ସ୍ପେଶାଲ

ପାକିସ୍ତାନର ଏହି ଶିବ ମନ୍ଦିରରେ ରହିଛି ପୌରାଣିକ କୁଣ୍ଡ ! ମହାଦେବଙ୍କ ଆଖିରୁ ଲୁହ ନିଗିଡ଼ି ତିଆରି ହୋଇଥିଲା କଟାକ୍ଷ କୁଣ୍ଡ

ଦେଶର ବିଭିନ୍ନ ସ୍ଥାନରେ ଭଗବାନ ଶିବଙ୍କ ପ୍ରସିଦ୍ଧ ମନ୍ଦିର ରହିଛି । ଶିବ ଭକ୍ତମାନେ ଦେବ ଦେବ ମହାଦେବଙ୍କୁ ପ୍ରସନ୍ନ କରିବାକୁ ପ୍ରୟାସ କରିଥାନ୍ତି । ଶିବଙ୍କ ପ୍ରତି ଏଭଳି ଆସ୍ଥା ଓ ସମର୍ପଣ କେବଳ ଭାରତ ନୁହେଁ, ପଡୋଶୀ ଦେଶ ପାକିସ୍ତାନରେ ବି ଦେଖିବାକୁ ମିଳେ । ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ ଯେ ପାକିସ୍ତାନରେ ବି ଅନେକ ହିନ୍ଦୁ ମନ୍ଦିର ରହିଛି ସେଥିମଧ୍ୟରୁ କଟସରାଜ ମନ୍ଦିର ଅନ୍ୟତମ । ଆସନ୍ତୁ ଏହି ମନ୍ଦିର ସହ ଜଡିତ କିଛି ଆସ୍ଥା ବିଶ୍ୱାସର କାହାଣୀ ସଂପର୍କରେ ଜାଣିବା।

ଧାର୍ମିକ ମତଅନୁଯାୟୀ କଟସରାଜସ୍ଥିତ ଏହି ଶିବ ମନ୍ଦିର ପାକିସ୍ତାନର ଚକବାଲରୁ ପାଖାପାଖି ୪୦ କିଲୋମିଟର ଦୂର କଟସ ନାମକ ପାହାଡିଆ ସ୍ଥାନରେ ଅବସ୍ଥିତ । ଏହି ଐତିହାସିକ ମନ୍ଦିର ପାଖାପାଖି ୯ଶହ ବର୍ଷ ପୁରୁଣା । ସବୁଠୁ ବଡ କଥା ହେଉଛି ଏଠାରେ ଥିବା ପୁଷ୍କରିଣୀ ଯାହା କି କଟାକ୍ଷ କୁଣ୍ଡ ନାମରେ ଖ୍ୟାତ । ଧାର୍ମିକ ମତ ଅନୁଯାୟୀ ମାତା ସତୀ ନିଜ ପିତା ଦକ୍ଷଙ୍କ ଯଜ୍ଞକୁଣ୍ଡରେ ଆତ୍ମଦାହ କରିଥିଲେ । ସେତେବେଳେ ତାଙ୍କ ବିୟୋଗରେ ଭଗବାନ ଶିବ ଅତ୍ୟନ୍ତ ମର୍ମାହତ ହୋଇଥିଲେ । ମାତା ସତୀଙ୍କ ସ୍ମୃତିରେ ଭଗବାନ ଶିବଙ୍କ ଆଖିରୁ ଯେଉଁ ଲୁହ ଗଡିଥିଲା ସେଥିରେ ଦୁଇଟି କୁଣ୍ଡ ହୋଇଯାଇଥିଲା । ଆଉ ଏଥିରେ ଗୋଟିଏ କୁଣ୍ଡ ହେଉଛି କଟାକ୍ଷ କୁଣ୍ଡ ।

ଶିବଙ୍କ ଅଶ୍ରୁରେ ଯେଉଁ ଦୁଇଟି କଟାକ୍ଷ କୁଣ୍ଡ ତିଆରି ହୋଇଥିଲା, ସେମଧ୍ୟରୁ ଗୋଟିଏ ଦେଶ ବିଭାଜନ ହେବା ପରେ ପାକିସ୍ତାନରେ ଥିବାବେଳେ ଅନ୍ୟଟି ଭାରତର ରାଜସ୍ଥାନର ପୁଷ୍କର ତୀର୍ଥରେ ଅଛି । କଟସରାଜ ମନ୍ଦିରର କଟାକ୍ଷ କୁଣ୍ଡ ଚମତ୍କାରୀ ପାଣିରେ ଭରପୂର ରହିଥିବା କୁହାଯାଏ । ଏଥିରେ ଦୁଇଟି ରଙ୍ଗର ପାଣି ରହିଛି । ଯେଉଁସ୍ଥାନରେ ପାଣିର ଗଭୀରତା କମ ରହିଛି ସେଠାରେ ପାଣିର ରଙ୍ଗ ସବୁଜ ଥାଏ ଏବଂ ଯେଉଁଠି ଅଧିକ ଗଭୀର ଥାଏ ସେଠାରେ ପାଣିର ରଙ୍ଗ ନୀଳ ରଙ୍ଗ ଦେଖାଯାଏ । ମହାଭାରତ ଅନୁଯାୟୀ ପଞ୍ଚୁ ପାଣ୍ଡବ ଜଣ ଜଣ କରି ନିଜର ଶୋଷ ମେଂଟାଇବା ପାଇଁ ଏଠାକୁ ଆସିଥିଲେ । ଅନ୍ୟପଟେ ଏହି କୁଣ୍ଡ ଉପରେ ଯକ୍ଷର ଅଧିକାର ରହିଥିଲା । ପାଣି ପିଇବାକୁ ଆସିଥିବା ବେଳେ ପଞ୍ଚୁ ପାଣ୍ଡବ ଜଣ ଜଣ କରି ବେହୋସ ହୋଇଯାଇଥିଲେ । କିନ୍ତୁ ଶେଷରେ ଯୁଧିଷ୍ଠିର ଯକ୍ଷର ସମସ୍ତ ପ୍ରଶ୍ନର ଉତ୍ତର ଠିକ ଭାବେ ଦେଇ ନିଜ ଭାଇମାନଙ୍କୁ ଜୀବିତ ଉଦ୍ଧାର କରିଥିଲେ ।

KNews Bureau

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

16 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

29 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

38 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

41 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago