ଆପଣଙ୍କ ଆଖପାଖରେ ଏମିତି ବହୁତ ଲୋକ ଥିବେ ଯେଉଁମାନେ ନିଜର ସୌକ ପୂରଣ କରିବା ପାଇଁ ବହୁତ ପ୍ରକାରର ରାସ୍ତା ବାଛିଥାନ୍ତି। କିନ୍ତୁ କଣ ଆପଣ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ ଜାଣିଛନ୍ତି ଯିଏ ନିଜର ସୌକ ପୂରା କରିବା ପାଇଁ କୋଟି କୋଟି ଟଙ୍କା ପାଣିରେ ଭସାଇ ଦିଅନ୍ତି। ଆପଣଙ୍କର ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ଏମିତି ପାଗଳାମି କିଏ ବା କରିପାରିବ। ଆଜ୍ଞା ହଁ ଏମିତି ଏକ ଅଜବ ସୌକ ୟୁକ୍ରେନୀ ମହିଳା କମାଳିଆ ଜହୁରଙ୍କର ରହିଛି। ଯେଉଁ ସୌକ ପାଇଁ ତାଙ୍କୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ। ତେବେ ଆସନ୍ତୁ ଜାଣିବା କିଏ ଏହି ୟୁକ୍ରେନୀ ମହିଳା ଏବଂ କେଉଁ ଭଳି ଅଟେ ତାଙ୍କର ଏହି ସୌକ।
ଏହି ସୁନ୍ଦରୀ ୟୁକ୍ରେନୀ ମହିଳା ୩୯ ବର୍ଷର ଅଟନ୍ତି। ଏହି ମହିଳାଙ୍କର ନାମ କମାଳିୟା ଜହୁର। ଯଦି କଥା ତାଙ୍କର ରୋଜଗାରକୁ ଆସେ ତେବେ ସେ ଜଣେ ଅଭିନେତ୍ରୀ, ଗାୟକ ଏବଂ ମଡେଲ। କିନ୍ତୁ ଏହି ମହିଳାଙ୍କର ସୌକ ବହୁତ ରାଜକୀୟ ଅଟେ।
ୟୁକ୍ରେନୀ ମହିଳା କମାଳିୟା ଜହୂର ଗାଧୋଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି। ଆପଣ ମଧ୍ୟ ଭାବୁଥିବେ ଏହି ମହିଳା ଜଣକ ଗାଧୋଇବା ପାଇଁ ଏମିତି କଣ କରନ୍ତି, ଯାହା ଦ୍ବାରା କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ।
ଜଣାଇବାକୁ ଚାହିଁବୁ ୟୁକ୍ରେନୀ ମହିଳା କମାଳିୟା ଜହୂରଙ୍କର ଶ୍ୟାମ୍ପେନ ସାହାଯ୍ୟରେ ଗାଧୋଇବାର ସୌକ ରହିଛି। ସେ ଗାଧୋଇବା ସମୟରେ ଶ୍ୟାମ୍ପେନର ବହୁତ ବୋତଲକୁ ଖୋଲି ଦିଅନ୍ତି। ଖବର ଅନୁଯାୟର କମାଳିୟା ଯେଉଁ ଶ୍ୟାମ୍ପେନରେ ଗାଧୋଉଛନ୍ତି ସେହି ଶ୍ୟାମ୍ପେନର ଦାମ ପ୍ରାୟ ପାଞ୍ଜ ହଜାର ଟଙ୍କା। କେବଳ ଗାଧୋଇବା ପାଇଁ ସେ ଏହି ଏହି ଦାମର ଅନେକ ବୋତଲ କିଣନ୍ତି।
ଏହା ସହ ପଢ଼ନ୍ତୁ : ବାପା ମା‘ଙ୍କୁ ନିଜ ପାଖରୁ ଦୁରେଇ ନଦେବ ପାଇଁ ଛାତ୍ରଙ୍କ ଅଜବ କାଣ୍ଡ , ଶୁଣିଲେ ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ
ୟୁକ୍ରେନୀ ମହିଳା କମାଳିୟା ଜହୂରଙ୍କ ସ୍ବାମୀ ପାକିସ୍ତାନର ବ୍ରିଟିସ କୋଟିପତି ଅଟନ୍ତି। ତାଙ୍କ ନାମ ମହମ୍ମଦ ଜହୂର। ସେହି ମହିଳାଙ୍କର ଯାଆଁଳା ଝିଅ ମଧ୍ୟ ଅଛନ୍ତି, ଯାହାଙ୍କର ନାମ ଆରାବେଲା ଏବଂ ମୀରାବେଲା।
କମାଳିୟା ଜହୂର ଜୀବନଶୈଳୀ ବହୁତ ଷ୍ଟାଇଲିସ ଅଟେ। ତାଙ୍କ ଘରେ ଗୋଟିଏ କିମ୍ବା ଦୁଇଟି ନୁହେଁ ୨୨ ଜଣ କର୍ମଚାରୀ ଅଛନ୍ତି, ଯେଉଁମାନେ ତାଙ୍କ ଘରର ଦେଖାଶୁଣା କରୁଛନ୍ତି। ଏହି କର୍ମଚାରୀଙ୍କ ପାଇଁ କମାଳିୟାଙ୍କୁ ବର୍ଷକୁ ୧୧୯୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ।
କମାଳିୟା ଜହୂର ୧୦ଟି ଘରର ମାଲିକାଣୀ ଅଟନ୍ତି। ତାଙ୍କର ଏହି ଗୋଟିଏ ସୌକ ନୁହେଁ ବରଂ ତାଙ୍କୁ ହୀରା ଖଚିତ ହୋଇଥିବା ଘଣ୍ଟା ବହୁତ ପସନ୍ଦ। ଯାହାର ଦାମ ପ୍ରାୟ ୪୦ ଲକ୍ଷ ଟଙ୍କା ହୋଇଥାଏ। କେବଳ ଏତିକି ନୁହେଁ ତାଙ୍କ ଚଷମାର ଦାମ ୪ ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାଯାଇଛି।