ସ୍ପେଶାଲ

ଏହି ମନ୍ଦିରରେ ଯୋଡ଼ି ହୋଇଯାଏ ଲୋକଙ୍କ ଭଙ୍ଗା ହାଡ଼, ହନୁମାନଙ୍କୁ ଏଠାରେ ଥରେ ଦର୍ଶନ କଲେ ସବୁ କଷ୍ଟ ଦୂର ହୋଇଯାଏ

ଭାରତ ଏକ ଧାର୍ମିକ ଦେଶ। ଏଠାରେ କେଉଁ ପ୍ରାଚୀନ କାଳରୁ ମନ୍ଦିରର ବିଶେଷ ମହତ୍ତ୍ୱ ରହି ଆସିଛି। କିଛି ମନ୍ଦିର ଏପରି ବି ଅଛି, ଯାହାକୁ ଚମତ୍କାରୀ ବୋଲି କୁହାଯାଏ। ଏଠାରେ ଥିବା ପ୍ରତ୍ୟେକଟି ମନ୍ଦିର ନିଜ ନିଜର ଗୁରୁତ୍ୱ ରଖି ଆସିଛନ୍ତି। ତେବେ କେତେକ ମନ୍ଦିରରେ ଅନେକ ରହସ୍ୟ ଲୁଚି ରହିଛି, ଯାହା ଉପରୁ ଆଜି ପର୍ଯ୍ୟନ୍ତ ବି ପରଦା ଉଠିପାରିନାହିଁ। ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ହିନ୍ଦୁ ଧର୍ମରେ ୩୩ କୋଟି ଦେବା ଦେବୀ ଅଛନ୍ତି । କୁହାଯାଏ ହନୁମାନଙ୍କୁ ପୂଜା କଲେ ସମସ୍ତ ପ୍ରକାର କଷ୍ଟ ଦୂର ହୋଇଥାଏ । ସଙ୍କଟମୋଚନ ଜୟ ହନୁମାନ। ପ୍ରଭୁ ଶ୍ରୀରାମଙ୍କ ସବୁଠୁ ବଡ଼ ଭକ୍ତ। ଯାହାଙ୍କ ନାମ ବିନା ରାମଙ୍କ ନାମ ଧରିଲେ ଅଧୁରା ଲାଗେ। ନାସିକର ଆଞ୍ଜନେୟରେ ଜନ୍ମ ଗ୍ରହଣ କରିଥିବା ପ୍ରଭୁ ହନୁମାନଙ୍କ କଳିଯୁଗର ପ୍ରତ୍ୟକ୍ଷ ଦେବତା ବୋଲି ମନାଯାଏ। ବିଶ୍ୱାସ ରହିଛି ଯେ ପ୍ରଭୁ ଏବେ ବି ଏହି ଯୁଗରେ ବଞ୍ଚିଛନ୍ତି। ରାମ ଭକ୍ତ ହନୁମାନଙ୍କୁ କଳିଯୁଗର ପ୍ରତ୍ୟକ୍ଷ ଦେବତା ବୋଲି କୁହାଯାଏ।

ଶ୍ରୀ ହନୁମାନ ନିଜ ଭକ୍ତର ସମସ୍ତ କଷ୍ଟ ଦୂର କରିଥାନ୍ତି। ତାଙ୍କ କୃପାରୁ ବ୍ୟକ୍ତିଙ୍କର କେବେ ବି ଅର୍ଥର ଅଭାବ ହୁଏ ନାହିଁ। ଯଦି ଆପଣ ସବୁବେଳେ ଆର୍ଥିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି, କାମ ହେଉ ହେଉ ବନ୍ଦ ହୋଇଯାଉଛି, ସମାଜରେ ସମ୍ମାନ ମିଳୁନାହିଁ। ତେବେ ପ୍ରତ୍ୟେକ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରିପାରିବେ। ମଙ୍ଗଳବାର ଦିନ ହନୁମାନଙ୍କର ଦିନ। ଏହି ଦିନ ହନୁମାନ ଚାଳିଶା ପାଠ କଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ।

ଜଣେ ବ୍ୟକ୍ତି ଯଦି ଶ୍ରଦ୍ଧାର ଓ ବିଶ୍ୱାସର ସହ ପ୍ରଭୁଙ୍କୁ ସ୍ମରଣ କରେ ତେବେ ସଙ୍କଟମୋଚନ ତାଙ୍କର ସବୁ କଷ୍ଟକୁ ଦୂର କରିଦିଅନ୍ତି। ବିଶ୍ୱାସରେ ତ ଏ ଦୁନିଆ ବନ୍ଧା। ତ ଭଗବାନ ବି ଦୂରେଇ ଯିବେ କେମିତି। ଦେଶରେ ଅନେକ ହନୁମାନ ମନ୍ଦିର ରହିଛି । ଯେଉଁଠାର ଭଗବାନଙ୍କ ଅରାଧନା କଲେ ସମସ୍ତ ମନୋସ୍କାମନା ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି ।

ଆମେ ଯେଉଁ ମନ୍ଦିର ସମ୍ପର୍କରେ କହିବୁ ତାହା ରହିଛି ମଧ୍ୟପ୍ରଦେଶ ରାଜ୍ୟରେ..ଏହି ମନ୍ଦିର ମଧ୍ୟ ପ୍ରଦେଶର କଟନିଠାରୁ ପାଖାପାଖି 35 କିମି ଦୂର ମୋହାସ ଗାଁରେ ଅବସ୍ଥିତ। ମନ୍ଦିରରେ ହନୁମାନ ପୂଜା ପାଉଛନ୍ତି। ମନ୍ଦିର ବିଷୟରେ ଏତିକି କୁହାଯାଏ କି, ଏଠାରେ ଲୋକଙ୍କ ଭଙ୍ଗା ହାଡ଼ ଯୋଡି ହୋଇଯାଏ।ମନ୍ଦିରରେ ମଙ୍ଗଳବାର ଓ ଶନିବାର କୁ ବିଶେଷ ଭାବେ ପୂଜା କାରାଯାଏ। ଏହିଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଏହାବ୍ୟବିତି ହନୁମାନ ଜୟନ୍ତି ଓ ଅନ୍ୟାନ୍ୟ ପୂଜାର ଶୁଭ ଅବସରରେ ଲୋକମାନେ ମନ୍ଦିରକୁ ଯାଇଥାନ୍ତି। ଏହି ଦୁଇ ଦିନ ଭକ୍ତମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ। ଏହି ମନ୍ଦିରକୁ କାହାକୁ ଷ୍ଟ୍ରେଚରରେ ତ କାହାକୁ ପିଠିରେ, ପୁଣି କାହାକୁ ଆମ୍ବୁଲାନ୍ସରେ ଅଣାଯାଇଥାଏ।

ଜଣେ ଶ୍ରଦ୍ଧାଳୁଙ୍କ କହିବା ଅନୁଯାୟୀ, ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିବା ପରେ ଭକ୍ତମାନଙ୍କୁ ଆଖି ବନ୍ଦ କରିବାକୁ କୁହାଯାଇଥାଏ। ଏହାସହିତ ସେମାନଙ୍କୁ ‘ରାମ ନାମ’ ଜପ କରିବାକୁ କୁହାଯାଏ। ଯେତେବେଳେ ଭକ୍ତମାନେ ଆଖି ବନ୍ଦ କରନ୍ତି, ସେତେବେଳେ ପଣ୍ଡିତ କିମ୍ବା ତାଙ୍କ ସହାୟକ ପୀଡ଼ିତମାନଙ୍କୁ ପତ୍ର ତଥା ଜଡ ରୂପୀ ଔଷଧି ଦେଇଥାନ୍ତି। ଏହାକୁ ଭଲ ଭାବେ ଚୋବାଇ ଖାଇବାକୁ କୁହନ୍ତି। କୁହାଯାଏ କି, ଏହି ଔଷଧକୁ ଖାଇବା ପରେ ରୋଗୀ ଲୋକର ଭଙ୍ଗା ହାଡ଼ ଆପେ ଯୋଡ଼ି ହୋଇଯାଇଥାଏ। କିଛିଦିନ ପରେ ବ୍ୟକ୍ତି ଜଣକ ସୁସ୍ଥ ହୋଇଥାଏ।

D Sonali

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

9 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

42 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

44 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

50 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

59 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

59 mins ago