ଘୋଡ଼ାକୁ ନିଜ କାନ୍ଧ ଉପରକୁ ଉଠାଇ ନିଅନ୍ତି ଏହି ବ୍ୟକ୍ତି, ବଳ ଦେଖି ଲୋକେ ଆଶ୍ଚର୍ଯ୍ୟ

କିଛି ଲୋକଙ୍କର ଘୋଡ଼ା ଚଢ଼ିବାରେ ସଉକ ଥାଏ। ଆଉ କିଛି ଲୋକ ଓଟ ପିଠି ଉପରେ ବସିବାକୁ ପସନ୍ଦ କରିଥାଆନ୍ତି। କିନ୍ତୁ କେବେ ଆପଣ ଦେଖିଛନ୍ତି କି, ମଣିଷ ଘୋଡ଼ାକୁ ନିଜ କାନ୍ଧ ଉପରେ ବସାଇବାର? ଏବେ ଦମିତ୍ରୀ ନାମକ ବ୍ୟକ୍ତି ଏହି କାରନାମା କରି ଦେଖାଇଛନ୍ତି। ସେ କେବଳ ଘୋଡ଼ାକୁ କାନ୍ଧ ଉପରେ ବସାଇ ନାହାନ୍ତି, ବରଂ କାନ୍ଧି ଉପରେ ବସାଇ ଏଣେତେଣେ ବୁଲାଇଛନ୍ତି ମଧ୍ୟ।

ଦାମିତ୍ରୀ ୟୁକ୍ରେନରେ ରୁହନ୍ତି। ତାଙ୍କର ଏହି ଭିଡିଓ ଏବଂ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ତାଙ୍କୁ ଦୁନିଆର ସବୁଠୁ ବଳବାନ ବ୍ୟକ୍ତି ବୋଲି କୁହାଯାଉଛି। ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ତାଙ୍କ ଅଜବ କାରନାମାର ଭିଡିଓ ଏବଂ ଫଟୋରେ ପୂରା ଛାଇଯାଇଛି। ଦାମିତ୍ରୀ ୬୦ ଥର ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡରେ ନିଜକୁ ସ୍ଥାନ ଦେଇସାରିଛନ୍ତି।

ଦାନ୍ତରେ ମୋଟା ଲୁହାଛଡ଼କୁ ବି ବଙ୍କା କରିଦେଇ ପାରନ୍ତି ଦାମିତ୍ରୀ। ଆଗେ ସେ ସର୍କସରେ କାମ କରୁଥିଲେ। ତେବେ ଦାମିତ୍ରୀ ନିଜ ହାତରେ ୧୫୨ କିଲୋ ଓଜନ ଉଠାଇ ନେଉଥିବା ବେଳେ ନିଜ ଉପରେ ଯାତ୍ରୀବାହୀ ଗାଡ଼ି ମଧ୍ୟ ଚଢ଼ାଇ ଦେଇପାରନ୍ତି। ଘୋଡ଼ା ଛଡ଼ା ଅନ୍ୟ ଭାରୀ ପଶୁମାନଙ୍କୁ ମଧ୍ୟ ଉଠାଇ ନିଅନ୍ତି। ଦାମିତ୍ରୀଙ୍କ ଏଭଳି ହରକତରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ଏବଂ ତାଙ୍କ ବିଷୟରେ ଆହୁରି କିଛି ଜାଣିବାକୁ ଚେଷ୍ଟା କରନ୍ତି।

Leave A Reply

Your email address will not be published.