୫ କୋଟି ମୂଲ୍ୟର ସୁପରକାରକୁ ନଷ୍ଟଭ୍ରଷ୍ଟ କରିଦେଲେ ବ୍ୟକ୍ତି, ପଛରେ ଥିଲା ଏହି କାରଣ

ସଡକ ଉପରେ ଗାଡି ଚଲେଇବା ପାଇଁ ମୁଖ୍ୟତଃ ଦୁଇଟି ଜିନିଷ ଖୁବ ଆବଶ୍ୟକ । ପ୍ରଥମଟି ହେଉଛି ଆପଣଙ୍କୁ ଗାଡି ଚଲେଇବା ଆସୁଥିବା ଦରକାର । ଆଉ ଦ୍ଵିତୀୟଟି ହେଉଛି ଆପଣ ଗାଡି ବାବଦରେ ପୁଙ୍ଖାନୁପୁଙ୍ଖ ଜାଣିଥିବା ଦରକାର । ଏହି ଦୁଇଟି ମଧ୍ୟରୁ ଗୋଟିଏ ବି ଯଦି ନଥାଉଛି ତାହେଲେ ଦୁର୍ଘଟଣା ହେବାର ଆଶଙ୍କା ଅଧିକ ଥାଏ । ଅବଶ୍ୟ ଲୋକେ ଏହି କଥାକୁ ଏତେଟା ଗଭୀରତାର ସହ ନେଇନଥାନ୍ତି । ଏହି କାରଣରୁ ହିଁ ଦୁର୍ଘଟଣା ହେବାର ଆଶଙ୍କା ଅଧିକ ରହିଥାଏ । ଫ୍ଲୋରିଡ଼ାର ଏକ ବ୍ୟକ୍ତି ଜଣଙ୍କ ବି ଏହି କଥାକୁ ଏତେଟା ଗଭୀରତାର ସହ ନେଇନଥାନ୍ତି । ଏହା ଫଳରେ ସେ ୫ କୋଟି ଟଙ୍କାର ସୁପରକାରକୁ କବାଡି କରିଦେଇଛି । ବ୍ୟକ୍ତି ଜଣଙ୍କ ନିଜ ଗାଡିଟିକୁ ଗଛରେ ପିଟି ଦେଇଛନ୍ତି । କୁହାଯାଉଛିକି ତଥ୍ୟ ଅଭାବ କାରଣରୁ ହିଁ ବ୍ୟକ୍ତି ଜଣଙ୍କ ଏପରି କରିବସିଛନ୍ତି ।

ବିଶ୍ୱ ବ୍ୟାପି ସୁପରକାର ଗୁଡିକର ଏକ କ୍ରେଜ ରହିଛି । ଏହି କାର ଗୁଡିକୁ କିଣିବା ପାଇଁ ଲୋକେ ମୋଟା ଆକାରର ଟଙ୍କା ଦାଖଲ କରିବା ପାଇଁ ବି ପଛାଉନାହାନ୍ତି । କିନ୍ତୁ ଏମିତି ବି ଦେଖାଯାଉଛିଯେ ଲୋକେ ସୁପରକାର ତ କିଣି ନେଉଛନ୍ତି କିନ୍ତୁ ସେଗୁଡିକ ବାବଦରେ ଆବଶ୍ୟକତା ଅନୁସାରେ ତଥ୍ୟ ରଖୁନାହାନ୍ତି । ୫୦ ବର୍ଷୀୟ ରବର୍ଟ ଯେ ଗେରିୟାଙ୍କର ବି କ୍ଷେତ୍ରରେ ବି ଏହି ସମାନ ଘଟଣା ଘଟିଛି । ସେ ୨୦୦୬
ମସହାରେ ହେରିଟେଜ ସଂସ୍କରଣ ଫୋର୍ଡ଼ ଜିଟି ନାଁରେ ଏକ କାର କିଣିଥିଲେ । ଏହାକୁ ୫ କୋଟି ଟଙ୍କା ଦେଇ କିଣିଥିବା ବେଳେ ଏହି ସୁପରକାରକୁ ରବର୍ଟ କିଛି ଦିନ ତଳେ ହିଁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେଇଛନ୍ତି । ପ୍ରକୃତରେ ରବର୍ଟ ନିଜ ଗାଡିଟିକୁ ଗଛରେ ପିଟି ଦେଇଛନ୍ତି । ଯାହା ଫଳରେ ଗାଡ଼ିଟିର ସାମ୍ନା ପଟଟି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି । ଦୁର୍ଘଟଣା ବାବଦରେ କହିବା ସମୟରେ ସେ କହିଛନ୍ତିକି ସେ ମାନୁଆଲ ଟ୍ରାନ୍ସମିଶନ ବାବଦରେ ଜାଣିନଥିଲେ ।

କହିରଖିବା ଉଚିତ ହେବକି ଜନ ପେଡ଼ଲାର ନାମକ ଜଣେ ବ୍ୟକ୍ତି ଦୁର୍ଘଟଣାଗ୍ରସ୍ତ ଗାଡିର ଫଟୋ ଫେସବୁକରେ ସେୟାର କରିଥିଲେ । ଦୁର୍ଘଟଣା ପରେ ସେ ସେହିଠାରେ ହିଁ ଉପସ୍ଥିତ ଥିଲେ । ଫଟୋରୁ ଯାହା ଅନୁମାନ ଲଗାଯାଉଛିକି ଗାଡିର ଅବସ୍ଥା ସମ୍ପୂର୍ଣ୍ଣ ବିଗିଡି ଯାଇଛି । ସାମ୍ନା ପଟ ଗୋଟେ ପ୍ରକାର କବାଡ଼ି ଖାନା ଭଳି ଭାଙ୍ଗିଯାଇଛି । ରୋଡ଼ ଆଣ୍ଡ ଟ୍ରାକ ରିପୋର୍ଟ ମୁତାବକ, ରବର୍ଟ ପୋଲିସକୁ କହିଛନ୍ତିକି “ଷ୍ଟିକ ସିଫ୍ଟ ଚଳାଇବା ବାବଦରେ ଜାଣିନଥିବାରୁ ହିଁ ଏପରି ଏକ ଦୁର୍ଘଟଣା ଘଟିଛି”। ଘରୁ ବାହାରିବା ସମୟରେ ନିଜ ନିୟନ୍ତ୍ରଣ ହରାଇବାରୁ ଗଛରେ ଯାଇ ଗାଡିଟି ପିଟି ହୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.