ସ୍ପେଶାଲ

ଏଥର ପଡ଼ିବ ଭୟଙ୍କର ଥଣ୍ଡା, ଭାଙ୍ଗିବ ଅନେକ ବର୍ଷର ରେକର୍ଡ ! ଜାଣନ୍ତୁ ଚଳିତବର୍ଷ କ’ଣ ସଙ୍କେତ ଦେଉଛନ୍ତି ଗ୍ରହ, ନକ୍ଷତ୍ର

ଚଳିତବର୍ଷ ପଡ଼ିବ ଭୟଙ୍କର ଥଣ୍ଡା। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଗ୍ରହମାନଙ୍କର ପରିବର୍ତ୍ତନଶୀଳ ଚଳନ ଏବଂ ସ୍ଥିତି ଏଥର ଅର୍ଥାତ ୨୦୨୦-୨୧ରେ ଭୟଙ୍କର ଥଣ୍ଡା ଆଡ଼କୁ ସଙ୍କେତ କରୁଛି। ଏଥିରୁ ଜ୍ୟୋତିଷମାନେ ଅନୁମାନ କରୁଛନ୍ତି ଯେ ଆସନ୍ତା କିଛିଦିନ ଭିତରେ ହିଁ ଥଣ୍ଡା ଆରମ୍ଭ ହୋଇଯାଇପାରେ। ମେଦିନୀ ଜ୍ୟୋତିଷଶାସ୍ତ୍ରରେ ଗୁରୁ, ଶୁକ୍ର ଏବଂ ବୁଧକୁ ଜଳୀୟ ଗ୍ରହ କୁହାଯାଇଥାଏ, ଯେଉଁମାନେ ଶୀତଦିନେ ତୁଷାରପାତ ଏବଂ ଶୀତ ଲହରୀକୁ ଜନ୍ମ ଦେଇଥାନ୍ତି। ବର୍ତ୍ତମାନ ଉତ୍ତର ଭାରତର କେତେକ ସ୍ଥାନରେ ହାଲୁକା ବର୍ଷାର ସଙ୍କେତ ମଧ୍ୟ ମିଳୁଛି। ଆସନ୍ତା ଏକ ମାସ ଭିତରେ ଶୀତ ଲହରୀର ପ୍ରକୋପ ଅତ୍ୟଧିକ ବଢ଼ିପାରେ।

ପଣ୍ଡିତ ସୁନିଲ ଶର୍ମାଙ୍କ ଅନୁସାରେ, ୧୭ ଡିସେମ୍ବରକୁ ବୁଧ ଧନୁ ରାଶିରେ ସଞ୍ଚାର ହେବ। ଧନୁ ରାଶିରେ ସୂର୍ଯ୍ୟଙ୍କ ସହିତ ବୁଧ ଆସିବାରେ ସୂର୍ଯ୍ୟ ବୁଧ ଆଦିତ୍ୟ ଯୋଗର ନିର୍ମାଣ ହେବାକୁ ଯାଉଛି, ଯାହାକି ଶୁଭ ଫଳ ପ୍ରଦାନ କରିବ। ସେପଟେ ୨୪ ଡିସେମ୍ବରକୁ ମଙ୍ଗଳ ମେଷ ରାଶିରେ ମଧ୍ୟ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ରହିବ। ମକରରେ ଗ୍ରହମାନଙ୍କର ସ୍ଥିତି ଥଣ୍ଡାକୁ ଆହୁରି ଭୀଷଣ କରୁଥିବାର ଦେଖାଯାଉଛି। ଶୀତକୁ ବଢାଇବାରେ ଶନିର ମୁଖ୍ୟ ଭୂମିକା ମଧ୍ୟ ଦେଖିବାକୁ ମିଳୁଛି। ବାସ୍ତବରେ ଶନିର ଏହି ସ୍ଥିତି ଥଣ୍ଡା ବା ମେଘାଚ୍ଛନ୍ନ ପାଗ, ତାପମାତ୍ରା ହ୍ରାସ ସହିତ କୁହୁଡ଼ିଆ ପାଗ ସୃଷ୍ଟି କରିବାର ହୋଇଥାଏ, ଯାହା ୨୭ ଡିସେମ୍ବର ପର୍ଯ୍ୟନ୍ତ ରହିବାର ସମ୍ଭାବନା ଅଛି।

ଏହାଛଡା ୧୭ ଡିସେମ୍ବର ୨୦୨୦ରେ ବୁଧ ଧନୁ ରାଶିରେ ସଞ୍ଚାର ହେବା ମଧ୍ୟ ଥଣ୍ଡାକୁ ନେଇ କିଛି ସଙ୍କେତ ଦେଉଛି। ସେହିପରି ଚନ୍ଦ୍ରର ସ୍ଥିତି ବି ଚଳିତବର୍ଷ ଥଣ୍ଡାର ଅନେକ ବର୍ଷର ରେକର୍ଡକୁ ଭାଙ୍ଗିବାର ସଙ୍କେତ ଦେଉଛି। ମେଦିନୀ ଜ୍ୟୋତିଷଶାସ୍ତ୍ରରେ ଜଳବାୟୁ, ପରିବେଶ ଏବଂ ପ୍ରକୃତିର ପରିବର୍ତ୍ତନର କାରକ ବୁଧ ଗ୍ରହକୁ ଜଣାଯାଇଥାଏ। ବୁଧର ପ୍ରଭାବ ଯୋଗୁ ୨୭ ଡିସେମ୍ବର ପରେ ପାଗ ସଫା ରହିବ, କିନ୍ତୁ ଅତ୍ୟଧିକ ଥଣ୍ଡା ଅନୁଭବ ହେବ।

ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ଏକେ ଶର୍ମାଙ୍କ କହିବା ହେଲା, ଏଥର ଉତ୍ତର ଭାରତର ପାହାଡ଼ିଆ ଅଞ୍ଚଳରେ ବର୍ଷା ସହିତ ଜବରଦସ୍ତ ତୁଷାରପାତ ହେବ। ଯେଉଁ କାରଣରୁ ଡିସେମ୍ବରରୁ ଜାନୁଆରୀ ଥଣ୍ଡା ପବନ ବହିବ ଏବଂ ଏହା ଶୀତକୁ ଆହୁରି ବଢାଇବ। କେବଳ ଏତିକି ନୁହେଁ, ଚଳିତ ମାସ ୧୧ରୁ ୧୪, ୨୪ରୁ ୨୬ ଏବଂ ୨୯ରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ଦେଶର କେତେକ ସ୍ଥାନରେ ଶୀତ ଲହରୀ ଜାରି ରହିବ।

ଜ୍ୟୋତିଷ ଗ୍ରହ ଅନୁସାରେ, ଜାନୁଆରୀରେ ଦେଶର କିଛି ସ୍ଥାନରେ ବର୍ଷା ହେବ। ନାଗପୁରରେ ଜାନୁଆରୀର ପ୍ରଥମ ସପ୍ତାହରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଅନୁମାନ କରାଯାଉଛି କି, ଗ୍ରହମାନଙ୍କର ସ୍ଥିତି ଯୋଗୁ ଏଥର ଆସିବାକୁ ଥଣ୍ଡା ବିଗତ ଅନେକ ବର୍ଷର ରେକର୍ଡ ଭାଙ୍ଗିବ। ଆଗାମୀ କିଛିଦିନ ମଧ୍ୟରେ ଲୋକେ ଥଣ୍ଡାରେ କମ୍ପିବା ଆରମ୍ଭ କରିଦେବେ। ସେହିପରି ଦିଲ୍ଲୀ, ହରିୟାଣା, ପଞ୍ଜାବ, ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶର କିଛି ସ୍ଥାନ ସମେତ ଦେଶର କେତେକ ରାଜ୍ୟ ଭୟଙ୍କର ଥଣ୍ଡା କବଳକୁ ଆସିପାରେ। ଡିସେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ କଶ୍ମୀର, ଲଦାଖ ଏବଂ ଉତ୍ତରାଖଣ୍ଡରେ ଭୀଷଣ ତୁଷାରପାତ ହେବ।

Roshni

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

5 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

7 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

13 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

22 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

22 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

40 mins ago