ଥାଇଲାଣ୍ଡରେ ରହିଛି ଏହି ନିଆରା ବୋୖଦ୍ଧ ମନ୍ଦିର, ଯାହାକୁ ତିଆରି କରିବାରେ ବ୍ୟବହାର ହୋଇଛି ୧୦ ଲକ୍ଷ ମଦ ବୋତଲ

ଦୁନିଆରେ ଏମିତି ଅନେକ କଳାକୃତି ରହିଛି, ଯାହା ଅଦରକାରୀ ବସ୍ତୁରେ ତିଆରି ହୋଇଛି। ଥାଇଲାଣ୍ଡର ସିସାକେଟ ଅଞ୍ଚଳରେ ବି ଠିକ ଏମିତି ହିଁ ଏକ ନିଆରା ମନ୍ଦିର ଅଛି। ଏହି ମନ୍ଦିରକୁ ବୌଦ୍ଧ ଭିକ୍ଷୁମାନେ ଖାଲି ବିୟର ବୋତଲରେ ତିଆରି କରିଛନ୍ତି। ମନ୍ଦିରକୁ ତିଆରି କରିବାରେ ୧୦ ଲକ୍ଷ ମଦ ବୋତଲ ବ୍ୟବହାର କରାଯାଇଛି।

ioo

tyr

ମନ୍ଦିରର ନାଁ ‘Wat Pa Maha Chedi Kaew’। ଏଠି ରହିଥିବା ଶୌଚାଳୟଠୁ ଆରମ୍ଭ କରି ଶ୍ମଶାନ ପର୍ଯ୍ୟନ୍ତ ସବୁ କିଛି ସବୁଜ ରଙ୍ଗର ବୋତଲରେ ତିଆରି ହୋଇଛି। ଏହି ମନ୍ଦିରର କଳାକୃତି ଏତେ ସୁନ୍ଦର ହୋଇଛି ଯେ ଯିଏ ଦେଖିବ ସିଏ ଆଶ୍ଚର୍ଯ୍ୟ ହୋଇଯିବ। ମନ୍ଦିରଟି ସ୍ଥାନୀୟ ଅଞ୍ଚଳରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

Leave A Reply

Your email address will not be published.