ଏହା ହେଉଛି ହମ୍ପି ସହର: ଯେଉଁଠି ରହିଛି ସାରେଗାମା ସ୍ତମ୍ଭ, ଜାଣନ୍ତୁ ଏହା ସହିତ ଜଡିତ ଅଦ୍ଭୁତ କାହାଣୀ

ଯଦି ଆପଣ ପ୍ରାଚୀନ ଏବଂ ଅଦ୍ଭୁତ ମନ୍ଦିର ଦେଖିବାର ସୌକ ରଖିଥାନ୍ତି, ତେବେ ତୁଙ୍ଗଭଦ୍ରା ନଦୀ ତଟରେ ଅବସ୍ଥିତ ହମ୍ପି ସହର ନିଶ୍ଚିତ ଭାବେ ଥରେ ବୁଲିଆସନ୍ତୁ । କର୍ଣ୍ଣାଟକ ରାଜ୍ୟର ବିଜୟ ନଗର ସହରରେ ଅବସ୍ଥିତ ଏହି ମନ୍ଦିର ଐତିହ୍ୟରେ ଭରପୂର। ୟୁନିସ୍କୋରେ ସ୍ଥାନ ପାଇଥିବା ବିଶ୍ୱ ଐତିହ୍ୟ ସ୍ଥଳ ଭାବେ ମାନ୍ୟତା ପାଇଥିବା ଭାରତର ସବୁଠାରୁ ଲୋକପ୍ରିୟ ଐତିହାସିକ ଏବଂ ଧାର୍ମିକ ପର୍ଯ୍ୟଟନ ସ୍ଥଳ ଭାବେ ହମ୍ପିର ପ୍ରତିଷ୍ଠା ବଢାଇଥାଏ। ଏଥିପାଇଁ ଏହି ମନ୍ଦିର ଦେଖିବା ପାଇଁ ଲକ୍ଷାଧିକ ପର୍ଯ୍ୟଟକ ଏଠାକୁ ଆସନ୍ତି।

ବିଜୟ ବିଠଲ ମନ୍ଦିର :

vittal

ବିଜୟ ବିଠଲ ମନ୍ଦିର ୧୫ ତମ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା। ଏହି ମନ୍ଦିର ଐତିହାସିକ ସଂରଚନା ମଧ୍ୟରେ ସର୍ବଶ୍ରେଷ୍ଠ। ଏହି ମନ୍ଦିର ଭଗବାନ ବିଠଲଙ୍କୁ ସମର୍ପିତ କରାଯାଇଛି। ବିଠଲ ଭଗବାନ ବିଷ୍ଣୁଙ୍କ ଅବତାର ଅଟନ୍ତି। ଏହି ମନ୍ଦିରର ସ୍ୱତନ୍ତ୍ରତା ଏହାର ସ୍ତମ୍ଭ। ଏହି ମନ୍ଦିରର ସ୍ତମ୍ଭକୁ ହାତରେ ବଜାଇବା ଦ୍ୱାରା ସଂଗୀତର ସାତସୁର ଧ୍ୱନି ବାହାରିଥାଏ। ଏହି ମନ୍ଦିରରେ ପାଖାପାଖି ୫୬ଟି ସ୍ତମ୍ଭ ରହିଛି, ଯେଉଁଥିରୁ ସଂଗୀତର ସ୍ୱର ବାହାରିଥାଏ। ଏହି କାରଣରୁ ଏହି ସ୍ତମ୍ଭକୁ ସଂଗୀତ ସ୍ତମ୍ଭ କିମ୍ବା ସାରେଗାମା ସ୍ତମ୍ଭ କୁହାଯାଏ।

2

ହେମକୁତା ପାହାଡୀ ମନ୍ଦିର :

ହେମକୁତା ପାହାଡରେ ଆପଣଙ୍କୁ ଅନେକ ହିନ୍ଦୁ ମନ୍ଦିର ଦେଖିବାକୁ ମିଳେ। କେବଳ ଏତିକି ନୁହେଁ, ଏଠାରେ ଅନେକ ବଡ ବଡ କିଲ୍ଲାର କାନ୍ଥ ମଧ୍ୟ ଦେଖିବାକୁ ମିଳିଛି। ମୂଳ ବିରୁପାକ୍ଷ ମନ୍ଦିର ହେମକୁତା ପାହାଡୀ ମନ୍ଦିର ପରିସରରେ ସବୁଠାରୁ ଅଧିକ ଲୋକପ୍ରିୟ ମନ୍ଦିର ରହିଛି।

ଲକ୍ଷ୍ମୀ ନରସିଂହ ମନ୍ଦିର :

4

ହମ୍ପିରେ ଲକ୍ଷ୍ମୀ ନରସିଂହ ମନ୍ଦିର ଭଳି ଉଗ୍ରା ନରସିଂହ ମୂର୍ତ୍ତି ମଧ୍ୟରେ ଜଣାଶୁଣା। ଏହି ହମ୍ପି ସହରର ସବୁଠୁ ବଡ ମୂର୍ତ୍ତି। ଭଗବାନ ଲକ୍ଷ୍ମୀ ନରଂସିହଙ୍କ ପ୍ରତିମା ୧୫୨୮ରେ ନିର୍ମାଣ କରାଯାଇଥିଲା। ଏହି ପ୍ରତିମା ୬.୭ ମିଟର ଉଚ୍ଚ। ଯେଉଁ ମୂର୍ତ୍ତି ଦେଖିବାକୁ ଅଧା ମଣିଷ ଏବଂ ଅଧା ସିଂହ ଯାହା ନିଜ ଉଗ୍ର ରୂପରେ ବସିଥିବାର ଦେଖିବାକୁ ମିଳିଥାଏ।

ହନୁମାନ ମନ୍ଦିର :

hnu

ହନୁମାନ ମନ୍ଦିର ଏଠିକାର ପ୍ରସିଦ୍ଧ ଧାର୍ମିକ ସ୍ଥଳରେ ମଧ୍ୟରେ ଅନ୍ୟତମ। ଏହି ହନୁମାନ ମନ୍ଦିର ଅଜନେୟ ପାହାଡର ଶୀର୍ଷରେ ଅବସ୍ଥିତ। ଏହି ସ୍ଥାନରେ ହନୁମାନଙ୍କର ଜନ୍ମ ହୋଇଥିଲା ବୋଲି ଅନେକ ଲୋକଙ୍କ ମତ ରହିଛି। ଏହି ମନ୍ଦିର ଗାଁ ପାଖରୁ ମାତ୍ର ୪ କିମିରେ ଅବସ୍ଥିତି। ଏହି ମନ୍ଦିରକୁ ଯିବାକୁ ହେଲେ ଆପଣଙ୍କୁ ଡଙ୍ଗାରେ ଯିବାକୁ ପଡିବ। ଏହି ମନ୍ଦିରରେ ଥିବା ଶାନ୍ତ ଏବଂ ସୁରମ୍ୟ ବାତାବରଣ ଆପଣଙ୍କ ମନକୁ ମୋହିତ କରିନେବ। ଏଠାରେ ସୂର୍ଯ୍ୟ ଉଦୟ ଏବଂ ସୂର୍ଯ୍ୟାସ୍ତ ଦେଖିବାକୁ ଅତି ମନୋରମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.