୫୦କେଜି ଓଜନ ଉଠାଇପାରେ ଏହି ଗଛର ପତ୍ର

ଆପଣ ଅନେକ ଗଛ ଦେଖିଛନ୍ତି । ପ୍ରାୟ ସବୁ ଗଛରେ ପତ୍ର ଗୁଡିକ ସହ ବି ଆପଣ ଓତପ୍ରୋତ ଭାବେ ଜଡିତ । କେଉଁ ବି ଗଛର ପତ୍ର ହେଉ ତାହା କେତେ ହାଲକା ଆପଣ ଜାଣନ୍ତି । ହଁ କିଛି କିଛି ଗଛ ଅଛି ଯାହାର ପତ୍ର ଟିକେ ମୋଟା ଓ ଓଜନଦାର ହୋଇଥାଏ, କିନ୍ତୁ ପତ୍ର ଗୁଡିକ ଏତେ ହାଲକା ଯେ କେହି ବି ଗୋଡରେ ଆଡେଇ ଦେଇଯାଇପାରିବ । ହେଲେ ଆପଣ କଣ ଜାଣନ୍ତି କି, ଏଭଲି ପତ୍ର ବି ଅଛି ଯାହା କିଲୋ କିଲୋ ଓଜନ ଭାର ଉଠାଇପାରିବ । ଏପରିକି ୫୦କିଲୋ ପାଖାପାଖି ଓଜନ ବି ଏହା ସମ୍ଭାଳିପାରିବ । ତେବେ ଜାଣିବା ଏହାକେଉଁ ଗଛ ଏବଂ ଏହାର ପତ୍ର କେଉଁ କାରଣ ପାଇଁ ଏତେ ଭାର ସହ୍ୟ କରିପାରେ ।

ବଡକଥା ହେଉଛି ଏ ପତ୍ର ପାଣିରେ ଭାସମାନ ଅବସ୍ଥାରେ ଥାଏ । ଏହି ଉଦ୍ଭିଦ ଓ ପତ୍ରଗୁଡିକର ଶକ୍ତି ପ୍ରକୃତରେ ଆଶ୍ଚର୍ଯ୍ୟଜନକ । ଏହି ଉଦ୍ଭିଦର ନାମ ହେଉଛି ଜଏଣ୍ଟ ଲିଲି । ଜଏଣ୍ଟ ଲିଲିର ଫୁଲ ମଧ୍ୟ ବହୁତ ବଡ ଏବଂ ଏହାର ପତ୍ର ବାସ୍ତବରେ ବହୁତ ହି ଶକ୍ତିଶାଳୀ । ଆପଣ କିଲୋଗ୍ରାମ ଓଜନର ଜିନିଷ ଯଦି ବି ତା ଉପରେ ରଖିଦେଉଛନ୍ତି ତେବେ ବି ସେଗୁଡିକ ଭାସିବାରେ ଲାଗିବେ । ନିଶ୍ଚୟ ମିଛ ବୋଲି ଆପଣ ଭାବୁଥିବେ । କିନ୍ତୁ ହଁ ଏହା ଏମିତି ପତ୍ର ଅଟେ ।

ଏକ ରିପୋର୍ଟ ଅନୁଯାୟୀ ଏହାର ବୈଜ୍ଞାନିକଙ୍କ ନାମ ହେଉଛି ଭିକ୍ଟୋରିଆ ଆମାଜୋନିକା । ଏହି ପତ୍ର ଗୁଡିକ ଆମାଜନ ରେନ ଫରେଷ୍ଟରେ ଅଧିକ ମିଳିଥାଏ । ଏହାକୁ ଆମେଜନ ୱାଟର ଲିଲି , ଆମେଜନ ୱାଟର ପ୍ଲେଟର, ଜାୟଟ ୱାଟର ଲିଲି, ରାୟଲ ୱାଟର ଲିଲି ମଧ୍ୟ କୁହାଯାଏ ।

ଏହା ଉଦ୍ଭିଦ ନିଜର ଚଉଡା ପତ୍ର ପାଇଁ ଜଣାଶୁଣା । ଏହି ପତ୍ର ୩ମିଟର ଯାଏଁ ବଢିପାରେ । ଏହି ପତ୍ର ଗୁଡିକର ରଙ୍ଗ ଦିନର ବିଭିନ୍ନ ସମୟ ଅନୁସାରେ ବଦଳିଥାଏ । ଏହାର ଡାଳ ଏତେ ଶକ୍ତିଶାଳୀ ଯେ ଏଥିରେ ବହୁ ଓଜନ ରଖାଯାଇପାରିବ ଏବଂ ଡାଳଟି ଏହି ଭାର ବହନ କରିପାରିବ । ଏହି ଡାଳର ଲମ୍ବ ପ୍ରାୟ ୫ମିଟର ଯ।ଏଁ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.