କୁକୁରଙ୍କ ସହ ତୀର୍ଥଯାତ୍ରା କରିଥାନ୍ତି ଏହି ସାଧୁବାବା, ଜାଣନ୍ତୁ କାହିଁକି

ଦେବଭୂମି ଭାବେ ପ୍ରସିଦ୍ଧ ଭାରତବର୍ଷରେ କାହିଁ କେଉଁ ଆଦିମକାଳରୁ ହଜାର ହଜାର ସାଧୁସନ୍ଥ ବାସ କରିଆସୁଛନ୍ତି। ଲୋକଙ୍କ ଧର୍ମୀୟ ଭାବନାକୁ ଉଜ୍ଜୀବିତ କରିବାରେ ଏହି ସାଧୁମାନଙ୍କର ମଧ୍ୟ ଭୂମିକା ରହିଛି। ଆମ ଦେଶରେ ସାଧୁସନ୍ଥଙ୍କୁ ଭଗବାନଙ୍କ ଅବତାର ଭାବେ ଗ୍ରହଣ କରାଯାଏ। ଏଣୁ ରାସ୍ତାଘାଟରେ ଯେଉଁଠାରେ ବି ଆମେ ଜଣେ ସାଧୁଙ୍କୁ ଦର୍ଶନ କରୁ ତାଙ୍କୁ ନତମସ୍ତକ ହୋଇ ପ୍ରଣାମ ଜଣାଇଥାଉ। ସାଧୁଙ୍କୁ ଅବତାରି ପୁରୁଷ ମଧ୍ୟ କୁହାଯାଏ। ଏଣୁ ପବିତ୍ର ବୋଲି ବିବେଚିତ କରାଯାଏ। ସାଧୁସନ୍ଥମାନେ ତୀର୍ଥଯାତ୍ରା କରୁଥିବା ତ ସମସ୍ତେ ଜାଣନ୍ତି। କିନ୍ତୁ କୌଣସି ସାଧୁସନ୍ଥ ତୀର୍ଥକୁ ଯିବା ବେଳେ ସାଙ୍ଗରେ କୁକୁର ନେଉଥିବେ! ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ।

ମଧ୍ୟପ୍ରଦେଶର ଦୁଲା ନାଥ ନାମକ ଜଣେ ସାଧୁ ନିଜ କୁକୁରଙ୍କୁ ଧରି ତୀର୍ଥ କରୁଛନ୍ତି। ଗତ ଦଶ ବର୍ଷ ହେଲା ଦୁଲା ନାଥ ପୋଷା କୁକୁରମାନଙ୍କ ସହ ତୀର୍ଥ ଯାତ୍ରା କରୁଥିବା ଜଣାଯାଇଛି। ସେ ଅମରନାଥ ସମେତ ଅନ୍ୟ ତୀର୍ଥସ୍ଥଳ ମଧ୍ୟ ଯାତ୍ରା କରିସାରିଲେଣି। କୁକୁରଙ୍କୁ ବାଇକ୍‌ ପଛ ପଟେ ବସାଇ ସାଧୁ ଜଣକ ତୀର୍ଥଗମନ କରିଥାନ୍ତି।

ଏହାସହ ପଢନ୍ତୁ: ଅନ୍ଧବିଶ୍ୱାସ ନୁହେଁ ସତ୍ୟ! ଏହି ଜାଗାରେ ପିତୃପୁରୁଷ ସିଧାସଳଖ ପାଇଥାନ୍ତି ଶ୍ରାଦ୍ଧ

ଦୁଲା ନାଥଙ୍କ କହିବାନୁସାରେ,ସେ କୁକୁରମାନଙ୍କୁ କେବେ ବି ଏକୁଟିଆ ଛାଡ଼ିନଥାନ୍ତି। କୁକୁରମାନେ ତାଙ୍କ ସାଥୀ ଓ ସେ ସବୁ ଯାତ୍ରାରେ ତାଙ୍କ ସହ ଯିବେ ବୋଲି କହିଛନ୍ତି ଦୁଲାନାଥ।

ଦେଖନ୍ତୁ ଭିଡିଓ: