ଅଜବ! ଆପଣଙ୍କ ଘର ଆଖପାଖରେ ନାହିଁ ତ ଏହି ରହସ୍ୟମୟ ଗଛ, ଛୁଇଁଲେ ଲାଗିଥାଏ ମଣିଷ ଭଳି କୁତୁକୁତୁ

ପୃଥିବୀରେ ଏମିତି ବହୁତ ରହସ୍ୟମୟ ଜିନିଷ ଅଛି, ଯାହାର ରହସ୍ୟ ବିଷୟରେ ଆଜି ପର୍ଯ୍ୟନ୍ତ କେହି ଜାଣିପାରି ନାହାନ୍ତି। ଆପଣ ଏହା ଜାଣିଥିବେ ଯେ ମଣିଷକୁ କୁତୁକୁତୁ ଲାଗେ, କିନ୍ତୁ କ’ଣ ଆପଣ କୌଣସି ଗଛକୁ କୁତୁକୁତୁ ଲାଗିବା ବିଷୟରେ ଜାଣିଛନ୍ତି? ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ଗଛ ବିଷୟରେ କହିବୁ, ଯାହାକୁ ଛୁଇଁଲେ ମଣିଷ ଭଳି କୁତୁକୁତୁ ଲାଗିଥାଏ।

ଏହି ଗଛର ବାନସ୍ପତିକ ନାଁ ‘ରେଣ୍ଡିୟା ଡୁମିଟୋରମ୍‌’। ଏହା ଭାରତରେ ଦେଖିବାକୁ ମିଳିଥାଏ। ରୁବିଏସି ପ୍ରଜାତିର ଏହି ଗଛ ୩୦୦ରୁ ୧୩୦୦ ମିଟର ଉଚ୍ଚତା ଉପରେ ମିଳିଥାଏ। ଯଦି କେହି ବ୍ୟକ୍ତି ଏହି ରହସ୍ୟମୟ ଗଛ ଉପରେ ନିଜ ଆଙ୍ଗୁଳି ରଗଡ଼େ, ତ ଗଛକୁ କୁତୁକୁତୁ ହେବାରେ ଲାଗିଥାଏ। ଆପଣ ଏହାକୁ ସେତେବେଳେ ଅନୁଭବ କରିପାରିବେ, ଯେତେବେଳେ ଗଛର ଶାଖାଗୁଡ଼ିକ ଜୋର୍‌ରେ ହଲିବାରେ ଲାଗିବ।

ଏହି ଗଛ ଉତ୍ତରାଖଣ୍ଡର କାଲାଢୁଙ୍ଗୀ ଜଙ୍ଗଲରେ ରହିଛି। ଦୁନିଆର ଅନ୍ୟ ଗଛ ତୁଳନାରେ ଏହି ଗଛ ବିଲ୍‌କୁଲ ଅଲଗା। ଏହାକୁ ଆଉଁଷିଲେ କିମ୍ବା ରଗଡ଼ିଲେ ମଣିଷ ଭଳି କୁତୁକୁତୁ ଅନୁଭବ କରିଥାଏ। ପେଯରି ମଣିଷକୁ କୁତୁକୁତୁ ଲାଗିଲେ ସେ ହସି ହସି ବେଦମ୍‌ ହୋଇଯାଏ, ଠିକ୍‌ ସେହିପରି ଏହି ଗଛକୁ ଛୁଇଁଲେ ଏହା ମଧ୍ୟ ହସିବା ଆରମ୍ଭ କରିଦିଏ।

ଗଛର ଏଭଳି ଅଜବ ପ୍ରକାରର ହରକତ ଦେଖି ସମସ୍ତେ ଚକିତ। କାଲାଢୁଙ୍ଗୀ ଜଙ୍ଗଲରେ ଏମିତି ଦୁଇଟି ଗଛ ଅଛି। ଏହି ଗଛକୁ ହସୁଥିବା ଗଛ ମଧ୍ୟ କୁହାଯାଇଥାଏ। ତେବେ ଗୋଟିଏ ଗଛକୁ ଛୁଇଁଲେ ସେଥିରେ କମ୍ପନ ସୃଷ୍ଟି ହୋଇଥାଏ, ଯାହାକି ରାମନଗରର କ୍ୟାରୀ ଜଙ୍ଗଲରେ ଅଛି। ବିଗତ ୫ ବର୍ଷ ହେବ କାଲାଢୁଙ୍ଗୀର ଏହି ଦୁଇଟି ଗଛକୁ ସ୍ଥାନୀୟ କାର୍ବେଟ ଗ୍ରାମ ବିକାଶ ସମିତି ପର୍ଯ୍ୟଟନ ସହିତ ଯୋଡ଼ିଛି। ପର୍ଯ୍ୟଟକଙ୍କୁ ଘନ ଜଙ୍ଗଲ ଭିତରେ କୁତୁକୁତୁ ଅନୁଭବ କରୁଥିବା ଗଛ ଏବଂ କମ୍ପି ଉଠୁଥିବା ଗଛକୁ ଦେଖାଇବା ପାଇଁ ସମିତିର ଗାଇଡ୍‌ମାନେ ଯାଇଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.