ଏ ହେଉଛି ଦୁନିଆର ସବୁଠୁ ଭିନ୍ନ ମଲ, ଯାହାର ରହସ୍ୟ ବିଷୟରେ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ !

ସାଧାରଣତଃ ବଡ଼ ବଡ଼ ଇଣ୍ଡଷ୍ଟ୍ରୀ, କମ୍ପାନୀ ଏବଂ ପ୍ରସିଦ୍ଧ ଦୋକାନଗୁଡିକରେ ସୁରକ୍ଷା ପାଇଁ ସିକ୍ୟୁରୀଟି ଗାର୍ଡ ମୁତୟନ ଥାନ୍ତି। କିନ୍ତୁ ଲଣ୍ଡନର ଏକ ନାମିଦାମୀ ମଲରେ ଅଜବ ଧରଣର ସିକ୍ୟୁରୀଟି ଗାର୍ଡ ରଖାଯାଇଛି, ଯାହାକୁ ଦେଖିଲେ ଆପଣଙ୍କ ହୋସ ଉଡିଯିବ। ଆମେ କହୁଛୁ, ଲଣ୍ଡନର ପ୍ରସିଦ୍ଧ ଷ୍ଟୋର ‘ହାରୋଡ୍ସ’ ବିଷୟରେ।

AGL0300063CNITESHOT

kl

ନାଗସାପ କରନ୍ତି ଚୌକିଦାରୀ

ଏହି ଷ୍ଟୋରଟି ବହୁତ ପୁରୁଣା ଏବଂ ଚର୍ଚ୍ଚିତ। ଏଠାରେ ବହୁତ ମୂଲ୍ୟବାନ ଜିନିଷ ରଖାଯାଇଛି। ୨୦୦୭ରେ ଏଠାକୁ ବହୁ ରତ୍ନ ଖଚିତ ଏକ ମୂଲ୍ୟବାନ ସ୍ୟାଣ୍ଡଲ ଆସିଥିଲା। ଏଥିରେ ବହୁମୂଲ୍ୟ ରୁବି ଷ୍ଟୋନ ଲାଗିଥିଲା। ଏହା ଏତେ ମୂଲ୍ୟବାନ ଥିଲା ଯେ ଏହାର ସୁରକ୍ଷା ଏକପ୍ରକାର ଚ୍ୟାଲେଞ୍ଜର ବିଷୟ ହୋଇଥିଲା।

kk

ଏହାର ଆନୁମାନିକ ମୂଲ୍ୟ ୪.୭୦ କୋଟି ଟଙ୍କା ଥିଲା। ସେଥିପାଇଁ ଷ୍ଟୋର ମାଲିକ ବହୁମୂଲ୍ୟ ସ୍ୟାଣ୍ଡଲର ସୁରକ୍ଷା ପାଇଁ ଅଲଗା କିଛି କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାର ସୁରକ୍ଷାରେ ବିଷଧର ନାଗ ସାପମାନଙ୍କୁ ରଖିଥିଲେ। କୁହାଯାଏ କି, ଏହି ନୂଆ ଉପାୟ ଯୋଗୁ ଆଜି ପର୍ଯ୍ୟନ୍ତ ଷ୍ଟୋରରେ ସ୍ୟାଣ୍ଡଲଟି ସୁରକ୍ଷିତ ଅଛି।