କରୋନା ସଚେତନତା କରିବା ପାଇଁ ଦୋକାନୀ ଆପଣାଇଲେ ଏଭଳି ଉପାୟ, ପ୍ରସ୍ତୁତ କଲେ ‘କରୋନା ପରଟା, କରୋନା ବରା ତଥା ସନ୍ଦେଶ’

ତାମିଲନାଡୁର ମଦୁରାଇ ସହରରେ ପରଟା ପାଇଁ ପ୍ରସିଦ୍ଧ ହୋଇଥିବା ବେଳେ ଏବେ ଏଠାକାର ଏକ ରେଷ୍ଟୁରାଣ୍ଟରେ କରୋନା ସଚେତନତା ସୃଷ୍ଟି କରିବାକୁ ପ୍ରୟାସ କରୁଥିବା ଦେଖାଯାଇଛି। ଟେମ୍ପଲ ସିଟି ରେଷ୍ଟୁରାଣ୍ଟର ମାଲିକ କେ. ଏଲ୍‌, କୁମାର କରୋନା ଭାଇରସ ଠାରୁ ଦୂରେଇ ରହିବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ଏବେ ତାଙ୍କ ରେଷ୍ଟୁରାଣ୍ଟରେ ଫେସ ମାସ୍କ ଆକାରର ପରଟା ପ୍ରସ୍ତୁତ କରାଯାଉଛି। ଯାହା ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ରେଷ୍ଟୁରାଣ୍ଟର ମାଲିକଙ୍କ କହିବାନୁଯାୟୀ, କରୋନା ସଂକ୍ରମଣ ସମୟରେ ଲୋକେ ଫେସମାସ୍କ ବ୍ୟବହାର କରିବା ଜରୁରୀ। କିଛି ଲୋକ ଏହି ନିୟମକୁ ଆଦୌ ପାଳନ କରୁଥିବା ଦେଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ସେ ଏଭଳି ପରଟା ତିଆରି କରିଥିବା କହିଛନ୍ତି। ଲୋକେ ମାସ୍କ ବ୍ୟବହାର କରନ୍ତୁ ଓ କରୋନା ଠାରୁ ଦୂରେଇ ରୁହନ୍ତୁ। ଅନ୍ୟ ପରଟା ଭଳି ଏହାର ଦାମ ମଧ୍ୟ ସମାନ ଅର୍ଥାତ୍‌ ୫୦ ଟଙ୍କା ରଖାଯାଇଛି।

ତେବେ କୁମାରକଙ୍କ ଦୋକାନକୁ ଯଦି କେହି ଗ୍ରାହକ ବିନା ମାସ୍କରେ ଆସୁଛନ୍ତି ତେବେ ସେ ସେମାନଙ୍କୁ ମାଗଣାରେ ମାସ୍କ ମଧ୍ୟ ଦେଇଛନ୍ତି। ଫେସ ମାସ୍କ ପରଟା ବ୍ୟତୀତ ସେ କରୋନା ଭାଇରସ ଆକାରର ରାଓ୍ଵା ଦୋସା ଓ ବରା, କରୋନା ବରଗର, କରୋନା ସନ୍ଦେଶ ମଧ୍ୟ ପ୍ରସ୍ତୁତ କରୁଥିବା କହିଛନ୍ତି। କରୋନା ଯୁଦ୍ଧରେ ଜଣେ ଛୋଟିଆ ଯୋଦ୍ଧା ଭାବେ କୁମାର ସାମିଲ ହେବାକୁ ଏଭଳି ପ୍ରୟାସ କରିଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.