ନିଜ ମୁଣ୍ଡରେ କୃତିମ ସିଂଘ ଉଠାଇବା ସହ ମୁହଁରେ ୪୮୦ କିଲୋର କଣ୍ଟା ଫୋଡିଥିଲେ ଏହି ବ୍ୟକ୍ତି

ବେଲଜିୟମର ରାଜଧାନୀ ବ୍ରୁସେଲସ ଠାରେ ଗତ ଶନିବାର ଠାରୁ ଆନ୍ତର୍ଜାତିକ ସ୍ତରର ଆର୍ଟ କନ୍ଭେସନ ଆୟୋଜନ ହୋଇଯାଇଛି । ଏଥିରେ ସମୁଦାୟ ୨୬ ଦେଶରୁ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଛନ୍ତି । ଏଥିରେ ଅଂଶ ଗ୍ରହଣ କରିଥିବା ଜଣେ ପ୍ରତିଯୋଗୀ ନିଜର ଏକ ବିଶେଷ କଳାକୃତି ପାଇଁ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୁଦୂର ଜର୍ମାନୀରୁ ଆସିଥିବା ଏହି ବ୍ୟକ୍ତିଜଣକ ନିଜ ମୁଣ୍ଡ ଉପରେ କୃତିମ ସିଂଘ ବାହାର କରିଥିଲେ । ଖାଲି ଏତିକି ନୁହେଁ ସେ ନିଜ ଦାନ୍ତ ଓ ମୁହଁରେ ସେ ପ୍ରାୟ ୪୮୦ କିଲୋର ଚାନ୍ଦି ନିର୍ମିତ କଣ୍ଟା ଫୋଡିଥିଲେ । ଏହା ସହ ବହୁ ପ୍ରତିଯୋଗୀ ନିଜ ନିଜ ଶରୀର ସାରା ବିଚିତ୍ର ଚିତ୍ର ଆଙ୍କିଥିଲେ । ପୃଥିବୀର ପ୍ରାୟ ୨୬ ଦେଶରୁ ପ୍ରାୟ ୫୦୦ ପ୍ରତିଯୋଗୀ ବଡି ଆର୍ଟ କଳାରେ ଅଂଶ ଗ୍ରହଣ କରିଥିଲେ ।

man

ଏହା ସହ ପଢନ୍ତୁ: ଶାରୀରିକ ସମ୍ବନ୍ଧ ରଖିବା ସମୟରେ ମରିଯାଏ ଏହି ଜୀବ, କାରଣ ଜାଣିବାକୁ ପଢନ୍ତୁ ଏହି ରିପୋର୍ଟ

ଏଥିରେ ଭାଗ ନେଇଥିବା କିଛି ପ୍ରତିଯୋଗୀଙ୍କ ଚେହେରା ତଥା ଶରୀର ଏତେ ଭୟାନକ ଥିଲା ତାକୁ ଦେଖି ଯେ କେହି ବି ଡରିଯିବ । ଏହି ବ୍ୟକ୍ତିଙ୍କ ସମେତ ଅନ୍ୟ ମାନଙ୍କ ଭୟାନକ ଚିତ୍ର ଗୁଡିକ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏଥିରେ ସାମିଲ ହେବା ନିମନ୍ତେ ସର୍ବ ନିମ୍ନ ଟିକଟ ମୂଲ୍ୟ ୨୪୦୦ ଟଙ୍କା ରଖାଯାଇଥିଲା । ଅଜାକୁ ପ୍ରାୟ ୩ ବର୍ଷ ତଳେ ୨୦୧୬ ମସିହା ସେପ୍ଟେମ୍ବର ମାସରେ ଲଣ୍ଡନ ଠାରେ ସବୁଠୁ ବଡ ଟାଟୁ କନ୍ଭେସନର ଅୟୋଜନ କରାଯାଇଥିଲା । ଏଥିରେ ପୃଥିବୀର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୪୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଏହି କନ୍ଭେସନ ପ୍ରାୟ ୩ ଦିନ ଧରି ଚାଲିଥିବା ବେଳେ ଏଥିରେ ଟାଟୁ ଶିଳ୍ପୀ ମାନେ ନିଜ ନିଜ କାଳର ପ୍ରଦର୍ଶନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.