Categories: ସ୍ପେଶାଲ

ଗୁରୁ ହେବ ତ ଏମିତି , ଛାତ୍ରୀଙ୍କ ପାଇଁ ନିଜ ଚୁଟି କାଟି କରିଦେଲେ ଛୋଟ

ଜଣେ ଭଲ ଗୁରୁଙ୍କ ଠାରୁ ଆଉ କିଏ ବି ସତ ବନ୍ଧୁ ନାହିଁ । ଏହି କଥାକୁ ପ୍ରମାଣ କରିଛନ୍ତି କିଣ୍ଡରଗାର୍ଟନ ସ୍କୁଲଙ୍କର ଜଣେ ଶିକ୍ଷତ୍ରୀ । ଯାହାଙ୍କ ନା ସାନନୋନ୍ ଗ୍ରୀମ୍ (Shannon Grimm) । ସେ ଯାହା କରିଛନ୍ତି ସେଥିପାଇଁ ତାଙ୍କୁ ପ୍ରଶଂସା ନକରି ରହିହେବନାହିଁ । ସେ କେବଳ ଛୁଆଙ୍କୁ ପାଠ ପଢାନ୍ତିନାହିଁ , ଏହାବ୍ୟତିତ ସେ ଛୁଆମାନଙ୍କୁ ବହୁତ ଭଲଭାବେ ବୁଝାଇଥାନ୍ତି । ତେବେ ଯେତେବେଳେ ତାଙ୍କର ଜଣେ ଛାତ୍ରୀ ହଠାତ୍ ଉଦାସ ରହିବାକୁ ଲାଗିଲା ସେତେବେଳେ ସେ ତାଙ୍କୁ ଏକୁଟିଆ ଛାଡିନଥିଲେ । ପିଲାଟିର ଉଦାସର କାରଣ ଜାଣିବା ସହିତ ତାହାର ସମାଧାନର ବାଟ ମଧ୍ୟ ବାହାର କରିଥିଲେ ।

ସୂଚନା ମୁତାବକ, ୩୧ ବର୍ଷିୟା ସାନନୋନ୍ ଟେକ୍ସାସ୍ ରେ Meador Elementary School ରେ ପିଲାମାନଙ୍କୁ ପଢାଇବା ସହିତ ସେମାନଙ୍କ ସହ ମିଶି  ସବୁ ସମସ୍ୟାକୁ ସମାଧାନ କରିଥାନ୍ତି । ଏହିପରି ସ୍ଥିତରେ ଯେବେ ସାନନୋନଙ୍କ ଜଣେ ୫ବର୍ଷର ଛାତ୍ରୀ ହଠାତ୍ ଗୁମସୁମ୍ ହୋଇଗଲେ ସେତେବେଳେ ସେ ଚୁପ୍ ରହିନଥିଲେ । ସେ ଏହା ଉପରେ କାର‌୍ୟ୍ୟନୁଷ୍ଠାନ ଗ୍ରହଣ କରିଥିଲେ । ଛାତ୍ରୀ ଜଣଙ୍କ ଦିର୍ଘ ଦିନ ହେବ କାହା ସହିତ କଥା ହେଉନାହିଁ ବୋଲି ସେ ଲକ୍ଷ କରୁଥିଲେ । ସେତେବେଳେ ତାଙ୍କୁ ଜଣାପଡିଥିଲା କି ଉକ୍ତ ଛାତ୍ରୀ ଜଣଙ୍କର କେଶ ଛୋଟ ହୋଇଥିବା କାରଣରୁ ସେ ବିରକ୍ତ ହେବା ସହ ଉଦାସ ରହୁଥିଲେ । ଯାହା ଫଳରେ ସେ ଚୁପ୍ ରହୁଥିଲେ ।

ତେବେ ଏହି ପରିସ୍ଥିତିରେ ସାନନୋନ୍ ଏକ ବଡ ନିଷ୍ପତି ନେଇଥିଲେ । ଯାହା ତାଙ୍କ ପାଇଁ ସହଜ ନଥିଲେ ମଧ୍ୟ ସେ ଏହାକୁ କରିବାକୁ ନିଜ ଆତ୍ମାରୁ ଚାହିଁଥିଲେ । ସେ ଏଥିପାଇଁ ନିଜ କେଶକୁ କାଟି ଛୋଟ କରିବା ସହିତ ସ୍କୁଲକୁ ଆସି ଉକ୍ତ ଛାତ୍ରୀ ଜଣଙ୍କୁ ବହୁ ଧର‌୍ୟ୍ୟର ସହିତ ବୁଝାଇଥିଲେ । ସେ କିଛି ବଡ କେଶ ଥିବା ଲୋକ ଏବଂ ଛୋଟ କେଶଥିବା ଲୋକଙ୍କୁ ଏକାଠି କରି ଛୁଆଟିକୁ ଅତି ସହଜରେ ବୁଝାଇ ପାରିଥିଲେ ।

ତେବେ ସାନନୋନଙ୍କ ଏହି ପ୍ରଶଂସା ଯୋଗ୍ୟ କାମ ପାଇଁ Wills independent school ନିଜର ଫେସବୁକ୍ ଫେଜ୍ ଜରିଆରେ ଲୋକଙ୍କ ପାଖକୁ ଏହି କଥା ପହଁଚାଇଥିଲେ । ଏବଂ ଏହାକୁ ୫ହଜାରରୁ ଅଧିକ ଲୋକ ବର୍ତ୍ତମାନ ପର‌୍ୟ୍ୟନ୍ତ ସେୟାର କରିସାରିଲେଣି । ସାନନୋନ୍ କହିଛନ୍ତି କି ସେ ଉକ୍ତ ଛାତ୍ରୀ ଜଣଙ୍କ ପାଇଁ ପ୍ରତିଦିନ ହେୟାର କ୍ଳିପ୍ ଏବଂ ବ୍ୟାଣ୍ଡ କିଣନ୍ତି । ଯାହାଦ୍ବାରା ଛୁଆଟିକୁ ଲାଗିଥାଏ କି ସେ ତାଙ୍କ ପରିବାରର ଅଟେ । ଏହାସହ କହିଛନ୍ତି କି ଛାତ୍ରୀ ଜଣଙ୍କ ଏହି କଠିନ ପରିସ୍ଥିତିରେ ଯେଉଁ ସାହାସ ଦେଖାଇଛନ୍ତି ସେଥିପାଇଁ ତାଙ୍କୁ ସମ୍ମାନିତ କରାଯାଇଛି ।

ପ୍ରିସିଲା ପେରେଜ୍(Prisilla Perez) ନାମକ ଏହି ଛାତ୍ରୀ ଜଣଙ୍କୁ ସ୍କୁଲ୍ ବୋର୍ଡର ବୈଠକରେ ୧୧ ଫ୍ରେବୁଆରୀ ଦିନ ପଦକ ସହିତ ସମ୍ମାନିତ କରାଯାଇଥିଲା। କେବଳ ଏତିକି ନୁହେଁ ପ୍ରିସିଲା ନିଜର ଶିକ୍ଷତ୍ରୀ ସାନନୋନଙ୍କୁ ନିଜର ହିରୋ ବୋଲି ମାନିବା ସହିତ ଏକ ଆୱାର୍ଡ ରେ ତାଙ୍କୁ ମଧ୍ଯ ସମ୍ମାନିତ କରି ସରପ୍ରାଇଜ୍ କରିଦେଇଥିଲେ । Wills ISD  କହିଛନ୍ତି କି,” ସାନନୋନ୍ ଆପଣଙ୍କ ଉପରେ ଆମେ ଗର୍ବିତ । ଆପଣ ଦୁଇ ଜଣଙ୍କୁ ଆମ ତରଫରୁ ଶୁଭେଚ୍ଛା । ଆପଣ ଯାହା କରିଛନ୍ତି ତାହା ସମାଜ ପାଇଁ ଏକ ଉଦାହରଣ । ”

Sonalisa

Recent Posts

ସ୍କୁଲରେ ପାଠ ପଢ଼ାଇବେ ଅବସରପ୍ରାପ୍ତ ଅତିଥି ଶିକ୍ଷକ

ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ।…

2 mins ago

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

17 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

33 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

46 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

55 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

58 mins ago