ଏ ଖବର ଆପଣଙ୍କ ଚିନ୍ତାଧାରାକୁ ଏକଦମ୍‌ ବଦଳାଇଦେବ, ନିଶ୍ଚୟ ଥରେ ଦେଖନ୍ତୁ ଭିଡିଓ

ସାମାନ୍ୟ ଦେଖା ଯାଉଥିବା ଏହି ବାହାଘର ସତରେ କେତେ ସ୍ଵତନ୍ତ୍ର ଆପଣ ଜାଣି ପାରିବେ। କିଛି ବଡ କାମ କରିବା ପାଇଁ ପଇସା ବାଲା ହେବା ଆବଶ୍ୟକ ନାହିଁ । ବଡ ମନ ଟିଏ ଦରକାର୍ । ସ୍ୱଚ୍ଛ ଆତ୍ମା ଟିଏ ଦରକାର୍ ଆଉ ନିର୍ମଳ ଚିନ୍ତାଧାରା ଦରକାର୍। ଯାହା ଆପଣଙ୍କୁ ଏଇଠି ସ୍ପଷ୍ଟ ଦେଖାଯିବ। ବର ବେସରେ ଆସିଥିବା ଏଭଳି ଜ୍ବାଇଁଙ୍କୁ ପାଇ କନ୍ୟା ପିତା ଖୁବ୍ ଖୁସି। ବିନା କୌଣସି ଯୌତୁକ ନେଇ ଖୁସି ଖୁସି ବର ଆସିଛନ୍ତି ବିବାହ କରି ନିଜ ସହ ନେଇଯିବେ ଜୀବନ ସାଥିଙ୍କୁ। କେବଳ ଯୌତୁକ ନନେଇ ସେ ବିଶାଳ ହ୍ରୁଦୟ ଦେଖାଇଛନ୍ତି ଆପଣ ଭାବିଲେକି? ଜଣେ ଦିବ୍ୟଙ୍ଗ କନ୍ୟାଙ୍କୁ ଜୀବନ ସାଥୀ ହିସାବରେ ଗ୍ରହଣ କରିଛନ୍ତି ନିରନ୍ ମିଶ୍ର।

ପିପିଲି ବ୍ଲକ୍ ହାଟ ସହି ଗ୍ରାମର ନିରୁପମା ପ୍ରଧାନ । ଜନ୍ମରୁ ଦିବ୍ୟାଙ୍ଗ। ଡାହାଣ ଗୋଡ ଅଧା ନାହିଁ ଆଉ ବାମ ହାତର ଆଙ୍ଗୁଠି ଯୋଡ଼ି ହୋଇ ରହିଛି । ସେ ନିଜକୁ କେବେ ଆସହାୟ ଭାବି ନାହାଁନ୍ତି କିନ୍ତୁ ବାହା ହୋଇ ସଂସାର ଗଢିବେ ସେ ସ୍ବପ୍ନ ବି ଦେଖି ନଥିଲେ। ଭୁବନେଶ୍ୱର ର ଏକ ଘରୋଇ ସଂସ୍ଥାରେ କାର୍ଯ୍ଯ କରନ୍ତି। ଜଣେ ସହଯୋଗୀ ଙ୍କ ମାଧ୍ୟମରେ ଦିନେ ଭେଟ ହୋଇଥିଲେ ନୀରନ୍ ଙ୍କ ସହ । ପରେ ସୋସିଆଲ ମିଡ଼ିଆ ରେ ହୁଏ କଥା ବାର୍ତା । ଏହାରି ଭିତରେ ଦୁହେଁ ଦୁହିଁଙ୍କୁ ବୁଝି ଯାଇଥିଲେ ଭଲସେ। କେତେବେଳେ ଦୁହେଁ ପ୍ରେମ ରେ ପଡ଼ିଲେ ଜାଣି ନାହାଁନ୍ତି । ପ୍ରେମ ଯେତେବେଳେ ଗାଢ଼ ହେଲା ଉଭୟେ ସାରା ଜୀବନ ଏକାଠି ରହିବାକୁ ଇଚ୍ଛା କଲେ । ହେଲେ ଜାଣି ନଥିଲେ ଦିବ୍ୟାଙ୍ଗ ବୋହୂ ତାସହ ଭିନ୍ନ ଜାତି ଏସବୁ ପାଇଁ ଦୁଇ ପରିବାର ରାଜି ହେବେ କି ନାହିଁ । କିନ୍ତୁ କୁହାଯାଏ ଯୋଡ଼ି ଉପରୁ ଲେଖା ଯାଇଥାଏ। ମିଳିଗଲା ଉଭୟ ପରିବାରଙ୍କ ସହମତି। ଆଉ ପଡ଼ିଗଲା ବେଦୀ ରେ ହାତ ଗଣ୍ଠି। ଆତ୍ମୀୟ ସ୍ୱଜନ ବି ସାମିଲ୍ ଥିଲେ ବିବାହ ଉତ୍ସବରେ । ଏ ଖବର ନିହାତି ଆପଣଙ୍କ ଚିନ୍ତାଧାରାକୁ ପରିବର୍ତ୍ତନ କରିଥିବ।