କଳା ଚାଉଳର ଏହି ଉପାୟ ବଦଳାଇ ଦେବ ଭାଗ୍ୟ; ଚାକିରି, କ୍ୟାରିୟରରେ ଆସୁଥିବା ବାଧା ହୋଇଯିବ ଦୂର

ଜ୍ୟୋତିଷ ଶାସ୍ତ୍ରରେ କୌଣସି ବି ସମସ୍ୟାରୁ ମୁକ୍ତି ପାଇବା ଏବଂ ସଙ୍କଟରୁ ଛୁଟକାରା ପାଇବା ପାଇଁ ଅନେକ ପ୍ରକାର ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ପୂଜାପାଠ ଏବଂ ଶୁଭ କାର୍ଯ୍ୟରେ ଅକ୍ଷତର ବ୍ୟବହାରକୁ ଶୁଭ ବୋଲି ବିଶ୍ୱାସ କରାଯାଏ। ମାନ୍ୟତା ରହିଛି, ଅକ୍ଷତ ବିନା କୌଣସି ବି ପୂଜା ସମ୍ପନ୍ନ ହୋଇ ନ ଥାଏ। ଏହିପରି ଜ୍ୟୋତିଷ ଶାସ୍ତ୍ରରେ କଳା ଚାଉଳର ଅଲଗା ମହତ୍ତ୍ୱ ବିଷୟରେ କୁହାଯାଇଛି। ଜୀବନରେ ସୁଖ, ସମୃଦ୍ଧି ପାଇବା ପାଇଁ କଳା ଚାଉଳକୁ ବିଶେଷ ଭାବରେ ବ୍ୟବହାର କରାଯାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଧଳା ଅକ୍ଷତକୁ ଭିନ୍ନ ଉପାୟ ପାଇଁ ବ୍ୟବହାର କରାଯାଏ ଏବଂ କଳା ଅକ୍ଷତ ଅନ୍ୟ ଉପାୟରେ ବ୍ୟବହୃତ ହୋଇଥାଏ। ପୂଜାରେ ସାଧାରଣତଃ କଳା ଚାଉଳ ବ୍ୟବହାର କରାଯାଏ ନାହିଁ। ଶାସ୍ତ୍ରରେ କଳା ଚାଉଳର କିଛି ଏମିତି ଉପାୟ ବିଷୟରେ କୁହାଯାଇଛି, ଯାହାକୁ ଆପଣାଇ ଜୀବନରେ ସୁଖ, ସମୃଦ୍ଧି ପ୍ରାପ୍ତ କରାଯାଇ ପାରିବ। ଆସନ୍ତୁ ଜାଣିବା, ଏହାର ପ୍ରଭାବଶାଳୀ ଉପାୟ ବିଷୟରେ…

କଳା ଚାଉଳର ଉପାୟ

– ଜୀବନରେ ସୁଖ, ସମୃଦ୍ଧି ଏବଂ ହସଖୁସିର ମାହୋଲ ପାଇବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ କଳା ଚାଉଳର ଅନେକ ଉପାୟ ବିଷୟରେବର୍ଣ୍ଣନା କରାଯାଇଛି। ଏଥିପାଇଁ ଧଳା କପଡ଼ାରେ କଳା ଚାଉଳ ବାନ୍ଧି ତାହାକୁ ସୋମବାର ଦିନ ମା’ କାଳୀଙ୍କ ଚରଣରେ ଅର୍ପଣ କରି ଦିଅନ୍ତୁ। ଏମିତି କରିବା ଦ୍ୱାରା ଜୀବନରେ ସୁଖ, ସମୃଦ୍ଧିର ବାସ ହୋଇଥାଏ।

– ଯଦି ଆପଣ କ୍ୟାରିୟରରେ ସଫଳତାର ସିଡି ଚଢ଼ିବାକୁ ଚାହୁଁଛନ୍ତି କିମ୍ବା ମନ ପସନ୍ଦର ଚାକିରି ପାଇବାକୁ ଚାହୁଁଛନ୍ତି, ତା’ ହେଲେ ଶନିବାର ଦିନ ଶନି ମନ୍ଦିରରେ ସୋରିଷ ତେଲରେ କଳା ଚାଉଳ ମିଶାଇ ଅର୍ପଣ କରନ୍ତୁ। ଏଥି ସହିତ ‘ଓଁ ଶଂ ଶନିଶ୍ଚରାୟ ନମଃ’ ମନ୍ତ୍ର ଜପ କରନ୍ତୁ।

– ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯଦି କୌଣସି କାମରେ ବାରମ୍ବାର ବାଧା ଉପୁଜୁଛି କିମ୍ବା ପୂରା ହୋଇପାରୁ ନାହିଁ, ତା’ ହେଲେ ପୂଜା ଘରେ ଉଡ଼ୁଥିବା ହନୁମାନଙ୍କ ଫଟୋ ଲଗାନ୍ତୁ। ଏହା ପରେ କଳା ଚାଉଳର ପୁଟୁଳି ତିଆରି କରି ଫଟୋ ପଛ ପଟେ ରଖି ଦିଅନ୍ତୁ। ଏମିତି କରିବା ଦ୍ୱାରା କିଛି ଦିନ ମଧ୍ୟରେ ଚମତ୍କାର ପ୍ରଭାବ ଦେଖା ଯିବାକୁ ଲାଗିବ। ଏହା କରିବା ଦ୍ୱାରା ଆପଣଙ୍କ କାର୍ଯ୍ୟ ବିନା ବିଘ୍ନରେ ପୂରା ହୋଇଯିବ।

– ଯଦି ଆପଣ ନିଜ ବୈବାହିକ ଜୀବନକୁ ସୁଖମୟ କରିବାକୁ ଚାହୁଁଛନ୍ତି ଏବଂ ସନ୍ତାନ ସୁଖ ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ତା’ ହେଲେ କଳା ଚାଉଳକୁ ପାଣିରେ ମିଶାଇ ତାହାକୁ ଅଶ୍ୱତ୍‌ଥ ଗଛମୂଳେ ଅର୍ପଣ କରି ଦିଅନ୍ତୁ। ଏଥି ସହିତ ଶନିବାର ଦିନ ତେଲ ଦୀପରେ କଳା ଚାଉଳ ମିଶାଇ ଅଶ୍ୱତ୍‌ଥ ଗଛ ତଳେ ଜଳାନ୍ତୁ।

– ସୋମବାର ଦିନ କ୍ଷୀରରେ କଳା ଚାଉଳ ମିଶାଇ ଭଗବାନ ଶିବଙ୍କ ଅଭିଷେକ କରିବା ଦ୍ୱାରା ଜଲ୍‌ଦି ଲାଭ ମିଳିବ। ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଜୀବନରେ ସୁଖ, ସମୃଦ୍ଧି ଓ ଶାନ୍ତି ବଜାୟ ରହିବ।

Leave A Reply

Your email address will not be published.