ସ୍ପେଶାଲ

ଏଠାରେ ଧନତେରସ୍‌ ଦିନ ଖୋଲିଥାଏ ମାଁ ମହାଲକ୍ଷ୍ମୀଙ୍କ ମନ୍ଦିର, ପ୍ରସାଦ ରୂପେ ମିଳିଥାଏ ସୁନା ଏବଂ ରୁପାର ମୁଦ୍ରା

୧୪ ନଭେମ୍ବର ପାଇଁ ଆଉ କିଛି ଦିନ ବାକି ରହିଛି। ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଏସବୁ ମଧ୍ୟରେ ଆଜି ଆମେ ଆପଣଙ୍କୁ ମାଁ ମହାଲକ୍ଷ୍ମୀଙ୍କ ଏଭଳି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯାହା ଅତ୍ୟନ୍ତ ଖାସ୍‌। ପ୍ରତ୍ୟେକ ମନ୍ଦିରର ବିଶେଷତା ଭିନ୍ନ ଭିନ୍ନ ହେବା ସହ କାହାଣୀ ମଧ୍ୟ ଭିନ୍ନ ହୋଇଥାଏ। ମନ୍ଦିର ଛୋଟ ହେଉ କି ବଡ ତାହା ଭକ୍ତିର ପ୍ରତୀକ ହୋଇଥାଏ। ଭକ୍ତ ଏଠାରେ ପୂଜା କରି ଭଗବାନଙ୍କୁ ଭୋଗ ଲଗାଇଥାଏ। ସେହିଭଳି ଅନେକ ପ୍ରକାର ବ୍ୟଞ୍ଜନ ଏବଂ ମିଠାକୁ ପ୍ରସାଦ ରୂପେ ଭୋଗ କରାଯାଇ ଭକ୍ତଙ୍କ ମଧ୍ୟରେ ପ୍ରଦାନ କରାଯାଇଥାଏ। କିନ୍ତୁ ଏଭଳି ଏକ ମନ୍ଦିର ରହିଛି ଯେଉଁଠାରେ ପ୍ରସାଦ ରୂପେ ରୁପା ଏବଂ ସୁନା ମୁଦ୍ରା ଓ ଅଳଙ୍କାର ମିଳିଥାଏ। ଆଜ୍ଞା ହଁ ଏକଥା ବିଶ୍ୱାସ ନହେଲେ ମଧ୍ୟ ବିଲକୁଲ୍‌ ସତ। ମାଁ ମହାଲକ୍ଷ୍ମୀଙ୍କ ଏଭଳି ଏକ ମନ୍ଦିର ରହିଛି, ଯେଉଁଠାରେ ସୁନା ଏବଂ ରୁପାର ମୁଦ୍ରାକୁ ପ୍ରସାଦ ରୂପେ ଦିଆଯାଇଥାଏ। ତେବେ ଆସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ କିଛି ଅଜଣା କଥା।

ମାଁ ମହାଲକ୍ଷ୍ମୀ ମନ୍ଦିର ରତଲାମ

ମଧ୍ୟପ୍ରଦେଶର ରତଲାମର ମାଣକରେ ମାଁ ମହାଲକ୍ଷ୍ମୀଙ୍କ ମନ୍ଦିର ରହିଛି। ଏହି ମନ୍ଦିରରେ ମାଁ ଲକ୍ଷ୍ମୀଙ୍କ ସହ ଧନ କୋଷାଧକ୍ଷ କୁବେରଙ୍କ ପୂଜା ହୋଇଥାଏ। ଏହି ମନ୍ଦିରର କବାଟ ଧନତେରାସ୍‌ ଦିନ ହିଁ ଖୋଲିଥାଏ। ଧନତେରାସ୍‌ ଦିନ ବ୍ରହ୍ମମୁହୂର୍ତ୍ତ ସମୟରେ ଏହି ମନ୍ଦିର ଖୋଲିଥାଏ ଏବଂ ଭାଇ ଦୁଜ୍‌ ଦିନ ମନ୍ଦିରର କବାଟ ବନ୍ଦ କରାଯାଇଥାଏ। ଧନତେରାସ୍‌ ଦିନ ଏହି ମନ୍ଦିର ସମ୍ପୂର୍ଣ୍ଣ ସୁନା ଏବଂ ରୁପାରେ ସଜ୍ଜିତ କରାଯାଇଥାଏ।

୮ ଦିନ ପୂର୍ବରୁ ଆରମ୍ଭ ହୋଇଥାଏ ମନ୍ଦିର ସାଜସଜ୍ଜା କାମ

ଧନତେରାସ୍‌ ର ୮ ଦିନ ପୂର୍ବରୁ ମନ୍ଦିରର ସାଜସଜ୍ଜା କାମ ଆରମ୍ଭ ହୋଇଥାଏ। ଧନତେରାସ୍‌ ଦିନ ଏହି ମନ୍ଦିରରେ ସମ୍ପୂର୍ଣ୍ଣ ବିଧି-ବିଧାନର ସହ ମହାଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ। ମାନ୍ୟତା ରହିଛି ଏଠାରେ ମିଳୁଥିବା ମୁଦ୍ରା ଏବଂ ଆଭୁଷଣକୁ ଘରକୁ ଆଣିବା ଦ୍ୱାରା ଧନ-ଧାନ୍ୟର ଅଭାବ ଦେଖାଯାଇନଥାଏ।

ମନ୍ଦିରକୁ ଯିବା ପାଇଁ ମିଳିଥାଏ ଟୋକନ

ରତଲାମର ଏହି ମନ୍ଦିରରେ ଲୋକମାନେ ଅନେକ ଆଭୂଷଣ ଏବଂ ଟଙ୍କା ନେଇ ଆସିଥାନ୍ତି। ଏହି ଶ୍ରଦ୍ଧାଳୁମାନଙ୍କ ପାଇଁ ମନ୍ଦିରର ଟ୍ରଷ୍ଟ ପକ୍ଷରୁ ଟୋକନ ଦେବା ପରେ ଭିତରକୁ ଯିବା ପାଇଁ ଅନୁମତି ମିଳିଥାଏ। ଏହାପରେ ଭକ୍ତମାନେ ପୂଜା ସାରିବା ପରେ ମାଁଙ୍କ ଚରଣରେ ସମସ୍ତ ଆଭୂଷଣ ଏବଂ ଟଙ୍କା ଅର୍ପଣ କରିଥାନ୍ତି। ଏହାପରେ ଭକ୍ତ ଫେରିବା ସମୟରେ ଟୋକନ ହିସାବରେ ଆଭୂଷଣ ଆଦି ଫେରାଇ ଦିଆଯାଇଥାଏ। ଲୋକମାନଙ୍କ କହିବାନୁଯାୟୀ ଏହି ଆଭୂଷଣ ଦ୍ୱାରା ଘରେ ସମୃଦ୍ଧି ଦେଖାଯିବା ସହ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଧନ ଦୁଇ ଗୁଣା ହୋଇଯାଇଥାଏ।

ବହୁତ ପ୍ରାଚୀନ ଏହି ମନ୍ଦିରର ଇତିହାସ

ମହାଲକ୍ଷ୍ମୀ ମନ୍ଦିରରେ ଆଭୂଷଣ ପରମ୍ପରାର ଇତିହାସ ଖୁବ୍‌ ପ୍ରାଚୀନ। ଏହାକୁ ନେଇ ଅନେକ କିମ୍ବଦନ୍ତୀ ଏବଂ ମାନ୍ୟତା ମଧ୍ୟ ରହିଛି। ଏସବୁ କଥା ମଧ୍ୟରୁ ସେହି ସମୟରେ ରତଲାମ ସହରରେ ରାଜ୍‌ କରୁଥିବା ତତ୍କାଳୀନ ରାଜାଙ୍କୁ ମହାଲକ୍ଷ୍ମୀ ସ୍ୱପ୍ନାଦେଶ କରିଥିଲେ। ଏହାପରେ ରାଜାଙ୍କ ଦ୍ୱାରା ଏହି ପରମ୍ପରା ଆରମ୍ଭ କରାଯାଇଥିଲା। ଏହି ପରମ୍ପରାକୁ ଆଜି ମଧ୍ୟ ପାଳନ କରାଯାଉଛି। ଏହି ମନ୍ଦିରର ସ୍ୱତନ୍ତ୍ର ପରାମ୍ପରା ହେଉଛି, ଏହାକୁ ଭାରତର ମନ୍ଦିରମାନଙ୍କ ମଧ୍ୟରେ ସବୁଠାରୁ ଭିନ୍ନ ଏବଂ ଖାସ୍‌ ରୂପେ ନିର୍ମାଣ କରାଯାଇଛି ଏବଂ ଏପରି କୌଣସି ମନ୍ଦିର ନାହିଁ ଯେଉଁଠାରେ ପ୍ରସାଦ ରୂପେ ସୁନା ଏବଂ ରୁପାର ମୁଦ୍ରା ମିଳିଥାଏ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

32 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

34 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

40 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

49 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

49 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago