ଇଣ୍ଟରନେଟରେ ଭାଇରଲ ହେଉଛି ଏହି ମ୍ୟାଜିକ କେକ, ଯିଏ ବଦଳାଉଛି ନିଜ ରଙ୍ଗ !

ଏବେ ଏବେ ଇଣ୍ଟରନେଟରେ ଏକ କେକ ଚର୍ଚ୍ଚାର ବିଷୟ ହୋଇଛି। ଏହାର ଖାସିୟତ ହେଉଛି, ଏହି କେକ ରଙ୍ଗ ବଦଳାଉଛି। କେକକୁ ରୋଟେଟ କଲେ, ଏହା ଅଲଗା ରଙ୍ଗରେ ନଜର ଆସୁଛି। ପ୍ରଥମେ ଦେଖିଲେ କେକଟି ସୂର୍ଯ୍ୟାଲୋକ ପରି ଲାଲ, ହଳଦିଆ ଏବଂ କମଳା ଦେଖାଯାଉଛି। କିନ୍ତୁ ଯେତେବେଳେ ଆପଣ ଏହାକୁ ବୁଲାଇବେ, ଏହାର କଲର ଟୋନ ବଦଳିବାକୁ ଲାଗିବ ଏବଂ ଏହି ସମୟରେ ବାଇଗଣୀ, ନୀଳ ଓ ସବୁଜ ରଙ୍ଗ ନଜର ଆସିବ।
ରୋଟେଟ କରିବାରେ ପ୍ରଥମେ ପ୍ରଥମେ ଏହା ମ୍ୟାଜିକ ପରି ଲାଗିବ, କିନ୍ତୁ ପ୍ରକୃତରେ ଏହା ଏକ ‘ଆଇସିଙ୍ଗ ଟେକ୍ନିକ’। ଭିଡ଼ିଓରେ କେକକୁ ରୋଟେଟିଂ ଷ୍ଟାଣ୍ଡ ଉପରେ ରଖି ବୁଲାଯାଉଛି ଏବଂ ଏହାର ରଙ୍ଗ ବଦଳିବାରେ ଲାଗୁଛି। ଜିଗ ଜାଗ ଡିଜାଇନରେ ତିଆରି ହୋଇଥିବା ଏହି କେକକୁ କେହି କେହି ଏୟାରବ୍ରସିଂ ଏବଂ ଆଇସିଙ୍ଗ ଟେକ୍ନିକର କମାଲ ବୋଲି କହିଛନ୍ତି।
ବାମ ପାର୍ଶ୍ୱରେ ଏକ କଲର ସେଟକୁ ଏୟାରବ୍ରସ ସାହାଯ୍ୟରେ ଲଗାଯାଇଥିବା ବେଳେ ଡାହାଣ ପାର୍ଶ୍ୱରେ ଅନ୍ୟ କଲର ସେଟ କରାଯାଇଛି। ଆପଣ ଯେଉଁଠି ଛିଡ଼ା ହେବେ, ସେଠୁ ଆପଣଙ୍କୁ ସେମିତି କଲର ନଜର ଆସିବ। ଲୋକେ ଏହି ଭାଇରଲ ଭିଡ଼ିଓକୁ ଦେଖି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।
video courtesy: youtube