ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର କୁକିଂ ଶୋ’ ଦେଖିବାକୁ ମିଳେ। ଏହି ଶୋ’ରେ ଲୋକମାନେ ନିଜ ରୋଷେଇ କଳା ଦେଖାଇଥାନ୍ତି ଓ ଖାଦ୍ୟ ରାନ୍ଧିବାର ବିଭିନ୍ନ କୌଶଳ କହିଥାନ୍ତି। ଆପଣ ଟିଭିରେ ମଧ୍ୟ ଏଭଳି ଶୋ’ ଦେଖିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେ ଏମିତି ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାର ଖାଦ୍ୟ ତିଆରି କରିବା ଷ୍ଟାଇଲ୍ ସମସ୍ତଙ୍କଠାରୁ ହଟ୍କେ।
ବ୍ୟକ୍ତିଙ୍କର ଖାଦ୍ୟ ତିଆରି କରିବା ଶୈଳୀର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଆମେ ସାଧାରଣତଃ ନିଆଁର ଖାଦ୍ୟ ରାନ୍ଧିଥାଉ। କିନ୍ତୁ ଏହି ବ୍ୟକ୍ତି ଜଣକ ଅଲଗା ଢଙ୍ଗରେ ରୋଷେଇ କରିଥାନ୍ତି। ବ୍ୟକ୍ତି ଜଣକ ଚାପୁଡ଼ା ମାରି ମାରି ରୋଷେଇ କରିଥାନ୍ତି। ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଭିଡିଓ…
ବ୍ୟକ୍ତି ଜଣକ ଚାପୁଡ଼ା ମାରି ମାରି ଚିକେନ୍ ରୋଷେଇ କରୁଛନ୍ତି। ତାଙ୍କର କହିବା କଥା ହେଲା, ଚାପୁଡ଼ା ମାରିବା ଯୋଗୁ ଯେଉଁ ତାପ ସୃଷ୍ଟି ହେଉଛି ସେଥିରେ ଚିକେନ୍ ସିଝିଯିବ।
ସୋସିଆଲ ମିଡିଆରେ ଏହି ଭିଡିଓ Louis Weisz ନାମକ ୟୁଟ୍ୟୁବ୍ ଚ୍ୟାନେଲରୁ ସେୟାର କରାଯାଇଛି। ଏହି ଭିଡିଓକୁ ଏବେ ଯାଏଁ ୯୦ ଲକ୍ଷରୁ ଅଧିକ ଥର ଦେଖାସରିଲାଣି। ଭିଡିଓକୁ ସେୟାର କରି ଲୁଇସ୍ କ୍ୟାପସନ୍ରେ ଲେଖିଛନ୍ତି, ମୁଁ ଚିକେନ୍କୁ ଥାପଡ ମାରି ମାରି ରାନ୍ଧିଛି। ଭିଡିଓରେ ସେ ଥାପଡ ମାରୁଥିବା ମେସିନ୍ ସାହାଯ୍ୟରେ ଚିକେନ୍ ରାନ୍ଧୁଥିବା ଦେଖିବାକୁ ମିଳିଛି।
ବାଲେଶ୍ବର (କେନ୍ୟୁଜ୍): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…
କଟକ(କେନ୍ୟୁଜ୍): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…
ଭୁବନେଶ୍ୱର(କେନ୍ୟୁଜ୍): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…
ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…
ସୁବର୍ଣ୍ଣପୁର(କେନ୍ୟୁଜ୍) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…