ବିବାଦ ମଧ୍ୟକୁ ଆସିଲା ଖାନ ସାର୍‌ଙ୍କ ଏହି ଭିଡିଓ, ଫ୍ୟାନ୍ସ ମାନେ ଦେଲେ କିଛି ଏଭଳି ରିଆକ୍ସନ

ଡିଜିଟାଲ ପ୍ଲାଟଫର୍ମରେ ଆଜିକାଲି ସମସ୍ତେ ନିଜର ଟ୍ୟାଲେଣ୍ଟ ସୋ କରି କିମ୍ବା ଲୋକଙ୍କ ହିତ ପାଇଁ କାର୍ଯ୍ୟ କରି ଫେମସ ହେଉଛନ୍ତି । ଅନେକ ରୋଜଗାର ମଧ୍ୟ କରୁଛନ୍ତି । ଅନଲାଇନ କ୍ଲାସ ଜରିଆରେ ହେଉ କିମ୍ବା କୌଣସି ଜାରୁରୀ ସୂଚନା ମାଧ୍ୟମରେ ଲୋକମାନଙ୍କ ଧ୍ୟାନ କେନ୍ଦ୍ରୀତ କରି ଟଙ୍କା କମାଉଛନ୍ତି । ତେବେ ଏହି ମଧ୍ୟମରେ ଅନେକ ଫେମସ ମଧ୍ୟ ହେଲେଣି ।

ପଟନାର ଖାନ ସାର୍ ସୋସିଆଲ ମିଡିଆରେ ବେଶ ଲୋକପ୍ରିୟ । ତାଙ୍କ ଅନଲାଇନ କ୍ଲାସ ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସିଥାଏ । ତାଙ୍କର ପ୍ରତିଟି ବିଷୟ ଯେପରି ଗୁରୁତ୍ୱପୂର୍ଣ୍ଣ ଥାଏ । ତା ଠାରୁ ଅଧିକ ଲୋକପ୍ରିୟ ତାଙ୍କ ବୁଝେଇବାର ଶୈଳୀକୁ ନେଇ ରହିଛି । ତାଙ୍କର ଏହି ବୁଝେଇବା ଶୈଳୀ ତାଙ୍କୁ ଆଜି ଲୋକପ୍ରିୟ କରାଇପାରିଛି । ବିହାରୀ ଅନ୍ଦାଜରେ ପଢ଼ାଇବା ସହ ପ୍ରତିଟି ବିଷୟକୁ ଖୁବ ସହଜ ଓ ମଜ୍ଜାଳିଆ ଢ଼ଙ୍ଗରେ ପରିବେଷଣ ତାଙ୍କୁ ସୋସିଆଲ ମିଡିଆରେ ବେଶ ଆଦୃତ କରିପାରିଛି ।

ତେବେ କିଛିଦିନ ପୂବେଁ ସେ ଏମତି ଏକ ଭଡିଓକୁ ନେଇ ସାମ୍ନାକୁ ଆସିଥିଲେ , ଯାହାପାଇଁ ସେ ଏବେ ବିିବାଦ ଘେରରେ । ସେ ଫ୍ରାନ୍ସ- ପାକିସ୍ତାନର ସମ୍ବନ୍ଧ ଉପରେ ଏକ ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ଏକ ଫଟୋ ରହିଥିଲା , ଯେଉଁଥିରେ ପାକିସ୍ତାନରେ ଫ୍ରାନ୍ସ ରାଜଦୂତଙ୍କୁ ନିଜ ଦେଶକୁ ଫେରିବା ପାଇଁ ବିରୋଧ ପ୍ରଦର୍ଶନ ହେଉଥିଲା । ଏହି ବିରୋଧରେ ଛୋଟ ପିଲା ମଧ୍ୟ ନଜର ଆସିଥିଲେ । ଏହାକୁ ଦେଖି ଖାନ ସାର୍ କିଛି ଏଭଳି ମତ ଦେଇଥିଲେ,  ଯାହପରେ ସେ ଟ୍ୱିଟରରେ ଏବେ ଟ୍ରେଣ୍ଡରେ ଅଛନ୍ତି । #khansirpatnaରେ ଫ୍ୟାନ୍ସମାନେ ତାଙ୍କ ମନର କଥା କହି ସପୋର୍ଟ କରୁଛନ୍ତି । ଦେଖନ୍ତୁ ଏହି ଭିଡିଓ..

ଏହାପରେ କିଛି ମୁସଲିମ ବର୍ଗ ତାଙ୍କର ଏହି ବକ୍ତବ୍ୟକୁ ବିରୋଧ କରିଥିଲେ । ଯାହାପରେ ସେ ଏବେ ଟ୍ରେଣ୍ଡରେ ଅଛନ୍ତି । ଏହାପୂର୍ବରୁ ତାଙ୍କ ପ୍ରକୃତ ନାମକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.