Categories: ସ୍ପେଶାଲ

ରଙ୍ଗ ଖେଳିଲେ ଆସିଥାଏ ଭୂତ ,ଭାରତର ଏପରି ଏକ ଗ୍ରାମ ଯେଉଁଠି ୧୦୦ବର୍ଷ ହେଲା ପାଳନ କରାଯାଇନାହିଁ ହୋଲି

ହୋଲି ଏପରି ଏକ ପର୍ବ ଯାହା ସମସ୍ତଙ୍କ ଜୀବନରେ ଖୁସି ନେଇ ଆସିଥାଏ। ଏହି ଦିନ ସମସ୍ତେ ନିଜର କ୍ରୋଧ ଏବଂ ଝଗଡ଼ା ଭୁଲି ପରସ୍ପରକୁ ରଙ୍ଗ ବୋଲିଥାନ୍ତି। କିନ୍ତୁ ଆଜି ଆମେ ଭାରତରେ ଥିବା ଏପରି ଏକ ଗ୍ରାମ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ବିଗତ ୧୦୦ବର୍ଷ ହେଲା ହୋଲି ଖେଳାଯାଇ ନାହିଁ। ହୋଲି ପର୍ବ ଆସିବା ମାତ୍ରେ ଏହି ଗ୍ରାମରେ ଭୟଭାବ ଖେଳିଯାଇଥାଏ। ଯେପରି ଏଠାରେ କାହାର ଦେହାନ୍ତ ହୋଇଯାଇଛି।

ଏହି ଅଦ୍ଭୁତ ଗ୍ରାମର ନାମ ହେଉଛି ଦୁର୍ଗାପୁର। ଏହା ଝାଡଖଣ୍ଡର ବୋକାରେ ଅଞ୍ଚଳରେ ରହିଛି। ଏହି ଗ୍ରାମର ଲୋକ ହୋଲି ପାଳନ କରନ୍ତି ନାହିଁ। କାରଣ ଏହା ଦ୍ବାରା ମହାମାରୀ ତଥା ଭୁତର ଆଗମନ ହୋଇଥାଏ ବୋଲି ସେମାନଙ୍କ ଧାରଣା ରହିଛି।
ସୂଚନାଅନୁଯାୟୀ, ଦୁର୍ଗାପୁରରେ ବର୍ତ୍ତମାନ ୯ହଜାରରୁ ଉର୍ଦ୍ଦଲୋକ ବାସ କରନ୍ତି। ଯେଉଁମାନେ ଆଜି ମଧ୍ୟ ତାଙ୍କ ପୂର୍ବ ରାଜାଙ୍କ ଆଦେଶର ପାଳନ କରୁଛନ୍ତି। ଗ୍ରାମବାସୀଙ୍କ ଅନୁଯାୟୀ, ଯଦି ସେମାନେ ହୋଲି ଖେଳୁନ୍ତି ଅଥବା ତାଙ୍କ ରାଜଙ୍କ ଆଦେଶର ପାଳନ ନକରନ୍ତି ତେବେ ଗାଁକୁ ଭୁତ ଆସି ସବୁ କିଛି ବିନାଶ କରିଦେବେ। ଆସନ୍ତୁ ଜାଣିବା କଣ ରହିଛି ଏପରି ଅଦ୍ଭୁତ ଆଦେଶ ପଛର ସତ୍ୟତା।

୧୦୦ବର୍ଷ ପୂର୍ବେ ଦୁର୍ଗାପୁରର ଏହି ଗ୍ରାମରେ ଦୁର୍ଗା ପ୍ରସାଦ ନାମକ ଏକ ରାଜ ରହୁଥିଲେ। ତାଙ୍କୁ ହୋଲି ପର୍ବ ଖୁବ ପସନ୍ଦ ଥିଲା। କିନ୍ତୁ ଥରେ ହୋଲି ଖେଳୁଥିବା ସମୟ ରାଜଙ୍କ ପୁଅର ମ୍ରୁତ୍ୟୁ ହୋଇଯାଇଥିଲା। ଏହାପରେ ଯେବେ ମଧ୍ୟ ଗ୍ରାମରେ ହୋଲି ପାଳନ କରାଯାଉଥିଲା ସେବେ ମରୁଡ଼ି ଅଥବା କୌଣସି ମହାମରୀ ବ୍ୟାପି ଯାଉଥିଲା । ଫଳରେ ଲକ୍ଷାଧିକ ଲୋକଙ୍କ ଜୀବନ ଚାଲିଯାଉଥିଲା।

ଏହି କାରଣରୁ ରାଜ ନିଜ ଗ୍ରାମବାସୀଙ୍କୁ ରକ୍ଷା କରିବା ପାଇଁ ହୋଲି ନଖେଳିବା ନେଇ ସମସ୍ତଙ୍କୁ ଆଦେଶ ଦେଇଥିଲା। ଆପଣ ଜାଣି ଆଶ୍ଚର‌୍ୟ୍ୟ ହେବେ କିଛି ବର୍ଷ ପରେ ଠିକ୍ ହୋଲି ସମୟରେ ହିଁ ସେହି ରାଜାଙ୍କର ଦେହାନ୍ତ ହୋଇଯାଇଥିଲା। ତାହାପରେ ହୋଲି ନପାଳିବା ଏକ ପରମ୍ପରାରେ ପରିଣତ ହୋଇଗଲା। ଏବେ ଏଠାରେ ଏପରି ମାନ୍ୟତା ରହିଛି କି ଏଠାରେ ହୋଲି ଖେଳିବା ଦ୍ବାରା ଭୁତ ଆସି ସମସ୍ତଙ୍କ ଜୀବନ ନାଶ କରିଦେବ।

KNews Bureau

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

14 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

26 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

27 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

10 hours ago