ଘରୁ ବାହାରିବା ସମୟରେ ଏହିସବୁ ଜିନିଷ ଦେଖୁଛନ୍ତି କି? ତେବେ ବୁଝିଯାଆନ୍ତୁ ଚମକିବ ଆପଣଙ୍କ ଭାଗ୍ୟ

ବାସ୍ତୁର ବିଶେଷ ଗୁରୁତ୍ୱ ଆମ ଜୀବନରେ ରହିଛି । ଏହି କାରଣରୁ ଆମ ଚାରିପାଖରେ ଥିବା ଜିନିଷ ଏବଂ ଦିଗ ଆମ ଉପରେ ଗଭୀର ପ୍ରଭାବ ପକାଇଥାଏ । ଏହା ସହିତ, କିଛି ଶୁଭ କାମକୁ ଯିବା ପୂର୍ବରୁ କିମ୍ବା ରାସ୍ତାରେ କିଛି ଘଟଣା ଘଟିବା ମଧ୍ୟ ଶୁଭ ସଙ୍କେତ ଦେଇଥାଏ । ଏହି ସଙ୍କେତ ଗୁଡ଼ିକର ଅର୍ଥ ଆପଣ ଯେଉଁ କାମ ପାଇଁ ଯାଉଛନ୍ତି ତାହା ଶୀଘ୍ର ସଫଳ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଶୁଭ ଜିନିଷ ଏବଂ କାର୍ଯ୍ୟଗୁଡ଼ିକ ବିଷୟରେ ଯାହା ଦିନ ଆରମ୍ଭରୁ ଦେଖିଲେ ଆପଣଙ୍କୁ ଶୁଭଫଳ ଦେଇଥାଏ।

ଘରୁ ବାହାରିବା ସମୟରେ ସତେଜ ଫୁଲମାଳ ଦେଖିଲେ ଏହାକୁ ଅତ୍ୟନ୍ତ ଶୁଭ ସଙ୍କେତ ବୋଲି ଧରାଯାଏ। ବିଶ୍ୱାସ କରାଯାଏ ଯେ ଏହା ଆପଣଙ୍କ ଜୀବନରେ ଅନେକ ଭଲ ସୁଯୋଗ ପାଇବାକୁ ଯାଉଛନ୍ତି ବୋଲି ସୂଚିତ କରିଥାଏ।

ଗାଈ ବାଛୁରୀକୁ କ୍ଷୀର ପିଆଉଥିବା ଦେଖିବା ଶୁଭ ବୋଲି ବିବେଚନା କରାଯାଏ। ଏହା ବ୍ୟତୀତ କ୍ଷୀର ଦେଖିବା ମଧ୍ୟ ଶୁଭ ସଙ୍କେତ ହୋଇଥାଏ । ଏହା ଆପଣ ଯାଉଥିବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଶୀଘ୍ର ଶେଷ ହେବାକୁ ସୂଚିତ କରିଥାଏ।

ghantaଘରୁ ବାହାରିବାବେଳେ ଯଦି ଆପଣ ମନ୍ଦିରର ଘଣ୍ଟି ଶୁଣନ୍ତି ବା ଦେଖନ୍ତି, ତାହା ଶୁଭ ହୋଇଥାଏ । ବିଶ୍ୱାସ କରାଯାଏ ଯେ ଏହା ଆପଣଙ୍କ କାର୍ଯ୍ୟ ଏବଂ ସଫଳତା ପ୍ରାପ୍ତିକୁ ସୂଚିତ କରିଥାଏ ।

କପଡା ଉପରେ ପାରା ମଳତ୍ୟାଗ କଲେ ସମସ୍ତେ କ୍ରୋଧିତ ହୋଇଯାଆନ୍ତି । କିନ୍ତୁ ଯଦି କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଯାଉଥିବା ସମୟରେ ଏପରି ଘଟେ ତେବେ ଏହା ଶୁଭ ହୋଇଥାଏ ବୋଲି ଜାଣନ୍ତୁ। କୁହାଯାଏ ଏହାଦ୍ୱାରା ଧନ ଲାଭ ହେବାର ସମ୍ଭାବନା ବଢିଥାଏ ।

ଘରୁ କିଛି ଗୁରୁତ୍ୱପୂର୍ଣ୍ଣ କାମକୁ ଯିବା ପୂର୍ବରୁ ଛିଙ୍କିବା କିମ୍ବା ଶୁଣିବା ଅଶୁଭ ହୋଇଥାଏ । କିନ୍ତୁ ଯଦି କେହି ଗୋଟିଏ ଥର ବଦଳରେ ଦୁଇଥର ଛିଙ୍କନ୍ତି, ତେବେ ଏହା ଶୁଭ ବୋଲି ବିବେଚନା କରାଯାଏ । ଏହା କାର୍ଯ୍ୟରେ ସଫଳତା ଆଣିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.