ଏହି ବ୍ୟକ୍ତିଙ୍କୁ ଦରକାର ନାହିଁ ୩୦ ମିନିଟରେ ପିଜା, ହେଲେ କାହିଁକି ? ଏହାର ଉତ୍ତର ଆପଣଙ୍କୁ ନିଶ୍ଚୟ ଭାବିବାକୁ କରିଦେବ ବାଧ୍ୟ

ମାଗଣା ଜିନିଷ ପାଇବା ନାଁ ଶୁଣିଲେ ଆମ ଚେହେରା କେତେ ଉଜ୍ଜଳ ଦେଖାଯାଏ ନା ? ଆଜିର ମହଙ୍ଗା ଜମାନାରେ ମାଗଣା ଜିନିଷ କାହାକୁ ବା ଭଲ ନଲାଗିବ । ଅନେକ ଖାଦ୍ୟ କମ୍ପାନୀ ନିଜର ବିକ୍ରି ବଢାଇବା ପାଇଁ ୩୦ ମିନିଟ୍ ମଧ୍ୟରେ ଆପଣଙ୍କ ଦ୍ବାର ପାଖରେ ପହଂଚିଯିବାର ଦାବି ମଧ୍ୟ କରୁଛନ୍ତି । ଆଉ ଆମେ ବି ଖୁସ୍ ଯେ ଅର୍ଡର କରିବାର ମାତ୍ର ୩୦ ମିନିଟ୍ ମଧ୍ୟରେ ଖାଦ୍ୟ ପାଇଯିବା । ହେଲେ କେବେ ଚିନ୍ତା କରିଛନ୍ତି ଏମିତି କଲେ କୌଣସି ଡେଲଭରୀ ବୟର ଜୀବନ ବି ଚାଲିଯାଇପାରେ ।
ଛାଡନ୍ତୁ ଆମେ ବା କାହିଁକି ଚିନ୍ତା କରିବା । ଆମକୁ ତ ବାସ୍ ଘରେ ବସି ଖାଇବା ମିଳିଯିବା ଦରକାର । ତେବେ ଆମେ ହେଉ ବା ଆପଣ, ଏନେଇ ଚିନ୍ତା କରୁ କି ନକରୁ କିନ୍ତୁ ହାଇଦ୍ରାବାଦର ରଜତ କୁମାର ରାୟ ନାମକ ଜଣେ ବ୍ୟକ୍ତି ଏହା ବିରୋଧରେ ସ୍ବର ଉଠାଇଛନ୍ତି । ନିଜ ଫେସବୁକ୍ ପୋଷ୍ଟ ମାଧ୍ୟମରେ ୩୦ ମିନିଟ୍ ମଧ୍ୟରେ ପିଜା ଡେଲିଭରୀକୁ ବିରୋଧ କରିଛନ୍ତି । ପୋଷ୍ଟରେ ସେ ସ୍ପଷ୍ଟ ଭାବରେ କହିଛନ୍ତି ସେ ଚାହାଁନ୍ତିନି ଯେ ୩୦ ମିନିଟ୍ ମଧ୍ୟରେ ତାଙ୍କ ଘରେ ପିଜା ପହଂଚୁ । ଏହାର କାରଣ ମଧ୍ୟ ଆପଣଙ୍କୁ ଭାବିବାକୁ ବାଧ୍ୟ କରିବ ।
ଆପଣ ବି ଉତ୍ସୁକ ଅଛନ୍ତି ନା ଜାଣିବାକୁ ଯେ ରଜତ କାହିଁକି ଚାହାଁନ୍ତିନି ୩୦ ମିନିଟ୍ ଭିତରେ ପିଜା । ଏହାର କାରଣ ହେଉଛି ତାଙ୍କ ନିକଟରେ ପିଜା ସମୟରେ ପହଂଚିବାଠୁ ଅଧିକ ଜରୁରୀ ନିରୀହଙ୍କ ଜୀବନ ରକ୍ଷା କରିବା ।
ଏହା ସହ ପଢନ୍ତୁ ଆମେରିକାରେ ବାନା ଉଡ଼ାଇଲେ ଓଡ଼ିଆ ପୁଅ, ସିଦ୍ଧାର୍ଥ ମିଶ୍ରଙ୍କୁ ମିଳିଲା ମର୍ଯ୍ୟାଦାଜନକ ଡିଓଇ ଆୱାର୍ଡ଼
ଗୋଟିଏ ଘଟଣା ବର୍ଣ୍ଣନା କରି ରଜତ କହିଛନ୍ତି, ଥରେ ଜଣେ ଡେଲିଭରୀ ବୟ ମୋ କାର୍ ତଳକୁ ଆସୁ ଆସୁ ବଂଚିଗଲା । ହେଲେ ମତେ ତା ଉପରେ ଖୁବ୍ ରାଗ ଲାଗୁଥିଲା । ସେଥିପାଇଁ ତା ଉପରେ ଚିଲ୍ଲେଇ କହିଥିଲି ତମେ ମରି ଯାଇଥାନ୍ତ । ମୋ ରାଗ ଦେଖି ବହୁତ ଦୁଃଖ ଏବଂ କଷ୍ଟ ଭରା କଣ୍ଠରେ ସେ ଉତ୍ତର ଦେଇଥିଲା, ସରି ସାର୍ ଜାମ୍ ହୋଇଥିଲା । ସେଥିପାଇଁ ବିଳମ୍ବ ହୋଇଗଲା । ମତେ କୌଣସି ବି ପରିସ୍ଥିତିରେ ଅର୍ଡର ଡେଲିଭରୀ କରିବାକୁ ପଡିବ ।
ଏହି ଘଟଣା ରଜତଙ୍କୁ ଭିତରୁ ଦୋହଲାଇଦେଇଥିଲା । ଏବଂ ଏହା ପରଠୁ ନିଷ୍ପତ୍ତି ନେଲେ ଏମିତି କୌଣସି କମ୍ପାନୀକୁ ସମର୍ଥନ କରିବେ ନାହିଁ ଯିଏ ଅଳ୍ପ ସମୟ ମଧ୍ୟରେ ଖାଦ୍ୟ ଡେଲିଭରୀ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି । ଆପଣଙ୍କ ଖାଦ୍ୟଠାରୁ ମୂଲ୍ୟବାନ ଆଉ କାହାର ଜୀବନ । ଡେଲିଭରୀ ବୟ ମଧ୍ୟ ଜଣେ ମଣିଷ କୌଣସି ସ୍ପାଇଡର୍ ମ୍ୟାନ୍ ନୁହେଁ । ଯିଏ ଉଡି କରି ଆମ ପାଖକୁ ଆସିଯିବ ।
ଗତ ସେପ୍ଟେମ୍ବର ମାସରେ ରଜତ ଲେଖିଥିବା ଏହି ପୋଷ୍ଟକୁ ଏପର୍ଯ୍ଯନ୍ତ ୭୮ହଜାରରୁ ଅଧିକ ସେୟାର୍ କରାଯାଇଛି ।