ଦିନକୁ ତିନିଥର ରଙ୍ଗ ବଦଳାଏ ଏହି ଶିବଲିଙ୍ଗ, ଜାଣନ୍ତୁ ଏହି ମନ୍ଦିର ପଛରେ ରହିଥିବା ରହିସ୍ୟ

ଆମ ହିନ୍ଦୁ ଧର୍ମରେ ଥିବା ହଜାର ହଜାର ଶିବ ମନ୍ଦିର ବିଷୟରେ ଆପଣମାନେ ଶୁଣିଥିବେ କିମ୍ବା ଦେଖିଥିବେ । ଏହି ସମସ୍ତ ମନ୍ଦିରମାନଙ୍କ ମଧ୍ୟରୁ ଏମିତି କିଛି ମନ୍ଦିର ରହିଛି ଯାହାର ରହସ୍ୟକୁ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନେ ମଧ୍ୟ ଜାଣି ପାରନ୍ତି ନାହିଁ । ଆଜି ଆପଣମାନଙ୍କୁ ଏକ ରହସ୍ୟମୟ ଶିବ ମନ୍ଦିର ବିଷୟରେ କହିବୁ । ଶିବଙ୍କର ଏପରି ଏକ ଧାମ ହେଉଛି ଅଚଳଶ୍ବେର ମହାଦେବ । କୁହାଯାଏ ଯେ ଭଗବାନ୍ ଶିବଙ୍କର ଲିଙ୍ଗ ଏଡାରେ ଦିନକୁ ତିନିଥର ରଙ୍ଗ ପରିବର୍ତ୍ତନ କରିଥାଏ ।

ମହାଦେବଙ୍କ ଅଚଳେଶ୍ବର ମନ୍ଦିର ରାଜସ୍ଥାନର ଧୌଳପୁର ଜିଲ୍ଲାରେ ଅବସ୍ଥିତ । ଏହି ଜିଲ୍ଲା ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ସିମା ଉପରେ ଅବସ୍ଥିତ । ଏହି ସ୍ଥାନ ଚମ୍ବଲର ଅତି ନିକଟ ବୋଲି ବିବେଚନା କରାଯାଏ । ଏଠାରେ ଅବସ୍ଥିତ ମନ୍ଦିର ଶିବଙ୍କୁ ସମର୍ପିତ ଏବଂ ଏତିରେ ବରାଜମାନ ଅଚଳେଶ୍ବର ମହାଦେବ । ବିଶ୍ବାସ କରାଯାଏ ଯେ ଏହି ମନ୍ଦିରରେ ସ୍ଥାପିତ ଶିଲିଙ୍ଗ ଦିନକୁ ତିନିଥର ରଙ୍ଗ ପରିବର୍ତ୍ତନ କରିଥାଏ । ଆଶ୍ଚର୍ଯ୍ୟର କଥା ଅଚେଳେଶ୍ବର ମହାଦେବ ମନ୍ଦିରରେ ଥିବା ଶିବ ଲିଙ୍ଗ ସକାଳେ ଲାଲ, ଅପରାହ୍ନରେ କେଶରୀ ଏବଂ ସନ୍ଧ୍ୟାରେ ଗହମ ରଙ୍ଗର ଦେଖାଯାଏ । କିନ୍ତୁ କିଛି ଅନୁସନ୍ଧାନକାରୀ ବିଶ୍ବାସ କରନ୍ତି ଯେ, ସୂର୍ଯ୍ୟ କରିଣ ଲିଙ୍ଗ ଉପରେ ପଡିବା ଯୋଗୁଁ ଏପରି ହୋଇଥାଏ । ଅନେକ ଲୋକ ରାଜସ୍ଥାନରେ ଧୌଳପୁରରେ ଏହି ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଆଚଳେଶ୍ବର ମହାଦେବ ବନ୍ଦିରରେ ରହିଥାନ୍ତି । ବିଶ୍ବାସ୍ ଅନୁଯାୟୀ, ଏହି ମନ୍ଦିରରେ ଭକ୍ତମାନଙ୍କର ସମସ୍ତ ଇଚ୍ଚା ପୂରଣ ହୋଇଥାଏ । କୁହାଯାଏ ଯେ କୈଣସି ଭକ୍ତ ଏଠାକୁ ଆସି ଖାଲି ହାତରେ ଫେରି ଯାଆନ୍ତି ନାହିଁ ।  ଦୂର ଦୂରାନ୍ତରୁ ଭକ୍ତମାନେ ସେମାନଙ୍କର ଇଚ୍ଛା ପୂରଣ କରିବା ପାଇଁ ମହାକାଳଙ୍କୁ ଦର୍ଶନ କରିବାକୁ ଏଠାକୁ ଆସିଥାନ୍ତି ।

ଏହି ମନ୍ଦିରର ବିଶେଷ ଏବଂ ଚମତ୍କାର ଶକ୍ତି ଜାଣିବା ପାଇଁ ଅନେକ ପ୍ରକ୍ରିୟା କରାଯାଇଥିଲା, କିନ୍ତୁ ମନ୍ଦିରର ରହସ୍ୟ କୈଣସି ସ୍ଥାନରୁ ପ୍ରକାଶ କରାଯାଇ ନାର୍ହି । ବିଜ୍ଞାନର ବିଭିନ୍ନ କୈଶଳ ମଧ୍ୟ ଏହି ରହସ୍ୟ ସାମ୍ନାରେ ହାର ମାନି ସାରିଛି ।