ସ୍ପେଶାଲ

ଆମେରିକାର ସମୁଦ୍ର କୂଳରୁ ମିଳିଲା ଏହି ବିରଳ ମାଛ, ଜାଣନ୍ତୁ ଏହାର ନାମ

ସମୁଦ୍ରରେ ଭିନ୍ନ ଭିନ୍ନ ବିଶାଳକାୟ ଜୀବ ରହୁଥିବା ତ ଆପଣମାନେ ଜାଣିଥିବେ । କିନ୍ତୁ କିଛି ଜୀବ ଏପରି ଅଛନ୍ତି ଯେଉଁମାନଙ୍କୁ ଦେଖିଲେ ଆପଣ ବି ଡରିଯିବେ । କାହିଁକି ନା ଏହା କେବଳ ଆକାରରେ ବଡ଼ ହୋଇଥାନ୍ତି ତାହା ନୁହେଁ ଏମାନଙ୍କ ଶରୀରର ଗଠନ ଶୈଳୀ ମଧ୍ୟ ଭୟଙ୍କର ହୋଇଥାଏ । ତେବେ ଏଭଳି ଏକ ଭୟଙ୍କର ଜୀବ ଆମେରିକାର ସମୁଦ୍ର କୂଳରୁ ଉଦ୍ଧାର ହୋଇଛି । ଏହା ଏଲିଅନ ଭଳି ଦେଖାଯାଉଥିବା ଏକ ସମୁଦ୍ର ରାକ୍ଷସ କହିଲେ ଚଳିବ । ଏହା କୌଣସି ବଡ଼ ଜୀବକୁ ବି ଗିଳି ପାରିବ । ଏହି ଜୀବକୁ ପେସିଫିକ ଫୁଟବଲ୍‌ ଫିସ୍‌ କୁହାଯାଉଛି, ଯାହାର ରଙ୍ଗ କୋଇଲା ଭଳି କଳା ରହିଛି ଏବଂ ଏହାର ଦାନ୍ତ ଏତେ ତୀକ୍ଷ୍ଣ ରହିଛି ଯେ ଏହା ଲୁହାକୁ ବି ଭାଙ୍ଗି ପାରିବ । ମାଛଟି ବହୁତ ଭୟଙ୍କର ଦେଖାଯାଇଛି । ବର୍ତ୍ତମାନ ଏହାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ପରେ ଏହାର ଆତଙ୍କ ଇଣ୍ଟରନେଟରେ ଖେଳି ଯାଇଛି ।

ଡେଲିଷ୍ଟାର ରିପୋର୍ଟ ଅନୁଯାୟୀ, ଆମେରିକାର ଲସ ଏଞ୍ଜେଲସର ଲଗୁନା ବିଚରେ ଏହି ମାଛ ଦେଖିବାକୁ ମିଳିଛି । ପେସିଫିକ୍‌ ଫୁଟବଲ୍‌ ଫିସ୍‌ ୨୪ ଇଞ୍ଚ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ । ଏହାର ମୁଣ୍ଡରେ ମଣିଷ ହାତ ଭଳି ଏକ ଅଙ୍ଗ ରହିଛି, ଯାହା ଦେଖିବା ପାଇଁ ବହୁତ ଭୟଙ୍କର ଲାଗିଥାଏ କିନ୍ତୁ ପୁରୁଷ ମାଛର ଲମ୍ବ କେବଳ ଏକ ଇଞ୍ଚ ପର୍ଯ୍ୟନ୍ତ ହୋଇପାରେ ବୋଲି ଜଣା ପଡ଼ିଛି । ତେବେ ଏହି ମାଛ କିପରି ଆମେରିକୀୟ ସମୁଦ୍ର କୂଳରେ ପହଞ୍ଚିଲା ତାକୁ ନେଇ ଚିନ୍ତା ପ୍ରକାଶ ପାଇଛି ।

ପ୍ରାୟତଃ ଏହି ମାଛଗୁଡିକ ଗଭୀର ସମୁଦ୍ରରେ ମିଳିଥାଏ । ତେଣୁ ଲଗୁନା ସମୁଦ୍ର କୂଳରେ ଏହା ମିଳିବା ବହୁତ ବିରଳ । ବର୍ତ୍ତମାନ ଏକ୍ସପର୍ଟମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି ଏହି ବିରଳ ମାଛ ଲସ୍‌ ଏଞ୍ଜଲସର ସମୁଦ୍ର କୂଳରେ କିପରି ପହଞ୍ଚିଲା । ଏହି ମାଛର ଫଟୋକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଇନଷ୍ଟାଗ୍ରାମ’ରେ ସେୟାର କରାଯାଇଛି ।

ପେସିଫିକ୍‌ ଫୁଟବଲ୍‌ ମାଛ ଗୁଡ଼ିକ ପ୍ରଜନନ ପାଇଁ ପରଜୀବୀ ଭଳି କପୋଲେସନ ପଦ୍ଧତିକୁ ବ୍ୟବହାର କରନ୍ତି । ଏହି ପ୍ରଜନନ ପ୍ରକ୍ରିୟାରେ ପୁରୁଷ ମାଛ ଅନ୍ଧ ହୋଇଯାଏ ଏବଂ ତାପରେ ପୁରୁଷ ମାଛ ସାରା ଜୀବନ ମହିଳା ମାଛ ଉପରେ ନିର୍ଭରଶୀଳ ରହିଥାଏ କାରଣ ସେମାନେ ଦେଖି ପାରନ୍ତି ନାହିଁ ।

Subhalaxmi Das

Recent Posts

ବିବାହ ଷ୍ଟେଜ୍‌ରେ କନିଆଁଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ବର

ଉତ୍ତରପ୍ରଦେଶରୁ ସମ୍ନାକୁ ଆସିଛି ଏକ ଅଜବ ଘଟଣା । ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମା ଦେଇ ମାଡ଼ ଖାଇଲେ…

19 mins ago

ପୋଲିସ-ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ, ୭ ହାର୍ଡ କୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ।…

41 mins ago

ଗାଈର ଡକାରରୁ ତିଆରି ହେଉଛି ହୀରା, କିପରି କାଣନ୍ତୁ…

ଆମ ସଂସ୍କୃତି, ପରମ୍ପରାରେ ଗାଈକୁ ପୂଜା କରାଯାଏ । ଗାଈ ଦେହରେ ଥାଆନ୍ତି ୩୩ କୋଟି ଦେବତା । ସେଥିପାଇଁ…

44 mins ago

୨ ହାତୀଦାନ୍ତ ଜବତ, ୧୧ ଗିରଫ

ରାଉରକେଲା : ୨ ହାତୀଦାନ୍ତ ଜବତ, ୧୧ ଗିରଫ । କୋର୍ଟ ଚାଲାଣ ହେଲେ ଗିରଫ ଅଭିଯୁକ୍ତ । ରାଉରକେଲା…

1 hour ago

ରବିବାର ସନ୍ଧ୍ୟା ସୁଦ୍ଧା ବାତ୍ୟା ନେବ ଭୀଷଣ ରୂପ, ସତର୍କତାମୂଳକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍‌ଆରସି

ଭୁବନେଶ୍ବର : ବାତ୍ୟା ଓ ବର୍ଷା ନେଇ ସ୍ବତନ୍ତ୍ର ରିଲିଫ୍‌ କମିସନର ଜାରି କଲେ ସତର୍କ ସୂଚନା । ଏନେଇ…

2 hours ago

ମଣିଷ ଶରୀରରେ କେତେ ଉତ୍ତାପ ବହନ କରିବାର କ୍ଷମତା ରହିଛି ?

ବିଶ୍ୱର ଅନେକ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ହେତୁ ତାପମାତ୍ରା ଏତେ ବୃଦ୍ଧି ପାଇଛି ଯେ ଏହି ଉତ୍ତାପକୁ ସହ୍ୟ କରିବା…

3 hours ago