୧୨ ବର୍ଷ ପରେ ନୀଳଗିରିରେ ମିଳିଲା ଏହି ଦୁର୍ଲଭ ଫୁଲ, ଇଣ୍ଟରନେଟରେ ହେଉଛି ଭାଇରାଲ

ତାମିଲନାଡୁର ନୀଳଗିରି ପାହାଡରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି । ଯାହା ପ୍ରତି ୧୨ ବର୍ଷରେ ଥରେ ଦେଖାଯାଏ । ତେବେ ଏହି ଅଲୌକିକ ଘଟଣା ଟି ହେଉଛି ନୀଳକୁରିଞ୍ଜି ଫୁଲ । ଆଇଏସ୍ ସୁପ୍ରିୟା ସାହୁ ଏହି ଫୁଲର ଫଟୋ ଏବଂ ଭିଡିଓ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ସେୟାର କରିଛନ୍ତି । ଯାହା ପରେ ଲୋକମାନେ ଏହା ଉପରେ କମେଣ୍ଟ ଦେଉଛନ୍ତି । ପ୍ରକୃତି ପ୍ରେମୀ ଏହି ଫୁଲ ଦେଖିବା ପରେ ନିଜ ଆଖିକୁ ବିଶ୍ୱାସ କରି ପାରୁନାହାନ୍ତି ।

ନୀଳକୁରିଞ୍ଜି ଷ୍ଟ୍ରୋବିଲାଣ୍ଟସ୍ କୁନ୍ଥିଆନା ଫୁଲକୁ IUCN ବିପଦପୂର୍ଣ୍ଣ ପ୍ରଜାତିର ତାଲିକାରେ ସାମିଲ କରିଛି । ଏହି ତାଲିକାରେ ସେହି ପ୍ରଜାତିର ଉଦ୍ଭିଦ ସାମିଲ ଯାହାକି ଧୀରେ ଧୀରେ ବିଲୁପ୍ତ ହେବାକୁ ଯାଉଛି । ଏହି ତାଲିକାରେ ନୀଳକୁରିଞ୍ଜି ଫୁଲ ସଂରକ୍ଷଣର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଛି ଏବଂ ଏହାକୁ ବଞ୍ଚାଇବା ପାଇଁ ଅନୁରୋଧ କରାଯାଇଛି ।

ସୁପ୍ରିୟା ସାହୁଙ୍କ ଏହି ପୋଷ୍ଟ ଇଣ୍ଟରନେଟରେ ବହୁତ ଭାଇରାଲ ହେବାରେ ଲାଗିଛି । ଏହି ପୋଷ୍ଟକୁ ଏପର୍ଯ୍ୟନ୍ତ ତେର ଶହରୁ ଅଧିକ ଲାଇକ୍ ଏବଂ ହଜାର ହଜାର ଲୋକ ଏହାକୁ ଦେଖି ସାରିଛନ୍ତି । ଲୋକମାନେ ମଧ୍ୟ ଏହି ପୋଷ୍ଟରେ କମେଣ୍ଟ ଦେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି, ‘ଏହି ବିରଳ ପ୍ରଜାତିର ଫୁଲର ସଂରକ୍ଷଣ ପାଇଁ ସରକାର ଧ୍ୟାନ ଦେବା ଉଚିତ୍। ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏହି ଫୁଲ ଉପରେ ମଧ୍ୟ ପ୍ରଭାବ ପକାଇପାରେ । ଏହି ବିଷୟରେ ଗବେଷଣା କରାଯିବା ଉଚିତ ଏବଂ ନୂଆ ସୂଚନା ପାଇବା ଉଚିତ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like