ଔଷଧୀୟ ଏବଂ ମସଲାରେ ମିଳିଥାଏ । ଏହାର ଅତ୍ୟଧିକ ପରିମାଣ ହେତୁ ଲିଭର ସମସ୍ୟା ଏବଂ କିଡନୀ ସମସ୍ୟା ମଧ୍ୟ ହୋଇଥାଏ । ଏହା ବ୍ୟତୀତ, ଏହାକୁ ଦୀର୍ଘ ଦିନ ଧରି ଖାଇଲେ କ୍ୟାନ୍ସର ଭଳି ଗମ୍ଭୀର ସମସ୍ୟାରେ ସମ୍ମୁଖୀନ ହୋଇପାରନ୍ତି ।

ନକଲି ଡାଲଚିନକୁ କିପରି ଚିହ୍ନିବେ :

ଯଦି ଆପଣ ପ୍ୟାକେଟ ଭଳି ଡାଳଚୀନ କିଣୁଛନ୍ତି ତେବେ ପ୍ୟାକେଟ୍‌ ଉପରେ Cinnamomun ଲେଖାଥିବ । ଯଦି ସେହି ପ୍ୟାକେଟ ନକଲି ହୋଇଥାଏ ତେବେ ପ୍ୟାକେଟ୍‌ ଉପରେ Cassia ଲେଖାଥିବ । କିନ୍ତୁ ଯଦି ଆପଣ ଖୋଲା ଡାଳଚୀନ କିଣିଛନ୍ତି ତେବେ ସେଥିରେ ଏହି ପ୍ରକାର ସୁବିଧା ପାଇପାରିବେ ନାହିଁ ।
। ଏହା ବ୍ୟତୀତ ଏହାର ରଙ୍ଗ ଏବଂ ସୁଗନ୍ଧରୁ ମଧ୍ୟ ଏହାକୁ ଜାଣିପାରିବେ ।

You might also like