ପ୍ରତ୍ୟେକ ଦିନ ୭୦୦ ଗଧଙ୍କ କ୍ଷୀରରେ ଗାଧୋଉଥିଲେ ଏହି ରାଣୀ, କାରଣ ଜାଣି ଉଡିଯିବ ଆପଣଙ୍କ ହୋସ !

ସାଧାରଣତଃ ଆପଣ ଲୋକମାନଙ୍କୁ ପାଣି ଦ୍ବାରା, ଗାଇ କିମ୍ବା ମଇଁଷିର କ୍ଷୀରରେ ଗାଧୋଉଥିବା କଥା ଶୁଣିଥିବେ, କିନ୍ତୁ ଦୁନିଆରେ ଜଣେ ଏମିତି ରାଣି ଥିଲେ, ଯିଏ ଗଧ କ୍ଷୀରରେ ଗାଧୋଉଥିଲେ। ଏହାପାଇଁ ସେ ସବୁଦିନ ୭୦୦ ଗଧଙ୍କ କ୍ଷୀର ମଗାଉଥିଲେ। କିନ୍ତୁ ସେ ଏମିତି କାହିଁକି କରୁଥିଲେ, ତାହା ମଧ୍ୟ ଏକ ବହୁତ ବଡ ରହସ୍ୟ ଅଟେ। ଯାହାକୁ ଶୁଣିଲା ପରେ ଆପଣଙ୍କ ହୋସ ଉଡିଯିବ।

ସେହି ରାଣୀଙ୍କର ନାମ ହେଉଛି କ୍ଲିଓପେଟ୍ରା ଏବଂ ସେ ମିଶରର ଶାସକ ଥିଲେ। କୁହାଯାଏ ଯେ ୫୧ ଖ୍ରୀଷ୍ଟପୂର୍ବ
ଠାରୁ ୩୦ ଖ୍ରୀଷ୍ଟପୂର୍ବ ପର‌୍ୟ୍ୟନ୍ତ ମିଶରରେ ଶାସନ କରିଥିଲେ। ସେହି ସମୟରେ କ୍ଲିଓପେଟ୍ରା ଦୁନିଆର ସବୁଠୁ
ଧନୀ ଏବଂ ସୁନ୍ଦର ମହିଳା ଭାବେ ଜଣାଯାଉଥିଲେ। ଏହା ସହିତ ତାଙ୍କ ନାମ ଇତିହାସରେ ଏକ ମଧ୍ୟ ଜଡିତ ଥିଲା, ଯାହା ରହସ୍ୟରେ ଭରା ହୋଇଥିଲା।

Cleopatraକୁହାଯାଏ ଯେ କ୍ଲିଓପେଟ୍ରା ଏତେ ସୁନ୍ଦର ଥିଲେ ଯେ ସେ ରାଜା ଏବଂ ସୈନ୍ୟ ଅଧିକାରୀମାନଙ୍କୁ ନିଜ ସୌନ୍ଦର‌୍ୟ୍ୟର ଜାଲରେ ଫସାଇ ତାଙ୍କ ଠାରୁ ସବୁ କାମ ହାସଲ କରି ନେଉଥିଲେ । ତାଙ୍କର ହଜାର ହଜାର ପୁରୁଷଙ୍କ ସହିତ ଶାରୀରିକ ସମ୍ପର୍କ ଥିଲା ବୋଲି କୁହାଯାଏ । ଏହା ସହିତ ତାଙ୍କୁ ଦୁନିଆର ୫ଟି ଭାଷା ମଧ୍ୟ ଜଣାଥିଲା। ଏହି କାରଣରୁ ସେ ବହୁତ ଜଲଦି ସମସ୍ତଙ୍କ ସହିତ ମିଶି ଯାଉଥିଲେ ଏବଂ ତାଙ୍କର ସବୁ ରହସ୍ୟକୁ ମଧ୍ୟ ଜାଣି ପାରୁଥିଲେ।

ଏହା ସହ ପଢ଼ନ୍ତୁ : ୧୦୦୦ ଲିଟର ମଦ ପିଇଦେଲା ମୂଷା ! ବରେଲିର ଥାନା ହେଡକ୍ଳର୍କ ଦେଲେ ରିପୋର୍ଟ

କ୍ଲିଓପେଟ୍ରା ସୁନ୍ଦର ଦେଖାଯିବା ପାଇଁ ସବୁ ଦିନ ୭୦୦ ଗଧଙ୍କର କ୍ଷୀର ମଗାଉଥିଲେ ଏବଂ ସେହି କ୍ଷୀରରେ ସ୍ନାନ କରୁଥିଲେ। ଏହା ଦ୍ବାରା ତାଙ୍କର ତ୍ବଚା ସବୁବେଳେ ସୁନ୍ଦର ଏବଂ ଆକର୍ଷଣୀୟ ରହୁଥିଲା। ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଏହା ପ୍ରମାଣିତ ହୋଇଥିଲା।

raniତୁର୍କିରେ ହୋଇଥିବା ଏକ ଅଧ୍ୟୟନ ଅନୁସାରେ ଏକ ରିସର୍ଚ୍ଚରୁ ଜଣାପଡିଲା ଯେ ଯେତେବେଳେ ମୂଷାକୁ ଗାଈ ଏବଂ ଗଧର କ୍ଷୀର ପିଇବାକୁ ଦିଆଗଲା ତେବେ ଗାଈର କ୍ଷୀର ପିଇଥିବା ମୂଷା ଅଧିକ ମୋଟା ଦେଖାଗଲା। ଏଥିରୁ ଏହା ଜଣାପଡିଲା ଯେ ଗଧର କ୍ଷୀର ଗାଈର କ୍ଷୀର ତୁଳନାରେ କମ୍ ପୁଷ୍ଟିକର। ଯାହା ସବୁଦିଗରେ ଭଲ ଅଟେ।

କୁହାଯାଏ ଯେ କ୍ଲିଓପେଟ୍ରା ମିଶର ଉପରେ ଶାସନ କରୁଥିବା ଅନ୍ତିମ ସାମ୍ରାଜ୍ଞୀ ଥିଲେ। କ୍ଲିଓପେଟ୍ରାଙ୍କର ମ୍ରୁତ୍ୟୁ ମାତ୍ର ୩୯ ବର୍ଷରେ ହୋଇଯାଇଥିଲା। କିନ୍ତୁ ତାଙ୍କ ମ୍ରୁତ୍ୟୁ କିପରି ହେଲା ତାହା ଏବେ ମଧ୍ୟ ରହସ୍ୟରେ ଅଛି। କିଛି ଲୋକଙ୍କର କହିବା କଥା ଯେ କ୍ଲିଓପେଟ୍ରା ଜାଣି ଜାଣି ସାପ ଚୋଟରେ ଆତ୍ମହତ୍ୟା କରିଥିଲେ। ସେହିଭଳି ଆଉ କିଛି ଲୋକଙ୍କ କହିବା କଥା ଯେ ତାଙ୍କର ମ୍ରୁତ୍ୟୁ ବିଷପାନ କାରଣରୁ ହୋଇଥିଲା। ଆଉ କିଛି ଲୋକଙ୍କ କହୁଛନ୍ତି ଯେ ତାଙ୍କୁ ସାପ ଦଂଶନ ଦ୍ବାରା ହତ୍ୟା କରାଯାଇଥିଲା।