ଲୋମ ଟାଙ୍କୁରି ଉଠିବ ଶୁଣିଲେ ଏହି କଣ୍ଢେଇର କାହାଣୀ, ଯିଏ ରାତିରେ ହଲାଉଛି ଆଖି ଏବଂ ପାଟି

କଣ୍ଢେଇ ତ ଆପଣମାନେ ଅନେକ ଦେଖିଥିବେ। ଘରେ ରଖି ମଧ୍ୟ ଖେଳିଥିବେ। କିନ୍ତୁ ଆମେ ଏପରି ଏକ କଣ୍ଢେଇ ବିଷୟରେ ଜଣାଇବୁ, ଆପଣ ଯେତେ କଣ୍ଢେଇକୁ ଭଲ ପାଉଥିଲେ ମଧ୍ୟ ଏହାକୁ ଘରେ ବିଲକୁଲ ରଖିବାକୁ ପସନ୍ଦ କରିବେ ନାହିଁ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମିଳିଥିବା ଏହି କଣ୍ଢେଇର ହରକତ ଦେଖି ଆପଣମାନେ ମଧ୍ୟ ଭୟଭୀତ ହୋଇଯିବେ। ନିକଟରେ ଏହି କଣ୍ଢେଇର ଏପରି ହରକତ କ୍ୟାମେରାରେ ରେକର୍ଡ ହୋଇଥିଲା, ଯାହା ଦେଖି ଆପଣ ଚିତ୍କାର କରିବେ ନିଶ୍ଚିତ। ଏହି କଣ୍ଢେଇଟି ଆଖି ଓ ମୁଣ୍ଡ ହଲାଉଥିବା କ୍ୟାମେରାରେ କଏଦ ହୋଇଥିଲା। ୧୯୪୦ରେ ନିର୍ମିତ ଏହି କଣ୍ଢେଇର ନାମ ମି.ଫ୍ରିଟ୍ଜ। ଏହାର ମାଲିକର ନାମ ମାଇକେଲ ଡାଏମଣ୍ଡ।

video courtesy : swns

ଇଂଲଣ୍ଡର ୪୮ ବର୍ଷୀୟ ମାଇକେଲ କହିଛନ୍ତି, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନାଜିର ଜଣେ କଏଦୀ ଏହାକୁ ତିଆରି କରିଥିଲେ। ମାଇକେଲ ଯେତେବେଳେ ଏହି କଣ୍ଢେଇକୁ ନେଇ ଆସିଥିଲେ, ଏହି କଣ୍ଢେଇ ଥିବା ବାକ୍ସଟି ପ୍ରଥମେ ପ୍ରଥମେ ଆପେ ଆପେ ଖୋଲା ରହୁଥିଲା। ପ୍ରଥମେ ପ୍ରଥମେ ମାଇକେଲ ଏଥିରେ ଧ୍ୟାନ ଦେଉନଥିଲେ। କିନ୍ତୁ ବାରମ୍ବାର ହେବା ପରେ ଏହି ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ମାଇକେଲ କଣ୍ଢେଇ ଥିବା ବାକ୍ସ ଆଗରେ ଏକ କ୍ୟାମେରା ଲଗାଇଥିଲେ। ସକାଳୁ ଉଠି ଏହି ଭିଡିଓ ଦେଖି ତାଙ୍କ ପରିବାରଲୋକେ ଭୟଭୀତ ହୋଇଯାଇଥିଲେ। ଭିଡିଓରେ ମାଇକେଲ ଓ ତାଙ୍କ ପରିବାର ଦେଖିବାକୁ ପାଇଥିଲେ କି , ମଧ୍ୟରାତ୍ରିରେ କଣ୍ଢେଇ ରହିଥିବା ବାକ୍ସର କବାଟ ମନକୁ ଖୋଲିବା ସହ କଣ୍ଢେରେ ଆଖି ହଲାଇବା ସହ ପାଟି ମଧ୍ୟ ହଲାଉଥିବା ଦେଖିବାକୁ ମିଳିଥିଲା।

Mr+Fritz2

ମାଇକେଲକୁ ଏହିସବୁ ଅଦ୍ଭୁତ ଲାଗିଥିବା ବେଳେ ଏହା କିପରି ସମ୍ଭବ ସେ କିଛି ବୁଝିପାରିନଥିଲେ ? ସେହି ଘର ଭିତରକୁ ପବନ ଆସିବାର କୌଣସି ସୁବିଧା ନଥିବା ସତ୍ତ୍ୱେ ମଧ୍ୟ କିଭଳି ଏକ ନିର୍ବୀଜ ବସ୍ତୁର ଏପରି କାରନାମା ସମସ୍ତଙ୍କୁ ଚକିତ କରିଦେଇଥିଲା।

michel

ଏହି କଣ୍ଢେଇକୁ ତିଆରି କରିଥିବା କଏଦୀ ଜଣକ ପୂର୍ବରୁ ଏକ ଭେଣ୍ଟିଲୋକ୍ୱିଷ୍ଟର କାମ କରୁଥିଲେ। ମାଇକେଲଙ୍କୁ ଏହି କଣ୍ଢେଇ ଜଣେ ମିଲେଟ୍ରି କଲେକ୍ଟର ଦେଇଥିଲେ। ମାଇକେଲଙ୍କ ଝିଅ ଏବଂ ପତ୍ନୀଙ୍କୁ ଏହି କଣ୍ଢେଇ ବିଲକୁଲ ପସନ୍ଦ ନଥିଲା। ସେହି କଣ୍ଢେଇ ଉପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର କୌଣସି ଭୂତ ପ୍ରେତ ରହିଥିଲା ବୋଲି ମାଇକେଲ ଏବଂ ତାଙ୍କ ପରିବାର ଲୋକଙ୍କର ସନ୍ଦେହ ରହିଛି। ଶେଷରେ ମାଇକେଲ ସେହି କଣ୍ଢେଇକୁ ବାକ୍ସ ଭିତରେ ବନ୍ଦ କରି ଏକ ଚେନ୍‌ ସାହାଯ୍ୟରେ ତାଲା ମାରି ତାକୁ ରଖିଛନ୍ତି।