Categories: ସ୍ପେଶାଲ

ବ୍ୟକ୍ତିଙ୍କ ପେଟ ଭିତରେ ପ୍ରସ୍ତୁତ ହେଉଥିଲା ବିୟର, ଦୀର୍ଘବର୍ଷ ଧରି ଏହି ବିରଳ ରୋଗରେ ଥିଲେ ପୀଡିତ

କଣ ସତରେ ଏହା ସମ୍ଭବ ? ଯଦି ଆପଣଙ୍କୁ କେହି କୁହେ କି କୌଣସି ବ୍ୟକ୍ତିଙ୍କ ପେଟରେ ବିୟର ତିଆରି ହେଉଛି ତାହେଲେ କଣ ଆପଣ ତା କଥାକୁ ବିଶ୍ୱାସ କରିବେ ? ଆଜ୍ଞା ହଁ ପ୍ରକୃତରେ ଏକ ଏପରି ଏକ ଅଜବ ଘଟଣା ଘଟିଛି ଆମେରିକାରେ ରହୁଥିବା ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଯାହାଙ୍କର ବୟସ ୪୬ ବର୍ଷ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୨୦୧୪ ମସିହାରେ ମଦ ପିଇ ଗାଡି ଚଳାଉଥିବା ଅପରାଧରେ ତାଙ୍କ ଉପରେ ଜରିମାନା ଲାଗୁ କରାଯାଇଥିଲା । ଯେତେବେଳେ କି ସେ ଟିକିଏ ବି ମଦ ପିଇନଥିଲେ ।

ସୂଚନା ଅନୁଯାୟୀ ପ୍ରକୃତରେ ସେ ଏକ ରୋଗରେ ପୀଡିତ ଥିଲେ ଯାହାର ନାମ ହେଉଛି Auto-Brewery Syndrome (ABS) । ଏହି ରୋଗରେ ପେଟ ଭିତରେ ଆପେ ଆପେ ବିୟର ପ୍ରସ୍ତୁତ ହୋଇଯାଇଥାଏ । ପାଞ୍ଚ ବର୍ଷ ପରେ ତାଙ୍କୁ ଏହି ବେମାରୀ ବିଷୟରେ ଜଣା ପଡିଥିଲା । ଏହି ବ୍ୟକ୍ତିଙ୍କ ଶରୀରରେ ଏକ ଫଙ୍ଗସ ଡେଭଲପ ହୋଇଥିଲା ଯାହାର ନାମ ହେଉଛି Saccharomyces Cerevisiae । ଏହା କାର୍ବୋହାଇଡ୍ରେଟକୁ ଆଲକହଲରେ ପରିଣତ କରାଇ ଥାଏ ଯାହାଦ୍ୱାରା ପେଟ ଭିତରେ ବିୟର ପ୍ରସ୍ତୁତ ହୋଇଥାଏ ।

ନ୍ୟୁୟର୍କର Richmond University Medical Center ସ୍ପେସାଲିଷ୍ଟ ଡାକ୍ତର ମାନେ ଏହି ବିୟର ରୋଗ ଉପରେ ଗବେଷଣା କରିଥିଲେ ଯାହାଦ୍ୱାରା ସେମାନେ ଜାଣିବାକୁ ପାଇଥିଲେ କି ଏହି ରୋଗ ଏତେ ବିରଳ ଯେ ଗତ ୩୦ ବର୍ଷ ମଧ୍ୟରେ ଏହା ମାତ୍ର ୫ ଜଣଙ୍କୁ ହୋଇଛି ।

ଆଣ୍ଟିବାୟୋଟିକ୍ସରୁ ଆରମ୍ଭ ହୋଇଥିଲା ରୋଗ

ଏହାସହ ପଢନ୍ତୁ ଆଶ୍ଚର୍ଯ୍ୟ, ଶୋଇକି ଉଠିଲେ ଯୁବତୀ ତ ଜଣାପଡିଲା ଗର୍ଭବତୀ ୪୫ ମିନିଟ ମଧ୍ୟରେ ଜନ୍ମ ହେଲା ପିଲା, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

୨୦୧୧ ମସିହାରେ ବ୍ୟକ୍ତି ଜଣକ ନିଜର ଏକ କ୍ଷତ ପାଇଁ ଆଣ୍ଟିବାୟୋଟିକ୍ସ ନେବା ଆରମ୍ଭ କରିଦେଇଥିଲେ । ଯାହାଦ୍ୱାରା ସେ ଏହି ବିରଳ ରୋଗରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ପେଟରେ ଆପେ ଆପେ ବିୟର ତିଆରି ହେଉଥିଲା । breath analyzerରେ ପ୍ରତିଥର ସେ ଏକ ମଦୁଆ ଭାବେ ପ୍ରମାଣିତ ହେଉଥିଲେ । ନା ପରିବାର ତାଙ୍କୁ ବିଶ୍ୱାସ କରୁଥିଲା ନା ପୋଲିସ । ଶେଷରେ ୨୦୧୭ ମସିହାରେ ଯେତେବେଳେ ତାଙ୍କର ଏହି ବିରଳ ରୋଗ ଉପରୁ ପରଦା ଉଠିଥିଲା ସେତେବେଳେ ସମସ୍ତେ ଏସବୁକୁ ବିଶ୍ୱାସ କରିଥିଲେ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago