ଏପରି ଏକ ରେସ୍ତୋରାଁ, ଯେଉଁଠି ଇନଷ୍ଟାରେ ଫଟୋ ଅପଲୋଡ କଲେ ମିଳେ ମାଗଣା ଖାଦ୍ୟ

ଆପଣ ଅନେକ ରେସ୍ତୋରାଁକୁ ବନ୍ଧୁ ହେଉ ଅବା ଘର ଲୋକ ନିଶ୍ଚିତ ଭାବେ ଖାଇବାକୁ ଯାଇଥିବେ। ଏପରି କେତେକ ରେସ୍ତୋରାଁ ରହିଛି, ଯେଉଁଠି ପ୍ଲାଷ୍ଟିକ ଦେଲେ ମାଗଣା ଖାଦ୍ୟ ଖାଇବାକୁ ମିଳିଥାଏ। କିନ୍ତୁ କେବେ ଆପଣ ଏମିତି ରେସ୍ତୋରାଁ ବିଷୟରେ ଶୁଣିଛନ୍ତି କି, ଯେଉଁଠି ଇନଷ୍ଟାଗ୍ରାମରେ ଫଟୋ ଅପଲୋଡ କଲେ ମାଗଣା ଖାଇବାକୁ ମିଳିଥାଏ ? ଶୁଣି ଆଶ୍ଚର୍ଯ୍ୟ ହେଉଥିଲେ ମଧ୍ୟ ସତ। ଇଟାଲୀରେ ଏପରି ଏକ ରେସ୍ତୋରାଁ ରହିଛି। ଯାହାର ନାମ ‘ ଦିସ୍ ଇନ୍ ନଟ୍ ଏ ସୁସି ବାର’।

insta

ଏହାର ଏକ ଜାପାନୀ ରେସ୍ତୋରାଁ। ଯାହାକୁ ମୋଟିୟୋ ଏବଂ ତୋମାସୋ ପିଟ୍ଟରେଲ୍ଲୋ ନାମକ ଦୁଇଜଣ ଭାଇ ଖୋଲିଥିଲେ। ଗତବର୍ଷ ଖୋଲିଥିବା ଏହି ରେସ୍ତୋରାଁରେ ‘ଇନଷ୍ଟାଗ୍ରାମ ପର୍ ଫଟୋ ଅପଲୋଡ କରୋ ଔର ଖାନା ଖାଓ’ ହିସାବରେ ଚାଲିଛି। ଏହି ରେସ୍ତୋରାଁରେ ମାଗଣା ଖାଇବାକୁ ହେଲେ ପ୍ରଥମେ ଆପଣ ଏକ ପ୍ଲେଟ୍ ଖାଇବା ଅର୍ଡର କରିବାକୁ ହେବ। ତା’ ପରେ ସେହି ଖାଦ୍ୟକୁ ଏବଂ ରେସ୍ତୋରାଁକୁ ହାସଟ୍ୟାଗ୍ #thisisnotasushibar ସହିତ ଇନଷ୍ଟାଗ୍ରାମରେ ଅପଲୋଡ କରିବାକୁ ହେବ।

ଏହାସହ ପଢ଼ନ୍ତୁ ; ଜାଣନ୍ତୁ ବିୟର ସହ ଜଡ଼ିତ ୨୦ଟି ରୋମାଞ୍ଚକ କଥା

restarant

ଇନଷ୍ଟାଗ୍ରାମରେ ଆପଣଙ୍କର କେତେକ ଫଲୋୟର୍ସ ଅଛନ୍ତି, ସେହି ଆଧାରରରେ ରେସ୍ତୋରାଁ ଆପଣଙ୍କୁ ଆଉ ଗୋଟେ ଖାଦ୍ୟ ମାଗଣା ଦେବ। ଯଦି ଆପଣଙ୍କର ଇନଷ୍ଟାଗ୍ରାମରେ ୫ରୁ ୧୦ ହଜାର ଫଲୋୟର୍ସ ଅଛନ୍ତି ତେବେ ଦୁଇ ପ୍ଲେଟ ମାଗଣା ଖାଦ, ୫୦ ହଜାର ଫଲୋୟର୍ସ ଥିଲେ ଚାରି ପ୍ଲେଟ ଆଉ ଯଦି ୧ ଲକ୍ଷରୁ ଅଧିକ ଥିବେ ତେବେ ୮ ପ୍ଲେଟ ଖାଦ୍ୟ ମାଗଣା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.