ଏହା ହେଉଛି ଦୁନିଆର ସବୁଠାରୁ ଦାମୀ ଲୁଣ ! ଜାଣନ୍ତୁ କେଉଁ ଠାରେ ମିଳେ
ଲୁଣ ଦୁନିଆର ପ୍ରାୟ ସବୁ ସ୍ଥାନରେ ବ୍ୟବହୃତ ହୁଏ, ଯାହା ଉଭୟ ସ୍ୱାସ୍ଥ୍ୟ ଏବଂ ସ୍ୱାଦ ପାଇଁ ଜରୁରୀ ହୋଇଥାଏ । ସମସ୍ତଙ୍କ ରୋଷେଇ ଘରେ ଲୁଣ ବ୍ୟବହାର କରାଯାଏ । ଯଦି କୌଣସି ଜିନିଷରେ ଅଧିକ କିମ୍ବା କମ୍ ଲୁଣ ହୋଇଯାଏ, ତେବେ ଏହା ଏହାର ସ୍ୱାଦକୁ ନଷ୍ଟ କରିପାରେ । ସେଥିପାଇଁ କୁହାଯାଏ ଖାଦ୍ୟରେ ଲୁଣ ବ୍ୟବହାର କରିବା ସମୟରେ ଧ୍ୟାନ ଦେବା ଉଚିତ ।
ଆପଣମାନେ ଜାଣିଥିବେ ଲୁଣ ବିନା କିଛି ବି ତିଆରି କରିବା କଷ୍ଟକର ହୋଇଯାଏ । ସେଥିପାଇଁ ସମସ୍ତ ଖାଦ୍ୟରେ ଲୁଣ ବହୁତ ଜରୁରୀ ହୋଇଥାଏ । ଯାହା ପର୍ଯ୍ୟାପ୍ତ ପରିମାଣରେ ଗ୍ରହଣ କଲେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ପ୍ରମାଣିତ ହୁଏ ।
ସାଧାରଣତ ଯଦି ଆପଣ ବଜାରକୁ ଯାଆନ୍ତି, ତେବେ ଆପଣ ୨୦ କିମ୍ବା ୩୦ ଟଙ୍କାରେ ଲୁଣ ପାଆନ୍ତି, କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଦୁନିଆର ସବୁଠାରୁ ମହଙ୍ଗା ଲୁଣ କ’ଣ ହୋଇଥିବା । ତାହେଲେ ଆସନ୍ତୁ ଜାଣିବା ଦୁନିଆର ସବୁଠାରୁ ଦାମୀ ଲୁଣ କ’ଣ ଏବଂ କେଉଁ ସ୍ଥାନରେ ମିଳିଥାଏ ।
ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଲୁଣ ତ ଲୁଣ ହୋଇଥାଏ । ଏଥିରେ ମହଙ୍ଗା ଏବଂ ଶସ୍ତା କ’ଣ ? ତେବେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ଦୁନିଆର ସବୁଠାରୁ ଦାମୀ ଲୁଣର ମୂଲ୍ୟ କେତେ ଏବଂ କେଉଁ ଠାରେ ମିଳେ । ଏହି ଲୁଣ କିଣିବା ସମସ୍ତଙ୍କ ସକ୍ଷରେ ରହିନଥାଏ । ତେବେ ବହୁତ କମ୍ ଲୋକ ଏହାକୁ କିଣିବାକୁ ସକ୍ଷମ ହୋଇଥାନ୍ତି ।
ବାସ୍ତବରେ ଦୁନିଆର ସବୁଠାରୁ ଦାମୀ ଲୁଣ ହେଉଛି ଆମେଥିଷ୍ଟ ବାମ୍ବୋ । ଏହା ହେଉଛି କୋରିଆ ଲୁଣ ଯାହା ଏହାକୁ ବାମ୍ବୋ ସିଲିଣ୍ଡରରେ ଭର୍ତ୍ତି କରି ତିଆରି କରାଯାଏ । ଏହି ଲୁଣର ୨୪୦ ଗ୍ରାମ ପ୍ୟାକେଟର ମୂଲ୍ୟ ୭୦୦୦ ରୁ ଅଧିକ ହୋଇଥାଏ । ତେବେ ଏହାକୁ ପ୍ରସ୍ତୁତ କରିବାକୁ ପ୍ରାୟ ୫୦ ଦିନ ଲାଗେ । ସେଥିପାଇଁ ଏହାକୁ ସବୁଠାରୁ ଦାମୀ ଲୁଣ ବୋଲି କୁହାଯାଏ ।