Categories: ସ୍ପେଶାଲ

ଏହି ବ୍ୟକ୍ତିଙ୍କ ନାଁ ‘ଦ ଡ୍ରାଗନ ମ୍ୟାନ୍‌’, ତିଆରି କରିଛନ୍ତି ହତିଆରର ଗନ୍ତାଘର, ଶୁଅନ୍ତି ବନ୍ଧୁକ ଶେଯରେ

ସାଧାରଣତଃ ନିଜର ସୁରକ୍ଷା ପାଇଁ କେହି କେହି ୨ରୁ ୪ଟି ବନ୍ଧୁକ ନିଜ ପାଖରେ ରଖିଥାଆନ୍ତି। କିନ୍ତୁ ଆମେରିକାରରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯାହାଙ୍କୁ ଅସ୍ତ୍ରଶସ୍ତ୍ର ସଂଗ୍ରହ କରିବାରେ ସଉକ ରହିଛି। ଏହି ବ୍ୟକ୍ତିଙ୍କ ପାଖରେ ହତିଆରର ଗନ୍ତାଘର ଅଛି। ସେ ଶୋଇଥାଆନ୍ତି ବି ବଡ଼ ବଡ଼ ବନ୍ଧୁକ ସହିତ। ୭୪ ବର୍ଷୀୟ ଏହି ବ୍ୟକ୍ତିଙ୍କ ନାମ ହେଲା ମେଲ ବର୍ଣ୍ଣଷ୍ଟେଇନ୍‌। ସେ ନିଜ ପୂରା ଜୀବନ ହତିଆର ଜମା କରିବାରେ ବିତାଇ ଦେଇଛନ୍ତି। ତାଙ୍କ ପାଖରେ ୨୦୦ରୁ ଅଧିକ ମେଶିନ୍‌ ଗନ୍‌, ୧୦୦ରୁ ଊର୍ଦ୍ଧ୍ୱ ବନ୍ଧୁକ, ୮୦ରୁ ଊର୍ଦ୍ଧ୍ୱ ଭିନ୍ନ ଡିଜାଇନର୍‌ ଗାଡ଼ି ଏବଂ ଅସଂଖ୍ୟକ ଗ୍ରେନେଡ୍‌ ଲଞ୍ଚର ରହିଛି।

ନ୍ୟୁୟର୍କର ବ୍ରୋକୋଲିନ୍‌ରେ ରହୁଥିବା ବର୍ଣ୍ଣଷ୍ଟେଇନଙ୍କୁ ହତିଆର ଜମା କରିବାର ଏତେ ସଉକ ଯେ ତାଙ୍କ ଶୋଇବା ଘର କାନ୍ଥରେ ବି ଚାରିଆଡ଼େ କେବଳ ବନ୍ଧୁକ ହିଁ ବନ୍ଧୁକ ଦେଖିବାକୁ ମିଳିଥାଏ। ପୂରା ଆମେରିକାରେ ସବୁଠାରୁ ଅଧିକ ହତିଆର ବର୍ଣ୍ଣଷ୍ଟେଇନଙ୍କ ପାଖରେ ହିଁ ରହିଛି। ତାଙ୍କ ପାଖରେ ଥିବା ହତିଆରଗୁଡ଼ିକର ଦାମ୍‌ ଶହେ କୋଟିରୁ ଊର୍ଦ୍ଧ୍ୱ ହେବ। ପ୍ରତ୍ୟେକ ହତିଆରର ନିଜସ୍ୱ ସ୍ୱତନ୍ତ୍ରତା ରହିଛି। ତାଙ୍କ କଲେକ୍ସନରେ ପ୍ରଥମ ବିଶ୍ୱଯୁଦ୍ଧ ଏବଂ ଭିଏତନାମ ଯୁଦ୍ଧରେ ବ୍ୟବହୃତ ହତିଆର ମଧ୍ୟ ସାମିଲ ଅଛି। ଏହାସହିତ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବି ବ୍ୟବହାର କରାଯାଇଥିବା ଏକ ବନ୍ଧୁକ ବର୍ଣ୍ଣଷ୍ଟେଇନଙ୍କ କଲେକ୍ସନରେ ରହିଛି।

ଏହାସହ ପଢ଼ନ୍ତୁ: ଉତ୍ତର ପ୍ରଦେଶର ଏହି ଛୋଟିଆ ଗାଁ, ଯେଉଁଠି ମୃତ ବ୍ୟକ୍ତି କରନ୍ତି ବିବାହ

ସେପଟେ ବର୍ଣ୍ଣଷ୍ଟେଇନଙ୍କୁ ଭଲ ପାଉଥିବା ଲୋକେ ତାଙ୍କୁ ‘ଦ ଡ୍ରାଗନ୍‌ ମ୍ୟାନ’ ନାମରେ ଡାକିଥାଆନ୍ତି। ଏହି ନାମ ତାଙ୍କୁ ୧୯୭୦ ମସିହା ପାଖାପାଖି ମିଳିଥିଲା। ତେବେ ପ୍ରକୃତ କଥା ହେଲା, ବର୍ଣ୍ଣଷ୍ଟେଇନ ନିଜ ହାର୍ଲେ ଡେବିଡସନ ବାଇକ୍‌ ପଛରେ ଏକ କୃତ୍ରିମ ଡ୍ରାଗନକୁ ଯୋଡ଼ି ଦେଇଛନ୍ତି, ଯାହାକି ନିଜ ମୁହଁରୁ ନିଆଁ ବାହାର କରୁଛି। କଲୋରାଡୋର ଇ ପାସୋ କାଉଣ୍ଟିରେ ୨୬୦ ଏକରରେ ରହିଛି ବର୍ଣ୍ଣଷ୍ଟେଇନଙ୍କ ‘ଡ୍ରାଗନ୍‌ ଲ୍ୟାଣ୍ଡ’। ଏଠାରେ ନିର୍ମିତ ମିଲିଟାରୀ ମ୍ୟୁଜିୟମକୁ ଦେଖିବା ପାଇଁ ପ୍ରତିଦିନ ହଜାର ହଜାର ଲୋକ ଆସିଥାଆନ୍ତି। ବର୍ଣ୍ଣଷ୍ଟେଇନ ହତିଆର ବିକ୍ରି ମଧ୍ୟ କରନ୍ତି। ଦୁନିଆରେ ଏପରି କୌଣସି ବନ୍ଧୁକ ନ ଥିବ, ଯାହା ବର୍ଣ୍ଣଷ୍ଟେଇନଙ୍କ ପାଖରୁ ମିଳୁ ନ ଥିବ।

Roshni

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

24 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

30 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago