ସ୍ପେଶାଲ

ଏ ହେଉଛି ଦୁନିଆର Frozen City, ୮ ବର୍ଷ ହେବ ପଡ଼ି ରହିଛି ଶୂନଶାନ, ତାପମାତ୍ରା ଜାଣିଲେ ଦେହ କମ୍ପି ଉଠିବ

ବିଶ୍ୱରେ ଏମିତି ବି ଏକ ଜାଗା ଅଛି, ଯାହା ନିଜର ପ୍ରତିକୂଳ ପାଣିପାଗ ଯୋଗୁ ଶୂନଶାନ ପଡ଼ି ରହିଛି। ଆଜି କି କାଲି ନୁହେଁ, ଦୀର୍ଘ ୮ ବର୍ଷ ହେବ ଏହା ଖାଲି ପଡ଼ିଛି। ଜାଣି ଆଶ୍ଚର୍ଯ୍ୟ ହେବେ, ବର୍ତ୍ତମାନ ସବୁଠି ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଥିବା ବେଳେ ଏଠି କିନ୍ତୁ ଚାରିଆଡ଼େ ବରଫ ଜମି ରହିଛି। ରାସ୍ତାଠୁ ଆରମ୍ଭ କରି ବଡ଼ ଅଟ୍ଟାଳିକା, ଖୋଲା ପଡ଼ିଆ ଆଦି ଉପରେ ମୋଟା ବରଫ ଚାଦର ଘୋଡ଼େଇ ହୋଇଛି। ସେହିପରି ଘର ଭିତରର ଆସବାବପତ୍ର, ଝରକା, କବାଟ, ଛାତ, କାନ୍ଥ, ଗାଡ଼ିମୋଟର ମଧ୍ୟ ବରଫ ପାଲଟି ଯାଇଛି। ଦୃଶ୍ୟ ଏମିତି ଯେ ଯାହାର କେହି ବି ଅନୁମାନ ଲଗାଇ ପାରିବେନି।

photo credit: aajtak

ଏ ହେଉଛି ରୁଷର ବୋରକୁତା ସହର। ସହରଟି ନର୍ଥ ଆର୍କଟିକ୍‌ ସର୍କଲର ଚତୁର୍ଥ ସବୁଠାରୁ ବଡ଼ ସହର। ଅତ୍ୟଧିକ ଥଣ୍ଡା ପାଇଁ ଏହା ସାରା ବିଶ୍ୱରେ ପ୍ରସିଦ୍ଧ। ଏଠାରେ ଯେଉଁଆଡ଼େ ବି ନଜର ପକାଇବ, ସବୁଆଡ଼େ କେବଳ ବରଫ ହିଁ ବରଫ ଦେଖାଯିବ। ଏହି ଅଞ୍ଚଳରେ ଅଧିକ ସଂଖ୍ୟାରେ ପୋଲର ଭାଲୁ ଦେଖାଯାଆନ୍ତି। ଏଠାକାର ନ୍ୟୂନତମ ତାପମାତ୍ରା ମାଇନସ୍‌ ୫୦ ଡିଗ୍ରୀ ସେଲ୍‌ସିୟସ ଆଖାପାଖରେ ରହିଥାଏ। ତେବେ ଅତ୍ୟଧିକ ଥଣ୍ଡା ଏବଂ ବରଫ ପଡ଼ିବା କାରଣରୁ ଲୋକେ ଅନ୍ୟତ୍ର ଚାଲିଯାଇଛନ୍ତି। ୨୦୧୦ ଜନଗଣନା ଅନୁସାରେ, ଦିନେ ଏଠି ୭୦,୫୪୮ ଲୋକ ବସବାସ କରୁଥିଲେ। କିନ୍ତୁ ହାଡ଼ଭଙ୍ଗା ଥଣ୍ଡା ସେମାନଙ୍କୁ ସହର ଛାଡ଼ି ପଳାୟନ କରିବାକୁ ବାଧ୍ୟ କରିଥିଲା।

photo credit: aajtak

୧୯୩୨ ମସିହାରେ ବୋରକୁତା ସହର ମାଇନିଂ ହବ୍‌ ରୂପେ ପ୍ରସିଦ୍ଧ ଥିଲା। ହେଲେ ଯେବେ ସୋଭିୟତ୍‌ ସଙ୍ଘର ବିଭାଜନ ହେଲା, ତ ଏହା ୧୫ ଭାଗ ହୋଇଥିଲା। ଆଉ ଏଥିପାଇଁ ଏହି ଅଞ୍ଚଳରେ ଚଳପ୍ରଚଳ କମିଯାଇଥିଲା। ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ଏଠାରୁ କୋଇଲା ଖାଦନକୁ ବନ୍ଦ କରି ଦିଆଗଲା। କାହିଁକି ନା, ୧୯୮୦ରୁ ୧୯୯୦ ମଧ୍ୟରେ ମାଇନିଂ କରୁଥିବା ଲୋକ ଏବଂ ଶ୍ରମିକଙ୍କ ମଧ୍ୟରେ ବିବାଦ ଆରମ୍ଭ ହେବାରେ ଲାଗିଥିଲା, ଯାହାର ପ୍ରମୁଖ କାରଣ ଥିଲା, ଶ୍ରମିକମାନଙ୍କୁ ପର୍ଯ୍ୟାପ୍ତ ମଜୁରୀ ନ ମିଳିବା।

photo credit: aajtak

ପରେ ସେମାନଙ୍କୁ ଅର୍ଥ ଲାଳସା ଦିଆଯାଇଥିଲା, ଯେପରି ଏହି ଅଞ୍ଚଳ ଶୂନଶାନ ନ ହେବ। କିନ୍ତୁ ଖରାପ ପାଣିପାଗ ଯୋଗୁ କେହି ଏଠାରେ ରହିବାକୁ ଚାହିଁ ନ ଥିଲେ। ଏଥିପାଇଁ ସହର ଛାଡ଼ି ଚାଲିଯାଇଥିଲେ। ଫେବୃଆରୀ ମାସରେ ଏଠାକାର ତାପମାତ୍ରା ମାଇନସ୍‌ ୨୦ ଡିଗ୍ରୀ ସେଲ୍‌ସିୟସ ରହିଥାଏ। ବୋରକୁତା ରୁଷର ସାଇବେରିଆ ଅଞ୍ଚଳଠୁ କମ୍‌ ଥଣ୍ଡା ରହିଥାଏ। କିନ୍ତୁ ଏହା ରୁଷର ପର୍ମାଫ୍ରଷ୍ଟ ସୀମାରେ ଥିବାରୁ ଏଠାରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହୋଇଥାଏ।

photo credit: aajtak

କୁହାଯାଏ, ଶୀତଳ ଯୁଦ୍ଧ ସମୟରେ ବୋରକୁତା ଏୟାରପୋର୍ଟରୁ ବୋମାବର୍ଷକ ବିମାନ ସବୁ ଆକାଶରେ ଉଡ଼ୁଥିଲା। ଏଠାରୁ ଆମେରିକା ବିରୋଧରେ ଯୁଦ୍ଧ ବିମାନ ବି ଉଡ଼ାଣ ଭରୁଥିଲା। ତେବେ ୨୦୧୬, ୨୮ ଫେବୃଆରୀରେ ରୁଷର ସବୁଠାରୁ ବଡ଼ ଖାଦନ ଦୁର୍ଘଟଣା ବୋରକୁତାରେ ହିଁ ଘଟିଥିଲା। ଏଠାରେ ଏକ ଖାଦନରେ କାମ ଚାଲିଥିବା ବେଳେ ମିଥେନ୍‌ ଗ୍ୟାସ୍‌ ଲିକ୍‌ ଯୋଗୁ ବିସ୍ଫୋରଣ ଘଟିଥିଲା ଏବଂ ୩୨ଜଣଙ୍କର ମୃତ୍ୟୁ ହୋଇଥିଲା। ୨୬ଜଣ ଲୋକ ୩ ଦିନ ପର୍ଯ୍ୟନ୍ତ ଉକ୍ତ ଖାଦନରେ ଫସି ରହିଥିଲେ। ବୋରକୁତାରେ ନ୍ୟୂନତମ ତାପମାତ୍ରା ମାଇନସ୍‌ ୫୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ସର୍ବାଧିକ ତାପମାତ୍ରା ୩୩.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସାଧାରଣତଃ ଏଠାରେ ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ବରଫର ମୋଟା ଚାଦର ଜମି ରହିଥାଏ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago