ସ୍ପେଶାଲ

ଏ ହେଉଛି ମାନବ ଇତିହାସର ସବୁଠାରୁ ପୁରୁଣା ବ୍ୟାଙ୍କ! ଯେଉଁଠି ପଇସା ଜାଗାରେ ରଖାଯାଉଥିଲା ଦାମୀ ଜିନିଷ

ବ୍ୟାଙ୍କରେ ଆମେ ନିଜ ପଇସା, ଜୁଏଲେରୀ ଏବଂ ଜରୁରୀ ଡକ୍ୟୁମେଣ୍ଟସ୍‌ ରଖିଥାଉ। କିନ୍ତୁ କ’ଣ ଆପଣଙ୍କୁ ଜଣାଅଛି କି, ଶହ ଶହ ବର୍ଷ ତଳେ ବ୍ୟାଙ୍କିଙ୍ଗ୍‌ ସିଷ୍ଟମ୍‌ କେମିତି ଥିଲା? ଲୋକେ କେଉଁଠି, କ’ଣ କ’ଣ ସବୁ ସାଇତି ରଖୁଥିଲେ? ଆଜି ଆମେ ଆପଣଙ୍କୁ ଏ ବିଷୟରେ କହିବୁ। ଶହେରୁ ଅଧିକ ବର୍ଷ ପୂର୍ବେ ମୋରକ୍କୋରେ ଅମାଜୀ ସମ୍ପ୍ରଦାୟର ଲୋକେ ଉପଯୋଗ କରୁଥିବା ବ୍ୟାଙ୍କିଙ୍ଗ୍‌ ସିଷ୍ଟମ୍‌କୁ ରବାତ-ଇଗୁଦାର କୁହାଯାଉଥିଲା। ଏହାକୁ ମଧ୍ୟ ଦୁନିଆର ସବୁଠାରୁ ପୁରୁଣା ବ୍ୟାଙ୍କିଙ୍ଗ୍‌ ସିଷ୍ଟମ୍‌ କୁହାଯାଇ ପାରିବ।

ରୟଟର୍ସର ଏକ ଶର୍ଟ ଭିଡିଓ ରିପୋର୍ଟ ପରେ ଇଗୁଦାର(ଯାହାକୁ ଅଗାଦିର ମଧ୍ୟ କୁହାଯାଇଥାଏ) ଅନ୍ତର୍ଜାତୀୟ ମିଡିଆର ଧ୍ୟାନ ଆକର୍ଷଣ କରିଛି। ଅନେକ ଗବେଷକ ଏହି ଶସ୍ୟ ଭଣ୍ଡାରକୁ ମାନବ ଇତିହାସର ସବୁଠାରୁ ପୁରୁଣା ବ୍ୟାଙ୍କିଙ୍ଗ୍‌ ପ୍ରଣାଳୀ ବୋଲି ମାନିଛନ୍ତି। ଏହି ଭଣ୍ଡାରକୁ ଯଅ, ଗହମ ଭଳି ଶସ୍ୟ, ଆଇନ ସମ୍ବନ୍ଧୀୟ ଦସ୍ତାବିଜ୍‌ ଏବଂ ଗହଣାକୁ ଷ୍ଟୋର କରିବା ପାଇଁ ଉପଯୋଗ କରାଯାଉଥିଲା।

ରିସର୍ଚ୍ଚ ପ୍ରଫେସର ଖାଲିଦ ଅଲାରୌଦ କହିଛନ୍ତି କି, ସାମୂହିକ ଶସ୍ୟ ଭଣ୍ଡାର ବ୍ୟାଙ୍କ ଆରମ୍ଭ ହେବାର ପୂର୍ବ ସଙ୍କେତ ହୋଇପାରେ। କାହିଁକିନା, ଯେତେବେଳେ ଆମେ ବ୍ୟାଙ୍କ କହିଥାଉ, ତ ଏହାର ଅର୍ଥ ସମ୍ପତ୍ତି ରକ୍ଷା ପାଇଁ ଏକ ସୁରକ୍ଷିତ ସ୍ଥାନ ବୁଝାଯାଇଥାଏ। ସେ ଆହୁରି କହିଥିଲେ କି, ଏହି ପ୍ରଣାଳୀ ସେତିକି ହିଁ ପୁରୁଣା ହୋଇପାରେ, ଯେତିକି ପୁରୁଣା ଆମ ପାହାଡ଼। ଏହାର ସ୍ଥାପନା ତିଥି ନିର୍ଦ୍ଧାରିତ କରିପାରିବା ସମ୍ଭବ ନୁହେଁ।

ଟାସ୍କଡେଲ୍ଟ ସମୂହର ଡେପୁଟୀ ହେଡ୍‌ ଓଫକିର କହିଛନ୍ତି କି, ଆରବୀୟ ଖବରକାଗଜ ଇମରତ ଅଲ ୟୋମକୁ ତଥ୍ୟ ଦିଆଯାଇଛି କି, ଏହି ପ୍ରାଥମିକ ବ୍ୟାଙ୍କର ପରିଚାଳନା ଜଣେ ସଚିବଙ୍କ ଦ୍ୱାରା କରାଯାଉଥିଲା, ଯାହାଙ୍କୁ ‘ଲାମାଇନ’ କୁହାଯାଉଥିଲା। ଏଥି ସହିତ ୧୦ଜଣ ଲୋକଙ୍କୁ ନେଇ ରହିଥିବା ଏକ ସମିତି ଦ୍ୱାରା ଏହା ଉପରେ ନଜର ରଖାଯାଉଥିଲା, ଯାହାକୁ ଇନ୍‌ଫ୍ଲାସ୍‌ କୁହାଯାଉଥିଲା। ଏହି ସମିତି ବିଭିନ୍ନ ଜନଜାତିର ପ୍ରତିନିଧିଙ୍କୁ ନେଇ ଗଠିତ ହୋଇଥିଲା।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

59 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago