ସ୍ପେଶାଲ

କେବଳ ଗୋଟିଏ ଥର ବ୍ୟବହାର ହୋଇଛି ଏହି ବନ୍ଧୁକ, କିନ୍ତୁ ୪୩ କୋଟିରେ ହେଲା ନିଲାମ! କାରଣ ବହୁତ ଖାସ୍‌

ସିରିୟଲ କିଲର, କୁଖ୍ୟାତ ଡାକୁଙ୍କ ଭଳି ବଡ଼ ଅପରାଧୀମାନଙ୍କ ଏନ୍‌କାଉଣ୍ଟରର କାହାଣୀ ବର୍ଷ ବର୍ଷ ଧରି ଲୋକଙ୍କ ମନରେ ରହିଥାଏ। ସେମାନଙ୍କ ଜୀବନୀ ଉପରେ ଫିଲ୍ମ ବନାଯାଇଥାଏ ତ ଉପନ୍ୟାସ ଲେଖା ଯାଇଥାଏ। ପୋଲିସ ଏବଂ ଯାଞ୍ଚ ଏଜେନ୍ସିଗୁଡ଼ିକ ସେମାନଙ୍କ ସହ ଜଡ଼ିତ ପ୍ରମାଣ ସବୁକୁ ସମ୍ଭାଳି କରି ରଖିଥାଆନ୍ତି।

କିନ୍ତୁ କ’ଣ ଆପଣ କେବେ ଭାବିଛନ୍ତି କି, କୌଣସି ଅପରାଧୀଙ୍କୁ ଯେଉଁ ବନ୍ଧୁକରେ ମରା ଯାଇଥିବ, ସେହି ବନ୍ଧୁକକୁ ହିଁ ଶହେ ବର୍ଷରୁ ଅଧିକ ସମୟ ଯତ୍ନର ସହିତ ରଖା ଯାଇଥିବ? ଏପରିକି, ନିଲାମୀ ଦୁନିଆରେ ସବୁଠାରୁ ଦାମୀ ବିନ୍ଧୁକ ରୂପେ ବିକ୍ରି ହୋଇଥିବ? ହଁ, ଏମିତି ହିଁ କିଛି ହୋଇଛି ଆମେରିକାରେ।

ଆମେରିକାର କୁଖ୍ୟାତ ଡାକୁ ବିଲି ଦ କିଡ୍‌ଙ୍କୁ ଏହି ପିସ୍ତଲରେ ମରାଯାଇଥିଲା। ବିଲିଙ୍କୁ ଶେରିଫ୍‌ ପେଟ୍‌ ଗ୍ୟାରେଟ ମାରିଥିଲେ। ଏବେ ଏହି ପିସ୍ତଲକୁ ନିଲାମ କରାଯାଇଛି। ରିପୋର୍ଟ ମୁତାବକ, ଅପ୍ରତ୍ୟାଶିତ ରୂପେ ଏହି ପିସ୍ତଲ ୬ ମିଲିୟନ ଡଲାର, ଯାହାକି ଭାରତୀୟ ମୁଦ୍ରା ହିସାବରେ ୪୩ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହୋଇଛି। ଏହି ପିସ୍ତଲର ନିଲାମୀ ଡାକ ଅଧିକାରୀମାନଙ୍କ ଅନୁମାନଠାରୁ ପାଖାପାଖି ୨ ଗୁଣା ଅଧିକରେ ଲାଗିଛି।

ଏହି ବନ୍ଧୁକ ଦୁନିଆର ସବୁଠାରୁ ଦାମୀ ବନ୍ଧୁକ ବୋଲି ଅକ୍ସନ ହାଉସ୍‌ ବୋନହମ୍ସ କହିଛି। ଏହାର କହିବା ହେଲା, ଓ୍ଵାଇଲ୍ଡ େଓ୍ଵଷ୍ଟର ସବୁଠାରୁ ଖ୍ୟାତ କାହାଣୀ ମଧ୍ୟରୁ ଗୋଟିକର ପ୍ରମାଣ ସ୍ୱରୂପ ଏହି ବନ୍ଧୁକକୁ ରଖାଯାଇଥିଲା। ବିଲି ଦ କିଡ୍‌ଙ୍କ ପିଲାବେଳର ନାଁ ହେନରୀ ମ୍ୟାକକାର୍ଟି ଥିଲା, ଯାହାକୁ ସେ ପରବର୍ତ୍ତୀ ସମୟରେ ବଦଳାଇ ଦେଇଥିଲେ।

୮ ଜଣଙ୍କୁ ହତ୍ୟା କରିବା ଅପରାଧରେ ବିଲିଙ୍କୁ ୧୮୮୧ ମସିହା ଏପ୍ରିଲ ମାସରେ ଫାଶି ଦଣ୍ଡାଦେଶ ଦିଆଯାଇଥିଲା। ସେହି ସମୟରେ ତାଙ୍କ ବୟସ ପାଖାପାଖି ୨୧ ବର୍ଷ ଥିଲା। କିନ୍ତୁ ଏହାର କିଛି ମାସ ପରେ ତାଙ୍କୁ ଏହି ପିସ୍ତଲରେ ଗ୍ୟାରେଟ ଗୁଳି କରି ଦେଇଥିଲେ। ପିସ୍ତଲଟି ପୂର୍ବରୁ ମଧ୍ୟ ନିଲାମ ହୋଇଥିଲା, ସେତେବେଳେ ଏହାର ନିଲାମୀ ଡାକ ୧୪.୫୫ କୋଟି ଟଙ୍କା ଲାଗିଥିଲା।

Roshni

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago