ଏହି ଗ୍ରାମରେ ଗାନ୍ଧିଜୀଙ୍କ ରାଣ ଖାଇ ହୋଇଯାଏ ସବୁ ସମସ୍ୟାର ସମାଧାନ

ଓଡ଼ିଶାର ଭତ୍ରା ଗାଁ ଯେଉଁଠି ତିଆରି ହୋଇଛି ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ମନ୍ଦିର । ସକାଳ ସନ୍ଧ୍ୟାରେ ଶୁଣାଯାଏ ରାମନାମ ଏବଂ କରାଯାଇଥାଏ ଗାନ୍ଧିଜୀଙ୍କ ପୂଜା । ଦୀର୍ଘ ୪୬ ବର୍ଷ ଧରି ଏଠାରେ ଗାନ୍ଧିଜୀଙ୍କ ପୂଜା କରାଯାଉଛି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଯେକୌଣସି ପ୍ରକାର ଘରୋଇ ଝଗଡାଠୁ ଆରମ୍ଭ କରି ଅନ୍ୟ ବିବାଦ ପର୍ଯ୍ୟନ୍ତ ସମସ୍ତେ ଏଠାରେ ଗାନ୍ଧିଜୀଙ୍କ ମନ୍ଦିରକୁ ଯାଇଥାନ୍ତି ।

ଯେତେବେଳେ ନବବଧୂ ବିବାହ କରି ପ୍ରଥମେ ଏହି ଗ୍ରାମରେ ପାଦ ଦେଇଥାଏ ସେଠାରେ ପ୍ରଥମେ ତାକୁ ଗାନ୍ଧିଜୀଙ୍କ ମନ୍ଦିରକୁ ନିଆଯାଇଥାଏ । ଏହି ଗ୍ରାମରେ ଏତେ ମାତ୍ରାରେ ଗାନ୍ଧିଜୀଙ୍କ ଆଦର୍ଶ ଚାଲିଥାଏ ଯେ ଏଠାରେ କୌଣସି ପ୍ରକାର ଭେଦଭାବ କିମ୍ବା ଛୁଆଁଛୁତ ଭଳି ସମସ୍ୟା ନଥାଏ । ତେବେ ମନ୍ଦିର କଥା କହିଲେ ଏଠାରେ ପ୍ରବେଶ ଦ୍ୱାରରେ ହାତରେ ତ୍ରିରଙ୍ଗା ଧରି ଭାରତ ମାତାଙ୍କର ପ୍ରତିମୂର୍ତ୍ତି ରହିଛି ଏବଂ ହାତରେ ଗୀତା ଧରି ଗାନ୍ଧିଜୀ ବସିଥିବାର ମୂର୍ତ୍ତି ରହିଛି ।

Image result for this village, all the disputes are resolved by swearing by Gandhiji"

ଏହି ମନ୍ଦିର ୧୯୭୪ ମସିହା ଏପ୍ରିଲ ୧୧ ତାରିଖରେ ପୂର୍ବତନ ବିଧାୟକ ଅଭିମନ୍ୟୁ କୁଯମାରଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା । ଏଠାରେ ପ୍ରତିଦିନ ଏକଘଣ୍ଟା ରାମନାମ ଜପ କରାଯାଇଥାଏ ଯେଉଁଥିରେ ସାରା ଗ୍ରାମ ସାମିଲ ହୋଇଥାଏ । ଏହି ଗ୍ରାମର ବୃଦ୍ଧଙ୍କ କହିବା ଅନୁଯାୟୀ ଗାନ୍ଧିଜୀ ମଣିଷ ରୂପେ ଭଗବାନ ଥିଲେ ଏବଂ ଏଠାରେ ପ୍ରତିଘରେ ଗାନ୍ଧିଜୀଙ୍କ ଫଟୋ ରହିଛି । ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ଏଠାକାର ଯୁବକମାନେ ମଧ୍ୟ । କାରଣ ଏହି ଗ୍ରାମର ସ୍ୱତନ୍ତ୍ରତା ହେଉଛି ଏଠାରେ କେହି ବି ନିଶାଦ୍ରବ୍ୟ ଗ୍ରହଣ କରନ୍ତି ନାହିଁ । ତେବେ ଏହି ଗ୍ରାମରେ ବିବାଦ ମଧ୍ୟ ବହୁତ କମ ହୋଇଥାଏ । ଯଦି ବି କିଛି ହୁଏ ତାହେଲେ ସେଥିପାଇଁ ପୋଲିସ ନିକଟକୁ ଯିବାକୁ ମଧ୍ୟ ଆବଶ୍ୟକ ପଡ଼ିନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.