ବାପା-ମା’ ବିବାହ କରୁଥିବା ବେଳେ ଝିଅ କଲା ଏମିତି କାମ, ଯାହା ସମସ୍ତଙ୍କୁ କରିଦେଲା ଆଶ୍ଚର୍ଯ୍ୟ; ଦେଖନ୍ତୁ ଭିଡିଓ
ପିଲାମାନେ ଖୁବ୍ ନିରୀହ ହୋଇଥାନ୍ତି। ସେମାନେ ଯେତେବେଳେ ଯେଉଁଠି ବି ଯାହା ଚାହିଁଥାନ୍ତି, ତାହା ହିଁ କରିଥାନ୍ତି। ଏଣୁ ସମସ୍ତେ ପିଲାଙ୍କୁ ପସନ୍ଦ କରନ୍ତି। କାରଣ ତାଙ୍କ ମନରେ ଛନ୍ଦ-କପଟ ନଥାଏ। ଏବେ ସୋସିଆଲ ମିଡିଆରେ ସେଭଳି ଏକ ଛୋଟ ଝିଅର ଭିଡିଓ ଖୁବ୍ ଭାଇରାଲ ହେଉଛି। କୁନି ଝିଅଟି ତା ମା’ଙ୍କ କୋଳକୁ ଯିବାକୁ ଓ ତାଙ୍କ ଆଟେନ୍ସନ୍ ପାଇବାକୁ ବିଭିନ୍ନ ମଜାଳିଆ କାମ କରୁଥିବା ଦେଖିବାକୁ ମିଳିଛି।
ଦେଖନ୍ତୁ ଭିଡିଓ:
View this post on Instagram
ଭିଡିଓରେ ଥିବା ମହିଳା ହେଉଛନ୍ତି Sara Wickman। ସେ ଆମେରିକାରେ ରୁହନ୍ତି। ମାର୍ଚ୍ଚରେ ସେ ନିଜ ପାର୍ଟନରଙ୍କୁ ବିବାହ କରିଛନ୍ତି। ଏହାର ଭିଡିଓକୁ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଭିଡିଓରେ ତାଙ୍କ ଝିଅ ଏଲି ସମସ୍ତଙ୍କ ହୃଦୟ ଜିତିଯାଇଛି। ଏଲି ନିଜ ମା’ଙ୍କ ଆଟେନ୍ସନ୍ ପାଇବାକୁ କ’ଣ କ’ଣ କରୁଛି ତାହା ଦେଖିବାକୁ ମିଳିଛି। ପ୍ରଥମ ଭିଡିଓରେ ଏଲି ମା’ଙ୍କ କୋଳକୁ ଯିବାକୁ ଚଟାଣରେ ଶୋଇ ପଡ଼ୁଛି। ତାକୁ ଶୋଇଥିବା ଦେଖି ମା’ ତାଙ୍କୁ କୋଳକୁ ଉଠାଇ ନେଉଛନ୍ତି।
View this post on Instagram
ଏହା ପରେ ଦ୍ୱିତୀୟ ଭିଡିଓରେ ଦେଖାଯାଇଛି ଯେ ଯେତେବେଳେ ମୁଦି ପିନ୍ଧାଇବାକୁ ଯାଉଛନ୍ତି, ସେତେବେଳେ ଏଲି ହାତ ହଲାଇ ଦେଉଛନ୍ତି ଫଳରେ ମୁଦିଟି ତଳେ ଖସି ପଡ଼ୁଛି। ଏଲିଙ୍କର ଏସବୁ କାରନାମା ଦେଖି ସାରା ମଧ୍ୟ ହସୁଥିବା ଦେଖାଯାଇଛି। ଏହି ଦୁଇଟି ଭିଡିଓ ୟୁଜର୍ସଙ୍କୁ ଖୁବ୍ ପସନ୍ଦ ଆସିଛି। ଲୋକମାନେ ଭିଡିଓକୁ ଖୁବ୍ ସୁନ୍ଦର ବୋଲି କହି କମେଣ୍ଟ କରିଛନ୍ତି। ସେହିପରି ଆଉ କିଛି ଲୋକ ଲେଖିଛନ୍ତି- ସବୁ ଫୁଟେଜ୍ ଏଲି ହିଁ ନେଇଗଲା।