ନିଆରା ପରମ୍ପରା, ଯେଉଁଠାରେ ବିବାହ ପୂର୍ବରୁ ପୁରୁଷଙ୍କୁ ଦେବାକୁ ପଡିଥାଏ ପୁରୁଷତ୍ବର ପ୍ରମାଣ

ଭାରତବର୍ଷରେ ଏମିତି ଅନେକ ସ୍ଥାନ ରହିଛି ଯେଉଁଠାରେ ମହିଳାଙ୍କୁ ବିବାହ ପୂର୍ବରୁ ନିଜର ନାରୀତ୍ବର ପରୀକ୍ଷା ଦେବାକୁ ପଡିଥାଏ । ଅର୍ଥାତ୍ ନିଜ କୁମାରୀତ୍ବ ପ୍ରମାଣ କରିବାକୁ ପଡିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ସ୍ଥାନ ବିଷୟରେ ଜଣାଇବାକୁ ଯାଉଛୁ ଯେଉଁ ଠାରେ ବିବାହ ପୂର୍ବରୁ ପୁରୁଷମାନଙ୍କୁ ପୁରୁଷତ୍ବର ପରୀକ୍ଷା ଦେବାକୁ ପଡିଥାଏ ।

ଦୁନିଆରେ ଏମିତିବି ସ୍ଥାନ ଅଛି ଯେଉଁ ଠାରେ ପୁରୁଷମାନେ ବିବାହ ପୁର୍ବରୁ ସେ ପୁରୁଷ କି ନାହିଁ ତା’ର ପରୀକ୍ଷା ଦେବାକୁ ପଡିଥାଏ । ବିବାହ ପୂର୍ବରୁ ଝିଅମାନେ ନିଜର ହେବାକୁ ଥିବା ସ୍ବାମୀଙ୍କୁ ତାଙ୍କର ପୁରୁଷତ୍ବର ପ୍ରମାଣ ମାଗିଥାନ୍ତି । ଶିକ୍ଷା ପ୍ରଚାର ପ୍ରସାର ପରେ ମଧ୍ୟ ପଶ୍ଚିମର ଅନେକ ଦେଶରେ ଆଜିବି ଏହି ପରମ୍ପରା ରହିଛି, ମହିଳାମାନେ ନିଜ ବିବାହ ପାଇଁ ସ୍ବୟଂବର ରଚିଥାନ୍ତି ଏବଂ ସ୍ବାମୀ ବାଛିଥାନ୍ତି ।

ପୁରୁଷଙ୍କୁ ନିଜର ପୁରୁଷତ୍ବ ପ୍ରମାଣ କରିବା ପାଇଁ ସେମାନଙ୍କୁ ମଦ ପିଆଯାଇଥାଏ ଏବଂ ୧୨୦ ଭୋଲ୍ଟର କରେଣ୍ଟ୍ ଦିଆଯାଇଥାଏ ।  ଏହି ସବୁକୁ ଯିଏ ସହିନିଏ ସେ ପୁରୁଷ ବୋଲି ପ୍ରମାଣିତ ହୋଇପାରେ । ଏହାପରେ ଏଠିକାର ମହିଳା ସେହି ପୁରୁଷକୁ ନିଜର ସ୍ବାମୀ ରୂପେ ବାଛି ନେଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.